ହେଡଲାଇନସ୍:

କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଶାସନିକ ଅଧିକାରୀ ପ୍ରସଙ୍ଗ: ତୃତୀୟ ମହଲାକୁ ଟାର୍ଗେଟ କଲା ବିଜେପି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

29-05-18-bjp.jpg - 62.94 kB

ନିଜର ଅପାରଗତାକୁ ଲୁଚାଇବା ପାଇଁ ବିଜେଡି ଅଫିସରଙ୍କ ଉପରେ ଚାପ ସୃଷ୍ଟି  କରୁଛି: ବିଜେପି

ଭୁବନେଶ୍ୱର ନ୍ୟାସନାଲ ଡାଟା ସେଂଟର ଉଦ୍ଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସହ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ଏହା ଏକ ପବ୍ଲିକ କାର୍ଯ୍ୟକ୍ରମ ହୋଇଥିବା କାରଣରୁ ବହୁ ବିଶିଷ୍ଟ ଅତିଥିଙ୍କ ସହ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ ।  ଶାସକ ବିଜେଡି ଏବଂ ସଚିବାଳୟ ତୃତୀୟ ମହଲାର ମିଳିତ ଉଦ୍ୟମରେ ଏକ ମିଥ୍ୟା ଆରୋପ ଏବଂ ଷଡଯନ୍ତ୍ରର ପ୍ରକ୍ରିୟା ଆରମ୍ଭ ହୋଇଛି । ଏଭଳି ଅପନିନ୍ଦା କରାଯିବାର ଅପପ୍ରୟାସକୁ ସର୍ବସାଧାରଣ କରାଯିବାର ଏକାନ୍ତ ଆବଶ୍ୟକ ରହିଛି ବୋଲି ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । 

ରାଜ୍ୟ ତଥା ଦେଶର ବିକାଶ ପାଇଁ ଟେକ୍ନୋଲୋଜିର ଉପଯୋଗିତା, “ପ୍ରଗତି” ମାଧ୍ୟମରେ ବକେୟା ପଡି ରହିଥିବା ବିଭିନ୍ନ ପ୍ରକଳ୍ପଗୁଡିକର ତ୍ୱରିତ କରିବା, ବିଭିନ୍ନ ଜନ ଓ ଗରୀବକଲ୍ୟାଣ ଯୋଜନା ପାଇଁ କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ ନହୋଇ ଫେରିଯିବା, ରାଜ୍ୟର ପଛୁଆ ଜିଲ୍ଲାମାନଙ୍କ ପାଇଁ ପ୍ରଭାରୀ ଅଫିସର ନିଯୁକ୍ତ ଆଦି ପ୍ରସଙ୍ଗରେ ଗତ କାଲି ଭାଷଣରେ କହିଥିଲେ । ଏପରିକି ଡିଜିଟାଲ ବ୍ୟାଂକିଙ୍ଗ, ଇଣ୍ଡଷ୍ଟ୍ରିୟାଲ ଇକୋନୋମି ଆଦିର ଉଦାହରଣ ମଧ୍ୟ ନିଜ ଭାଷଣରେ କହିଥିଲେ । ସଂଘୀୟ ବ୍ୟବସ୍ଥାରେ ସମସ୍ତେ ଏକ । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରର ମିଳିତ ସହଯୋଗିତାରେ ବିକାଶକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବା ଅତ୍ୟନ୍ତ ଆବଶ୍ୟକ । ନିଜ ଭାଷଣରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସହଯୋଗର ହାତ ବଢାଇବାକୁ ସେଠାରେ ଉପସ୍ଥିତ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଏବଂ ଅଧରକାରୀମାନଙ୍କୁ ଅନୁରୋଧ କରିଥିଲେ । କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟରେ ଇଲେକଟ୍ରୋନିକ୍ସ ଶିଳ୍ପ ବିପ୍ଳବ ପାଇଁ ହାତ ବଢାଇବାକୁ ଅନୁରୋଧ କରିବା କଣ ଭୂଲ ଥିଲା ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଉଦ୍ୟମ ଓ ସହ ଯୋଗରେ ରାଜ୍ୟରେ ଇଲେକଟ୍ରୋନିକ୍ସ କ୍ଲଷ୍ଟର ନିର୍ମାଣ ପାଇଁ ୯୩ କୋଟି ଟଙ୍କାର ଅନୁଦାନ ଦେଇସାରିଛନ୍ତି । ମାତ୍ର ବର୍ତମାନ ସୁଦ୍ଧା ରାଜ୍ୟ ସରକାର ଏହି ପ୍ରସଙ୍ଗରେ କୈାଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଏହାକୁ ମନେ ପକାଇବା ସହ ରାଜ୍ୟ ସରକାରଙ୍କୁ କାର୍ଯ୍ୟକାରୀ କରାଇବାକୁ ମନେ ପକାଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କଣ ଭୂଲ କରିଛନ୍ତି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ଓ ଗରୀବକଲ୍ୟାଣ ଯୋଜନାର ସଫଳ ରୂପାୟନ ନହେବା, ବିଭିନ୍ନ କେନ୍ଦ୍ରୀୟ ଯୋଜନାଗୁଡିକୁ ହଡପ୍ କରି ବାଟମାରଣା ସହ ସାଧାରଣ ଜନତାଙ୍କୁ ବିଭ୍ରାନ୍ତ କରିବା, କେନ୍ଦ୍ରୀୟ ଯୋଜନାଗୁଡିକରୁ ପ୍ରଧାନମନ୍ତ୍ରୀଙ୍କ ନାଁ କୁ ଉଠାଇ ଅନ୍ୟ ନାମକରଣ କରି ବିଭ୍ରାନ୍ତ କରିବାରେ ଶାସକ ବିଜେଡି ମାହିର ହାସଲ କରିଛି । ବର୍ତମାନ ନିଜ ଅପରାଗତା ପଦାରେ ପଡିଯିବା ଭୟ କାରଣରୁ ଶାସକ ବିଜେଡି ଏକ ରାଜନୈତି ଷଡଯନ୍ତ୍ର ମାଧ୍ୟମରେ ପୁଣି ଥରେ ନାଟକ ଆରମ୍ଭ କରିଦେଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ରାଜ୍ୟରେ ବୃଦ୍ଧି ପାଇଥିବା ବ୍ୟାପକ ଭ୍ରଷ୍ଟାଚାର ଓ ପିସି କାରବାର, କେନ୍ଦ୍ରୀୟ ଅନୁଦାନ ବିନିଯୋଗ ହୋଇନପାରି ଫେରିଯିବା, ରାଜ୍ୟର ମାଁ ଓ ଭଉଣୀଙ୍କ ସୁରକ୍ଷା, ଶିଳ୍ପାୟନ, ନିଯୁକ୍ତି, ଦାଦନ, ବେକାରୀ ଆଦି ପ୍ରସଙ୍ଗରେ ପ୍ରଶ୍ନ ପଚାରିଲେ ଶାସକ ବିଜେଡିକୁ ବହୁ ବାଧୁଛି । ଏଭଳି ସମୟରେ ଶାସକ ବିଜେଡି ଅନ୍ୟ କୈାଣସି ଉପାୟ ନପାଇ କେନ୍ଦ୍ରମନ୍ତ୍ରୀଙ୍କୁ ଅପନିନ୍ଦା କରିବାର ଅପପ୍ରୟାସ କରୁଛି । ଏପରିକି ପ୍ରଶାସନିକ ଅଧିକାରୀଙ୍କ ଉପରେ ଚାପ ପ୍ରୟୋଗ କରି ଷଡଯନ୍ତ୍ର କରୁଛି ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି ।

ଗଣତନ୍ତ୍ରରେ ରାଜନୀତି ଏବଂ ପ୍ରଶାସନ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ  । ନିଜର ଅପାରଗତାକୁ ଲୁଚାଇବା ପାଇଁ ଶାସକ ବିଜେଡି ପ୍ରଶାସନିକ ଅଧିକାରୀଙ୍କ ଉପରେ ଚାପ ସୃଷ୍ଟି କରି ଫାଟ ଆରମ୍ଭ କରିବା ଭଳି ହୀନ କାର୍ଯ୍ୟ ଆରମ୍ଭ କରିଦେଇଛି । ଏହା ଦ୍ୱାରା ସନ୍ତୁଳନ ବିଗିଡିଯିବାର ବହୁ ସମ୍ଭାବନା ରହିଛି । ତେଣୁ ଏଭଳି ହୀନ ଏବଂ ନୀନ୍ଦନୀୟ କାର୍ଯ୍ୟରୁ ଶାସକ ବିଜେଡି ଓହରି ଯିବାକୁ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault