ହେଡଲାଇନସ୍:

  ମହାନଦୀ ପ୍ରସଙ୍ଗରେ ରମଣଙ୍କ ନାଲିଆଖି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 Â  ମହାନଦୀ ପ୍ରସଙ୍ଗରେ ରମଣଙ୍କ ନାଲିଆଖି

କହିଲେ "କାହାର ଦାମ ନାହିଁ ଆମକୁ ଅଟକାଇବାକୁ" 

ଭୁବନେଶ୍ୱର:ମହାନଦୀକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଖୋଲା ଚ୍ୟାଲେଞ୍ଜ  ଛତିଶଗଡ଼ କାମକୁ କେହି ଅଟକାଇ ପାରିବେ ନାହିଁ  । ଏପରିକି ମହାନଦୀର ପାଣିକୁ ବ୍ୟବହାର କରିବାକୁ ଛତିଶଗଡ଼କୁ କେହି ଅଟକାଇ ପାରିବେ ନାହିଁ  ।  ସାମ୍ବାଦିକ ସମ୍ମିଳନୀରେ ଏଭଳି ଦୃଢେ଼ାକ୍ତି ଦେଖାଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ  ।  ଆମର ଯେତିକି ଦରକାର ତାହା ଉପଯୋଗ କରିସାରିଛୁ  । ଆହୁରି ଅଧିକ ଉପଯୋଗ କରିବାର ଆବଶ୍ୟକ ରହିଛି ଓ ଏଥିପାଇଁ କୌଣସି କେନ୍ଦ୍ରୀୟ ଜଳ ଆୟୋଗ ଆମକୁ ଅଟକାଇ ପାରିବେନି  । ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ରମଣ ଏଭଳି ନାଲିଆ କାହା ସାହସରେ ଦେଖାଉଛନ୍ତି  । ରମଣଙ୍କୁ ସାହାସ ଦେଉଛି କିଏ  ନା ନିର୍ବାଚନ ପାଖେଇ ଆସୁଥିବାରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରମଣ ସିଂହ ମହାନଦୀ ପାଣିକୁ ନେଇ ରାଜନୀତି କରୁଛନ୍ତି  । ଗୋଟିଏ ପଟେ ମହାନଦୀକୁ ବ ।ଇବା ପାଇଁ ରାଜ୍ୟ ସରକାର ମହାସଂଗ୍ରାମ ଆରମ୍ଭ କରିଥିବା ବେଳେ ରମଣ ସିଂହଙ୍କ ଏଭଳି ବୟାନ ଏବେ ରାଜନୀତିକୁ ଉଷ୍ମ କରିଛି  । ଏହାସହ ଦୁଇ ରାଜ୍ୟ ମଧ୍ୟରେ ବିବାଦର ଆଉ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ରମଣ  ।

"ମହାନଦୀ କାହାର ପୈତୃକ ସମ୍ପତ୍ତି  ନୁହେଁ'

ରମଣଙ୍କ ଏଭଳି ଦାଦାଗିରିକୁ କଡ଼ା ସମାଲୋଚନା କରି ବିଜେଡ଼ି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମହାନଦୀ କାହାର ପୈତୃକ  ସମ୍ପତ୍ତି ନୁହେଁ । ମହାନଦୀ ଉପରେ ଛତିଶଗଡ଼ର ଯେତିକି ଅଧିକାର ଅଛି ଓଡ଼ିଶାର ମଧ୍ୟ ସେତିକି ଅଧିକାର ରହିଛି  । ମହାନଦୀ ଜଳକୁ ନେଇ ଛତିଶଗଡ଼ ଏଭଳି ଦାଦାଗିରି କରି ପାରିବ ନାହିଁ  । ଓଡ଼ିଶାର ୪.୫ କୋଟି ଲୋକଙ୍କର ଅଧିକାର ମହାନଦୀ ଉପରେ ଅଛି ଏଥିରୁ ଆମକୁ କେହି ବଂଚିତ କରି ପାରିବେ ନାହିଁ  । ଏପରିକି ମହାନଦୀକୁ ବଂଚାଇବା ପାଇଁ ଓଡ଼ିଶାର ଜନସାଧାରଣ ଶେଷ ନିଃଶ୍ୱାସ ପର୍ୟନ୍ତ ସଂଗ୍ରାମ ଜାରି ରଖିବେ   । ମହାନଦୀକୁ ଛତିଶଗଡ଼ର ବନ୍ଦୀଶାଳରୁ ମୁକ୍ତି ନ ଦେବା ପଯର୍ୟନ୍ତ ବିଜେଡ଼ି ଲଢେ଼ଇ ଜାରି ରବ ବୋଲି କହିଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ | 

0
0
0
s2sdefault