ହେଡଲାଇନସ୍:

କେନ୍ଦ୍ରର କ୍ରମାଗତ ତୈଳଦର ବୄଦ୍ଧି ବିରୋଧରେ ବିଜେଡି ପକ୍ଷରୁ ଜନଜାଗରଣ ସମାବେଶ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

29-05-18--padam-raaj.jpg - 160.48 kB

ପଦ୍ମପୁର/ନୀଳ ଦୀପ - ବାରମ୍ବାର ତୈଳ ଦର ବୃଦ୍ଧି ତଥା ବିଭିନ୍ନ ଜିନିଷର ଦରଦାମ ବୃଦ୍ଧି ପାଇବାରେ ଲାଗିଛି ।ଯାହାର ଫଳ ସ୍ବରୂପ ସାଧାରଣ ଜନତା ଅସୁବିଧା ଭୋଗ କରୁଛନ୍ତି ।୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ କ୍ରମାଗତ ଭାବରେ ତୈଳଦର ବୄଦ୍ଧି ହେବାରେ ଲାଗିଛି ।ଏହି ତୈଳଦର ବୄଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ପଦ୍ମପୁର ତରଫରୁ ଏକ ଜନଜାଗରଣ ସମାବେଶର ଆୟୋଜନ କରାଯାଇଥିଲା।   ବିଜେଡି ଟାଉନ ସଭାପତି ଶ୍ରୀଯୁକ୍ତ ନବକିଶୋର ସାହୁ ଓ ବିଜେଡି ବ୍ଳକ ସଭାପତି ଶ୍ରୀଯୁକ୍ତ ପରମାନନ୍ଦ ଶାହାଙ୍କ ନେତୄତ୍ବରେ ସ୍ଥାନୀୟ ଗୋରୁ ବଜାର ରୁ ଏକ ଶୋଭାଯାତ୍ରାରେ ବାହାରି କେନ୍ଦ୍ରସରକାର ବିରୋଧରେ ନାରାବାଜି କରି ସହର ପରିକ୍ରମା କରି ରାଜବୋରାସମ୍ବର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ମହାମହୀମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରିଥିଲେ ।ଏହି ସମାବେଶରେ ବିଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ସିଦ୍ଧାର୍ଥ ସିଂ ବରିହା, ବିଜେଡି ନେତା ପ୍ରଶାନ୍ତ ମହାନ୍ତି,ରାଜେଶ କୁମାର ସାହୁ, ସନ୍ତୋଷ ସେଠ,ଉମେସ ସାହୁ, ମହେଶ ପୁରୀ,ନିଳ ସେନ୍ଧ୍ରୀଆ ଓ ଦଳର ସତାଧିକ କର୍ମୀ ଉପସ୍ଥିତ ଥିଲେ ।

           ସେହିପରି ପାଇକମାଲ ବ୍ଳକ ଅଧ୍ୟକ୍ଷ ଅଲତାବ ମହମ୍ମଦ ଓ ସରପଞ୍ଚ ଧବଲେଶ୍ବର ସାହୁଙ୍କ ନେତୄତ୍ବରେ ପାଇକମାଲ ବିଜୁ ଜନତା ଦଳ ତରଫରୁ ମଧ୍ଯ ଏକ ଦାବୀ ପତ୍ର ପାଇକମାଲ ଗୋଷ୍ଠୀଉନ୍ନୟନ ଅଧିକାରୀ ଙ୍କୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।ଏହି ସମାବେଶରେ ବିଜୁ ଜନତା ଦଳର ଶତାଧିକ କର୍ମୀ ଉପସ୍ଥିତ ଥିଲେ।

0
0
0
s2sdefault