ଗଡ ସଜାଡୁଛି ବିଜେଡି : ନବୀନ ନିବାସରେ ପାଳିତ ହେଲା ମୟୂରଭଞ୍ଜ ଜିଲ୍ଲାର ମହାମିଶ୍ରଣ ପର୍ବ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଭିନ୍ନ ରାଜନୈତିକ ଦଳରୁ ବିଜୁ ଜନତା ଦଳରେ ଯୋଗ ଦେଲେ ହଜାରେରୁ ଅଧିକ ନେତା

28-05-18-baripada.jpg - 193.17 kB

ବାରିପଦା(ଦିଲ୍ଲୀପ ମହାନ୍ତି )- :  ଗତ ଜିଲ୍ଲା ପରିଷଦ ନିର୍ବାଚନରେ ଦଳୀୟ କନ୍ଦଳ, ତ୍ରୁଟିପୂର୍ଣ୍ଣ ଫ୍ଲୋର ମ୍ୟାନେଜମେଣ୍ଟ ଆଉ କିଛି ବଦ୍ନାମ ନେତାଙ୍କ ପ୍ରତି ଲୋକଙ୍କ ରୋଷ କାରଣରୁ ଅକସ୍ମାତ ବିଜେପି ୧ ନମ୍ବରକୁ ଚାଲିଯାଇ ଜିଲ୍ଲା ପରିଷଦ ବିଜେପି ଗଠନ କରିବାରେ ସକ୍ଷମ ହୋଇଥିବା ବେଳେ ଏବେ ଅସଜଡ଼ା ଗଡକୁ ସଜାଡ଼ିବାର ପ୍ରୟାସ ଜୋର କରିଛି ବିଜେଡି | ଜିଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ନବୀନଙ୍କ ୟଙ୍ଗ ବ୍ରିଗେଡର ଷ୍ଟ୍ରଙ୍ଗ ସଦସ୍ୟ ଅରୁଣ ସାହୁଙ୍କ ଗୋଟି ଚାଳନାରେ ଜିଲ୍ଲାରେ ସାଙ୍ଗଠନିକ ଦକ୍ଷତା ବୃଦ୍ଧି ପାଇବାରେ ଲାଗିଛି | କିଛି ନେତାଙ୍କ ଅପକର୍ମ ପାଇଁ ଆଦିବାସୀ ମାନେ ବିଜେଡି ଉପରେ ଅଭିମାନ କରିଥିବା ବେଳେ ବାରମ୍ବାର ଗସ୍ତ କରି, ବିଭିନ୍ନ ବୈଠକରେ ଆଦିବାସୀ ଗୋଷ୍ଠୀର ନେତା ମାନଙ୍କ ସହ କଥାବାର୍ତା କରି ସେମାନଙ୍କ ମାନଭଞ୍ଜନ କରିବାରେ ସକ୍ଷମ ହୋଇଛନ୍ତି  ମୟୁରଭଂଜ ବିଜେଡି ଟିମ କ୍ୟାପଟେନ ଅରୁଣ | ଆଉ ଜିଲ୍ଲା ସଂଗଠନ ଦାଇତ୍ୱରେ ଥିବା  ଜୋନ ସଭାପତି , ଜିଲ୍ଲା ସଭାପତି, ଯୁବ ସଭାପତି ତଥା ଅନ୍ୟ କର୍ମକର୍ତା ମାନେ ଟିମ ସ୍ପିରିଟ ନେଇ ଦଳର ହଜିଯାଇଥିବା ପତିଆରାକୁ ଫେରାଇ ଆଣିବାକୁ ପ୍ରାଣମୂର୍ଛା ଚେଷ୍ଟା କରୁଛନ୍ତି  | ଆଉ ତାହାର ଏକ ବଡ ନମୁନା ଦେଖିବାକୁ ମିଳିଛି ନବୀନ ନିବାସରେ |  

ବାରିପଦା ବିଧାୟକ ତଥା ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡିଙ୍କ ନେତୃତ୍ୱରେ ମୟୂରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକ ମହାମିଶ୍ରଣ ପର୍ବ ନବୀନ ନିବାସ ପରିସରରେ ଆଜି ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ସୁଶାସନରେ ଅନୁପ୍ରାଣିତ ହୋଇ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି, କଂଗ୍ରେସ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଆଦି ବିଭିନ୍ନ ରାଜନୈତିକ ଦଳଗୁଡ଼ିକରୁ ୧୦୦୦ରୁ ଉର୍ଦ୍ଧ ନେତା ଓ କର୍ମୀ ବିଜୁ ଜନତା ଦଳରେ ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ ।  ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ  ନବୀନ ନିବାସଠାରେ ସାକ୍ଷାତ କରି ସମସ୍ତ ନେତୃବୃନ୍ଦ ଆଗାମୀ ଦିନରେ ବିଜୁ ଜନତା ଦଳ ପାଇଁ କାର୍ଯ୍ୟ କରିବେ ବୋଲି ଶପଥ ନେଇଥିବାର ସୂଚନା ମିଳିଛି । ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ପୂର୍ବତନ ବିଧାୟକ କାହ୍ନୁ ସୋରେନ୍‍ଙ୍କ ସହ ମୟୂରଭଞ୍ଜ ଜିଲ୍ଲାର କଂଗ୍ରେସ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ବିଜେପିର ହଜାରେରୁ ଊଦ୍ଧ୍ୱର୍ କର୍ମୀ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

 ସଭାପତି ଶ୍ରୀ ପଟ୍ଟନାୟକ ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ସମସ୍ତ କର୍ମୀଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ କଂଗ୍ରେସ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ବିଜେପିର ଶତାଧିକ ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହାଫଳରେ ମୟୂରଭଞ୍ଜ ଜିଲ୍ଲାରେ ଦଳ ଆହୁରି ମଜଭୁତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |

 ଉକ୍ତ ମିଶ୍ରଣ ପର୍ବରେ ମୟୂରଭଞ୍ଜ ଜିଲ୍ଲାର ଜୋନାଲ ସଭାପତି ସୁବ୍ରମଣ୍ୟମ୍ ମହାନ୍ତି, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଜିତେନ୍ଦ୍ର ମହାନ୍ତି, ମୋରଡ଼ା ବିଧାୟକ ତଥା ଜିଲ୍ଲା ସଭାପତି ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର, ଯଶିପୁର ବିଧାୟକ ମଙ୍ଗଲ ସିଂ ମୋଦି, କରଞ୍ଜିଆ ବିଧାୟକ ବିଜୟ ନାୟକ, ରାଇରଙ୍ଗପୁର ବିଧାୟକ ସାଇବା ସୁଶୀଳ ହାଁସଦାଃ, ସାରସକଣା ବିଧାୟକ ଭାଦବ ହାଁସଦାଃ, ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି ପ୍ରମୁଖଙ୍କ ସମେତ ଜିଲ୍ଲା  ପର୍ଯ୍ୟବେକ୍ଷକ ଅରୁଣ ସାହୁ , ବାରିପଦା ପୌରପରିଷଦର ପର୍ଯ୍ୟବେକ୍ଷକ ମାନସ ମଲ୍ଲିକ, ଯୁବ ବିଜେଡ଼ିର ଜିଲ୍ଲା ମିଡ଼ିଆ ସଂଯୋଜକ କପିଲ ଖଣ୍ଡେଲୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ । ଏମାନଙ୍କ ମଧ୍ୟରେ କୁଳିଅଣାର ପୂର୍ବତନ ବିଧାୟକ କାହ୍ନୁ ସୋରେନ, ବୈଦ୍ୟନାଥ ସିଂ(କଂଗ୍ରେସ ବିଧାୟକ ପ୍ରାର୍ଥୀ ୨୦୧୪), ପୂର୍ଣ୍ଣ ଚନ୍ଦ୍ର ମାରାଣ୍ଡି ( ଜେ.ଏମ.ଏମ. ବିଧାୟକ ପ୍ରାର୍ଥୀ ରାଇରଙ୍ଗପୁର), ଅନୁରାଧା ସୋରେନ(କାଉନସିଲର, ବାରିପଦା ମୁନିସପାଲିଟି), ବିଦୁରାଜ ସୋରେନ (କାଉନସିଲର, ବାରିପଦା ମୁନିସପାଲିଟ), ମିନତି ତିରିଆ(ପୂର୍ବତନ ଚେୟାରମ୍ୟାନ, ରୋରୁଆଁ ବ୍ଲକ), ସୁଧନ୍ୟ ନାୟକ (ପୂର୍ବତନ ଚେୟାରମ୍ୟାନ, ଖୁଣ୍ଟା ବ୍ଲକ), କମଳ ଲୋଚନ ମହନ୍ତ (ପୂର୍ବତନ ବି.ଜେ.ପି ବ୍ଲକ  ସଭାପତି, ଠାକୁରମୁଣ୍ଡା), ତୁଳସୀ ମୁର୍ମୁ (ପୂର୍ବତନ କଂଗ୍ରେସ  ଜିଲ୍ଲା ପରିଷଦ ସଦସ୍ୟ), ଜଗବନ୍ଧୁ ନାୟକ(ବି.ଜେ.ପି. ଆଦିବାସୀ ମୋର୍ଚ୍ଚା ସଭାପତି, ମୟୁରଭଞ୍ଜ), ରାଜେଶ ବାଦରା(କଂଗ୍ରେସ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ), ସୁରେନ୍ଦ୍ରନାଥ ମାଝି (ପୂର୍ବତନ ଅଧ୍ୟକ୍ଷ,ବଡସାହି), ଚନ୍ଦ୍ରମୋହନ ଦତ୍ତ(ପୂର୍ବତନ ବି.ଜେ.ପି.ବ୍ଲକ ସଭାପତି, ବେତନଟୀ), ଦୁର୍ଗା ହେମ୍ବ୍ରମ(ଜେ.ଏମ.ଏମ ରାଜ୍ୟ ସାଧାରଣ ସମ୍ପାଦକ), ବିଜୟ ସାହୁ (ପୂର୍ବତନ କଂଗ୍ରେସ ଜିଲ୍ଲା ପରିଷଦ ସଭ୍ୟ,ଯଶିପୁର),  ଲତା ନାୟକ (ଜିଲ୍ଲା ପରିଷଦ ପ୍ରାର୍ଥୀ,ରୋରୁଆଁ), ସତ୍ୟ ବାନ୍ଦରା(ଜିଲ୍ଲା ପରିଷଦ ପ୍ରାର୍ଥୀ, ବିଜାତଳା), ଭିମବାର ମୁର୍ମୁ ପ୍ରମୁଖଙ୍କ ସମେତ ବିଭିନ୍ନ ଗ୍ରାମପଞ୍ଚାୟତର ସରପଂଚ ଓ ପଞ୍ଚାୟତ ସମିତି ସଦସ୍ୟ ଯୋଗଦାନ କରିଥିଲେ । ବିଜୁ ଜନତା ଦଳରେ ଏହି ନବାଗତ ନେତୃବୃନ୍ଦଙ୍କ ଯୋଗଦାନ ଫଳରେ ଦଳ ଆଗାମୀ ଦିନରେ ମୟୁରଭଞ୍ଜରେ ଶକ୍ତିଶଳୀ ଓ ସୁସଂଗଠିତ ହେବ ବୋଲି  ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ ।

0
0
0
s2sdefault