ହେଡଲାଇନସ୍:

କଣ୍ଟାମାଳ ଓ ହରଭଙ୍ଗା ବ୍ଲକ ରେ ତୈଳଦର ବୃଦ୍ଧି ପାଇଁ ଗର୍ଜିଲେ ବିଜେଡି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

29-05-18-BAUD-BJD.jpg - 68.23 kBକଣ୍ଟାମାଳ,ବୌଦ୍ଧ (ବଂଶିଧର ମାଝୀ/ସିମୁନ୍ ନାଏକ)  ଆନ୍ତର୍ଜାତିକ ବଜାରରେ ତୈଳଦର ଏବଂ ଭାରତୀୟ ବଜାରରେ ପେଟୋ୍ରଲିୟମ ପଦାର୍ଥର ଦର ମଧ୍ୟରେ ଅତ୍ୟଧିକ ତାରତମ୍ୟ ଲକ୍ଷ୍ୟ କରାଯିବା ସହିତ ଉପଭୋକ୍ତା ଉପରେ ଖୁବ ଆର୍ଥିକ ବୋଝ ପଡୁଥିବାରୁ ଦେଶ ବ୍ୟାପୀ ଏହା ଆଲୋଚନାର ବିଷୟବସ୍ତୁ ହୋଇଛି । ଏ ପରିପ୍ରେକ୍ଷୀରେ ମଙ୍ଗଳବାର ବିଜୁ ଯୁବ ଜନତାଦଳ ପକ୍ଷରୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି  । ଜିଲ୍ଲା ବିଜେଡି ସଭାପତି ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କଣ୍ଟାମାଳ ବିଧାୟକ ମହୀଧର ରଣା ଙ୍କ ନେତୃତ୍ୱରେ  ଆୟୋଜିତ ପ୍ରତିବାଦ ସଭାରେ କେନ୍ଦ୍ର ସରକାରଙ୍କ ରାଜ୍ୟପ୍ରତି ଅବହେଳା ଓ ପେଟୋ୍ରଲ ଏବଂ ଡିଜେଲ ର ଅହତେୁକ ଦର ବୃଦ୍ଧି ସଂପର୍କରେ ବିଷୋଦଗାର କରିଥିଲେ । ଏଥି ସହିତ ଦେଶରେ ଏକ ନମ୍ବର ରାଜ୍ୟ ଭାବେ ୪ବର୍ଷ ଧରି ରାଜ୍ୟବାସୀଙ୍କୁ ସୁଶାସନ ଦେଇ ଆସୁଥିବା ଲୋକପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ବିଭିନ୍ନ ଜନହୀତକର ଯୋଜନା ସଂପର୍କରେ କହିଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ଯୋନାଲ ବିଜେଡି ପର୍ଯ୍ୟବେକ୍ଷକ ଅଶୋକ କୁମାର ସାହୁ,ଜିଲ୍ଲା ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ର,ଶମ୍ଭୁ ପ୍ରସାଦ ସାହୁ,ରାଧାବଲ୍ଲଭ ପ୍ରଧାନ,ଜିଲ୍ଲା ଏସ.ସି. ସେଲ ସଭାପତି ଦେବୀପ୍ରସାଦ ନାଏକ,ଦାମୋଦର ଭୋଇ,ପଞ୍ଚୁ ସାହୁ,ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରମୋଦ ରଣା,ମୋତିଲାଲ ରଣା,ରବିନ୍ଦ୍ର ପ୍ରଧାନ,ବରିଷ୍ଠ ନେତା ବିବତ୍ସ କଅଁର ପ୍ରମୁଖ ତୈଳ ଦର ବୃଦ୍ଧି ନେଇ କେନ୍ଦ୍ରର ମୋଦି ସରକାର ବିରୁଦ୍ଧରେ ପ୍ରବଳ ବର୍ଷିଥିଲେ । କହିଥିଲେ,ଗତ ୪ବର୍ଷ ଭିତରେ ବାରମ୍ବାର  ପେଟୋ୍ରଲ ଓ ଡିଜେଲ ଦର ବୃଦ୍ଧି ପାଇ ଚାଲିଛି । ବିଶ୍ୱ ବଜାରରେ ଅଶୋଧିତ ତୈଳଦର ହ୍ରାସ ସତ୍ତେ୍ୱ କେନ୍ଦ୍ର ସରକାର ପେଟୋ୍ରଲ ଓ ଡିଜେଲ ଦର ବୃଦ୍ଧି କରିଚାଲିଛନ୍ତି । କେନ୍ଦ୍ର ସରକାର ବାରମ୍ବାରଉତ୍ପାଦ  ଶୁଳ୍କ ବୃଦ୍ଧି କରିବା ଯୋଗୁଁ ପେଟୋ୍ରଲ ଓ ଡିଜେଲ ଦର ଆଜି ଆକାଶ ଛୁଆଁ ହୋଇଛି । ଏ ପ୍ରକାର ଲୁଟ୍ ବିରୁଦ୍ଧରେ ଏକ ଦାୟୀତ୍ୱ ସଂପନ୍ନ ରାଜନୈତିକ ଦଳ ଭାବରେ ସ୍ୱର ଉତ୍ତୋଳନ କରିବା ସହ ଜନସାଧାରଣଙ୍କୁ ଏଦିଗରେ ସଚେତନ କରାଇବାଉଦ୍ଦେଶ୍ୟରେ ଆଜି  ବିଜୁ ଯୁବ ଜନତା ଦଳ ବିକ୍ଷୋଭକୁ ଓହ୍ଲାଇଛି ବୋଲି ବକ୍ତାମାନେ କହିଥିଲେ । ଆୟୋଜିତ ପ୍ରତିବାଦ ସଭାରେ କଣ୍ଟାମାଳ ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଓ ବହୁ ସଂଖ୍ୟାରେ ବିଜେଡି କର୍ମୀମାନେ ଯୋଗଦେଇଥିବା ବେଳେ ଶେଷରେ ଜିଲ୍ଲା ଏସ.ସି. ସେଲ ସଭାପତି ଶ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ହରଭଙ୍ଗା ବ୍ଲକ ସମ୍ମୁଖରେ ପ୍ରତୀକ ଧାରଣା ଦିଆଯଇଥିବା ଦେଖିବାକୁ ମିଳିଥିଲା  । ଜିଲ୍ଲା ବିଜେଡି ସଭାପତି ତଥା କଣ୍ଟାମାଳ ବିଧାୟକ ମହିଧର ରଣାଙ୍କ ତତ୍ୱାବଧାନରେ ପ୍ରତିବାଦ ସଭାରେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା । ଏହି ଧାରଣାରେ ପୁର୍ବତନ ଜିଲ୍ଲାପରିଷଦ ଚେୟାରମ୍ୟାନ ଅକ୍ଷୟ କୁମାର ସାହୁ, ଜିଲ୍ଲାପରିଷଦ ଉପାଧକ୍ଷ ଅକୃର ସେଠୀ, ଅଶୋକ ସାହୁ , ଅମର ପ୍ରଧାନ, ଶୁସାନ୍ତ ପ୍ରଧାନ , ଶ୍ରୀବନ୍ତ ମେହେର, ରମେଶ ଜେନା ପ୍ରମୁଖ ସାମିଲ ଥିଲେ । 

 

0
0
0
s2sdefault