ହେଡଲାଇନସ୍:

ଶାଳୀନତା ଆଉ ଶିଷ୍ଟାଚାର ଭୁଲି  ଅହଂକାର ଓ ଔଦ୍ଧତ୍ୟ ଦେଖାଉଛନ୍ତି ଧର୍ମେନ୍ଦ୍ର : ବିଜୟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

29-05-18-DHARME-BIJAY.jpg - 109.21 kB

"ଏହା ବୋଧ ହୁଏ ତାଙ୍କ ଶିକ୍ଷା, ଦୀକ୍ଷା ଆଉ ସଂସ୍କାର"

ଭୁବନେଶ୍ୱର,: ପୂର୍ବରୁ କୌଣସି ମନ୍ତ୍ରୀ ନିଜକୁ ଏତେ ନୀଚ ସ୍ତରକୁ ନେଇ ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ଏପରି ସମାଲୋଚନା କରିନାହାନ୍ତି, ଯାହାକି ଅପାରଗ କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଦର୍ଶନ କରିଛନ୍ତ | ଓଡ଼ିଶା ଗସ୍ତ କଲାବେଳେ ଲୋକପ୍ରିୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ବାରମ୍ବାର ଟିକା ଟିପ୍ପଣୀ ଦେଉଛନ୍ତି, ତାହା ହେଉଛି ତାଙ୍କ ଅହଂକାର ଓ ଔଦ୍ଧତ୍ୟର ପରିଚୟ । ଲକ୍ଷ୍ମଣ ରେଖା ଟପି କେତେକ କ୍ଷେତ୍ରରେ ସେ ଯେପରି ଅବାସ୍ତବ, ଅଯୌକ୍ତିକ ଓ ଅସୌଜନ୍ୟତାମୂଳକ ମନ୍ତବ୍ୟ ଦେଉଛନ୍ତି, ତାହା କେନ୍ଦ୍ରମନ୍ତ୍ରୀଙ୍କ ପଦ ମର୍ଯ୍ୟାଦା କ୍ଷୁଣ୍ଣ କରୁଛି । ସାମ୍ବିଧାନିକ ପଦପଦବୀରେ ରହି କେନ୍ଦ୍ରର ଜଣେ କ୍ୟାବିନେଟ୍‍ ମନ୍ତ୍ରୀ ରୁଚି ବିହୀନ ମନ୍ତବ୍ୟ ପ୍ରଦାନ କରିବା ଆଦୌ ଗ୍ରହଣୀୟ ନୁହେଁ । ନିକଟରେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଶ୍ରୀ ପ୍ରଧାନ ଯେଉଁଭଳି ତାତ୍ସଲ୍ୟ କରିବା ସହ ଅରୁଚିକର ମନ୍ତବ୍ୟ ପ୍ରଦାନ କଲେ, ତାହା ତାଙ୍କ ମନ୍ତ୍ରୀ ପଦବୀର ଗରିମାକୁ କ୍ଷୁଣ୍ଣ କରୁଛି । ଓଡ଼ିଶାର ଜନସାଧାରଣ ଏହାକୁ ଆଦୌ ଗ୍ରହଣ କରିବେ ନାହିଁ । ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ପରସ୍ପର ପରିପୂରକ । ସେମାନଙ୍କ ମଧ୍ୟରେ ଥିବା ଲକ୍ଷ୍ମଣରେଖା ମଧ୍ୟ ସମ୍ବିଧାନରେ ଉଲ୍ଲଖିତ ରହିଛି । ଅଥଚ, ଶ୍ରୀ ପ୍ରଧାନ ଉଲ୍ଲଖିତ ସୀମା ବେଳେ ବେଳେ ଅତିକ୍ରମ କରିବା ଅତ୍ୟନ୍ତ କ୍ଷୋଭର ବିଷୟ ।

ଜଣେ ବ୍ୟକ୍ତିଙ୍କ ଚରିତ୍ର ତାଙ୍କ ବ୍ୟବହାରରୁ ଜଣାପଡେ । ଯିଏ ଯେତେ ବଡ଼ ପଦପଦବୀରେ ରହନ୍ତି, ସେମାନେ ସେତେ ଅଧିକ ଶିଷ୍ଟ । ଶାସ୍ତ୍ରରେ ‘ନମ୍ରନ୍ତି ଫଳିନୋ ବୃକ୍ଷା, ନମ୍ରନ୍ତି ଗୁଣିନୋ ଜନା’ କୁହାଯାଇଥିଲା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି କେନ୍ଦ୍ରମନ୍ତ୍ରୀ ସରକାରୀ ଅଧିକାରୀଙ୍କୁ ଧମକ-ଚମକ ଦେଉଥିବା ଅଭିଯୋଗ ଆଦୌ ଶୋଭନୀୟ ନୁହେଁ । ଓଡ଼ିଶାର ସଂସ୍କୃତି ସଦାସର୍ବଦା ସୌଜନ୍ୟତା ଓ ଉଚିତ୍‍ ସମ୍ମାନ ପ୍ରଦାନ ଉପରେ ବିଶ୍ୱାସ ରଖି ଆସିଛି । କିନ୍ତୁ ଶ୍ରୀ ପ୍ରଧାନ ଏହା ସଂପୂର୍ଣ୍ଣ ଭୁଲିଯାଇଛନ୍ତି । ପୂର୍ବରୁ ଓଡ଼ିଶାର ଯେତେ ରାଜନେତା (ଯେଉଁ ଦଳର ହୋଇଥାନ୍ତା ନା କାହିଁକି) କେନ୍ଦ୍ରମନ୍ତ୍ରୀ ରହିଥିଲେ, ସେମାନଙ୍କ ବିରୋଧରେ ଉପରୋକ୍ତ ଅଭିଯୋଗ ଶୁଣିବାକୁ ମିଳିନଥିଲା ବେଳେ ବାବୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଏ ପ୍ରକାର ଆଚରଣ ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ, ଯାହାକୁ ବିଜେଡି ଦୃଢ଼ତାର ସହ ନିନ୍ଦା କରୁଛି । ଆମର ଆଶା ଓ ବିଶ୍ୱାସ, ଶ୍ରୀ ପ୍ରଧାନ ତାଙ୍କ ପଦର ମର୍ଯ୍ୟାଦା ହାନି କରିବେ ନାହିଁ ଓ ସମ୍ମାନ ରକ୍ଷା କରିବେ । ଏଥିଲାଗି ସେ ମାନସ ମନ୍ଥନ କରିବା ଆବଶ୍ୟକ । ଶ୍ରୀ ପ୍ରଧାନ ଏପରି ଲକ୍ଷ୍ମଣରେଖା ଟପିବାର ପୁନରାବୃତ୍ତି କଲେ ଆଗାମୀ ଦିନମାନଙ୍କରେ ଏହାକୁ ଓଡ଼ିଶାର ଜନସାଧାରଣ ଭଲ ପାଇବେ ନାହିଁ ଓ ଉଚିତ୍‍ ଜବାବ ଦେବା ସୁନିଶ୍ଚିତ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ବିବୃତିରେ କହିଛନ୍ତି ।

ସୂଚନାଯୋଗ୍ୟ କହିଁପେ ନୀଗାହେ କାହିଁ ପେ ନିଶାନା ରୀତିରେ ମୀନା ମୀନା କହି ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ସେମାନଙ୍କ ନା ନନେଇ | ଧର୍ମେନ୍ଦ୍ର  ଭୁବନେଶ୍ୱରରେ ଜାତୀୟ ତଥ୍ୟ କେନ୍ଦ୍ରର ଉଦଘାଟନୀ ଉତ୍ସବରେ କେନ୍ଦ୍ର ଯୋଜନାକୁ ରାଜ୍ୟ ସରକାର ହାଇଜାକ କରୁଥିବା ପରୋକ୍ଷରେ ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର  । ଜାତୀୟ ତଥ୍ୟ କେନ୍ଦ୍ରର ଉଦଘାଟନୀ ଉତ୍ସବ ପରେ ହୋଟେଲ ଏଚଏଚଆଇ ଠାରେ ଆୟୋଜିତ ସଭାରେ ରାଜ୍ୟ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଭାଷଣ ଦେଇ ଜଲଦି ଚାଲିଗଲେ | ଆଉ ତାପରେ ପଡିଥିଲା ଭାଷଣ ଦେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପାଳି |  ଧର୍ମେନ୍ଦ୍ରଙ୍କ ଟାର୍ଗେଟରେ ରାଜ୍ୟ ସରକାର `|  ମାଧ୍ୟମ ରାଜ୍ୟ ସରକାରଙ୍କ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରମୁଖ ସଚିବ ଅଶୋକ ମୀନା  ।  ସଭାର ସମ୍ମୁଖରେ ବସିଥିଲେ ସୂଚନା  ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ସଚିବ ଶ୍ରୀ  ମୀନା ଏବଂ ଧର୍ମେନ୍ଦ୍ର ତାଙ୍କୁ ହିଁ ଇଶାରା କରି କହୁଥିଲେ | ଖାଲି ଇଶାରା ତା କରୁନଥିଲେ, ତାଙ୍କ ନା ବି ନେଉଥିଲେ ବାରମ୍ବାର |   

 ସିଧାସଳଖ ସଚିବଙ୍କ ନାଁ ନେଇ ଧର୍ମେନ୍ଦ୍ର କହିଥିଲେ କେନ୍ଦ୍ର ଯୋଜନାରେ ଶ୍ରେୟ ନେବାକୁ ରାଜ୍ୟ ସରକାର ସୋସିଆଲ ମିଡିଆ ପରି ଜାଲିଆତି କରୁଛନ୍ତି  ।  ଏପରିକି ସୋସିଆଲ ମିଢ଼ିଆରେ ଯେଉଁଭଳି ଭାବେ ବିଭିତ୍ତ କଥାକୁ ଅନର୍ଥ କରି ୟା ମୁଣକ୍ଡ ଯୋଡି ତାମୁକୁ କାଟି ଦର୍ଶାଯାଉଛି, ସେଭଳି ରାଜ୍ୟ ସରକାର କରୁଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ମନ୍ତ୍ରୀ ଯେତେବେଳେ ଅଶୋକ ମୀନାଙ୍କୁ ଲକ୍ଷ୍ୟ କରି ଏ ସବୁ କଥା କହୁଥିଲେ ସଚିବ ଜଣକ ମୁରୁକି ହସୁଥିଲେ , ଆଉ କଣ ବା କରିଥାନ୍ତେ ବିଚରା ସଂଘୀୟ ଅଧିକାରୀ | 

ଅବଶ୍ୟ ଧର୍ମେନ୍ଦ୍ରଙ୍କ ଏଭଳି ଅରୁଚିକର ମନ୍ତବ୍ୟ ଅବା ପରୋକ୍ଷ ଧମକକୁ ନେଇ ଆଜି ଆଇଏଏସ, ଓଏଏସ ଓ ଓ଼ଏଫଏସ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଧର୍ମେନ୍ଦ୍ରଙ୍କ ଏପରି ମନ୍ତବ୍ୟକୁ ବିରୋଧ କରିବା ସହ ସେମାନଙ୍କ ଅଭିଯୋଗ କରିଛନ୍ତି |

0
0
0
s2sdefault