ହେଡଲାଇନସ୍:

ଧର୍ମେନ୍ଦ୍ର : କହିଁ ପେ ନିଗାହେଁ କହିଁ ପେ ନିଶାନା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ତୃତୀୟ ମହଲାକୁ ଟାର୍ଗେଟ. ଅଫିସର ମୀନା ବାହାନା

29-05-18-meena.jpg - 42.23 kB

Bhubaneswar : ମଉକା ପାଇବା ମାନେ ରାଜ୍ୟ ସରକାରଙ୍କୁ ଖାସ କରି ମୁଖ୍ୟମନ୍ତ୍ରୀଙ୍କ  ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କୁ ସମାଲୋଚନା କରିବାକୁ ଭୁଲୁ ନାହାନ୍ତି | ସତେ ଯେମିତି ଧର୍ମେନ୍ଦ୍ର ଥାର୍ଡ଼ ଫ୍ଲୋରରେ ପହଂଚିବା ପାଇଁ ପାଣ୍ଡିଆନ ହିଁ  କଣ୍ଟା | ଆଉ ଏଥର ବି ସରକାରଙ୍କୁ ସମାଲୋଚନା କରିଛନ୍ତି, ରାଜ୍ୟ ସରକାରଙ୍କ ମନ୍ତ୍ରୀ ଚାଲିଯିବା ପରେ ଆଉ ଜଣେ ବିଭାଗୀୟ ସଚିବଙ୍କ ଆଗରେ | ହେଲେ ବିଭାଗୀୟ ଅଧିକାରୀ ତ  ଛତା, ସେ ମନ୍ତ୍ରୀଙ୍କ ସମାଲୋଚନାକୁ ମୁରୁକି ହସି ଉପଭୋଗ କଲା ଭଳି ଲାଗୁଥିଲା |  ତାଙ୍କ ନା ନେଇ ସମାଲୋଚନା କରିଥିବା ବେଳେ ନିରବ ରହିବ ଛଡା କିଛି ବିକଳ୍ପ ନଥିଲା |

କହିଁପେ ନୀଗାହେ କାହିଁ ପେ ନିଶାନା ରୀତିରେ ମୀନା ମୀନା କହି ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ସେମାନଙ୍କ ନା ନନେଇ | ଧର୍ମେନ୍ଦ୍ର  ଭୁବନେଶ୍ୱରରେ ଜାତୀୟ ତଥ୍ୟ କେନ୍ଦ୍ରର ଉଦଘାଟନୀ ଉତ୍ସବରେ କେନ୍ଦ୍ର ଯୋଜନାକୁ ରାଜ୍ୟ ସରକାର ହାଇଜାକ କରୁଥିବା ପରୋକ୍ଷରେ ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର  । ଜାତୀୟ ତଥ୍ୟ କେନ୍ଦ୍ରର ଉଦଘାଟନୀ ଉତ୍ସବ ପରେ ହୋଟେଲ ଏଚଏଚଆଇ ଠାରେ ଆୟୋଜିତ ସଭାରେ ରାଜ୍ୟ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଭାଷଣ ଦେଇ ଜଲଦି ଚାଲିଗଲେ | ଆଉ ତାପରେ ପଡିଥିଲା ଭାଷଣ ଦେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପାଳି |  ଧର୍ମେନ୍ଦ୍ରଙ୍କ ଟାର୍ଗେଟରେ ରାଜ୍ୟ ସରକାର `|  ମାଧ୍ୟମ ରାଜ୍ୟ ସରକାରଙ୍କ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରମୁଖ ସଚିବ ଅଶୋକ ମୀନା  ।  ସଭାର ସମ୍ମୁଖରେ ବସିଥିଲେ ସୂଚନା  ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ସଚିବ ଶ୍ରୀ  ମୀନା ଏବଂ ଧର୍ମେନ୍ଦ୍ର ତାଙ୍କୁ ହିଁ ଇଶାରା କରି କହୁଥିଲେ | ଖାଲି ଇଶାରା ତା କରୁନଥିଲେ, ତାଙ୍କ ନା ବି ନେଉଥିଲେ ବାରମ୍ବାର |   କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଉପସ୍ଥିତିରେ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ହାଇଜାକ କରୁଥିବା ଅଭିଯୋଗ ଆଣିଥିଲେ ଧର୍ମେନ୍ଦ୍ର  । ଏପରିକି ରାଜ୍ୟ ସରକାର ଏବେ କେନ୍ଦ୍ରୀୟ ଯୋଜନାକୁ ହାଇଜାକ କରିବାକୁ ପ୍ରତିଯୋଗିତା କରୁଛି  । ଏପରି ହେଲେ ପ୍ରଗତି ହେବନି କିନ୍ତୁ ଚ କତା ବତିବ  । ଯଦି ପ୍ରତିଯୋଗିତ କରିବାର ଅଛି, ତେବେ ଓଡିଶା ଯୁବକ ମାନଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ ପ୍ରତିଯୋଗିତା ରାଜ୍ୟ ସରକାର କରନ୍ତୁ ବୋଲି କହିଛନ୍ତି ଧର୍ମେନ୍ଦ୍ର  ।

 ସିଧାସଳଖ ସଚିବଙ୍କ ନାଁ ନେଇ ଧର୍ମେନ୍ଦ୍ର କହିଥିଲେ କେନ୍ଦ୍ର ଯୋଜନାରେ ଶ୍ରେୟ ନେବାକୁ ରାଜ୍ୟ ସରକାର ସୋସିଆଲ ମିଡିଆ ପରି ଜାଲିଆତି କରୁଛନ୍ତି  ।  ଏପରିକି ସୋସିଆଲ ମିଢ଼ିଆରେ ଯେଉଁଭଳି ଭାବେ ବିଭିତ୍ତ କଥାକୁ ଅନର୍ଥ କରି ୟା ମୁଣକ୍ଡ ଯୋଡି ତାମୁକୁ କାଟି ଦର୍ଶାଯାଉଛି, ସେଭଳି ରାଜ୍ୟ ସରକାର କରୁଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ମନ୍ତ୍ରୀ ଯେତେବେଳେ ଅଶୋକ ମୀନାଙ୍କୁ ଲକ୍ଷ୍ୟ କରି ଏ ସବୁ କଥା କହୁଥିଲେ ସଚିବ ଜଣକ ମୁରୁକି ହସୁଥିଲେ , ଆଉ କଣ ବା କରିଥାନ୍ତେ ବିଚରା ସଂଘୀୟ ଅଧିକାରୀ | 

0
0
0
s2sdefault