ହେଡଲାଇନସ୍:

ମଳୁ ଖୋଜୁଥିଲା ଆମ୍ବିଳି ପାଣି, ବଇଦ କହିଲା ଦେ ତୋରାଣି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

14-05-18-BAI.jpg - 52.30 kB

 

 

ଦଳରୁ ଇସ୍ତଫା ଦେଲେ ବୈଜୟନ୍ତ, କହିଲେ ଏବେ ତାଙ୍କର ଅନୁଭବ ହେଲା ଦଳ ତାଙ୍କୁ ଆଉ ଚାହୁଁନି |

ଭୁବନେଶ୍ୱର:ଆଜି ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବୈଜୟନ୍ତ ପଣ୍ଡା | ସେ ତାଙ୍କ ତିନି ପୃଷ୍ଠାର  ଇସ୍ତଫା ପତ୍ର  ଦଳର ସଭାପତି ନବୀନ ବାବୁଙ୍କୁ ପଠାଇ ଦେଇଛନ୍ତି | ତାଙ୍କ ଇସ୍ତଫା ପତ୍ରରେ ତାଙ୍କ ଇସ୍ତଫାର ଯେଉଁ କାରଣ ଦର୍ଶାଇ ଛନ୍ତି ସହ ଆଣ୍ଠୁଆନ୍ତା ସମବେଦନଶୀଲ | ସେ ଲେଖିଛନ୍ତି ଯେ ନିକଟରେ ତାଙ୍କ ପିତା ତଥା ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ମୃତ୍ୟୁପରେ କୌଣସି ବିଜେଡି ନେତା ତାଙ୍କ ଶେଷ ଦର୍ଶନ ପାଇଁ ଯାଇ ନ ଥିବାରୁ ଏହା ଶ୍ରୀ ପଣ୍ଡାଙ୍କୁ ବେଶ୍‌ ବ୍ୟଥିତ କରିଥିଲା। ଦଳ ଭିତରେ ନିଜକୁ ଅଲୋଡ଼ା ଭାବିବା ସହିତ ତାଙ୍କ ଭିତରେ ଥିବା ସମସ୍ତ କ୍ଷୋଭକୁ ଏକ ୩ ପୃଷ୍ଠା ସମ୍ବଳିତ ପତ୍ରରେ ଉଲ୍ଲେଖ କରିବା ସହିତ ଶ୍ରୀ ପଣ୍ଡା ବିଜେଡିରୁ ଇସ୍ତଫା ଦେଉଥିବା ନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ନିଜ ଇସ୍ତଫା ପତ୍ର ରେ ଉଲ୍ଲେଖ କରିଛନ୍ତି ।  ପିତାଙ୍କ ଅନ୍ତ୍ୟେଷ୍ଟିକ୍ରିୟା ଶେଷ ହେବା ପରେ ସେ ଲୋକ ସଭାର ବାଚସ୍ପତିଙ୍କୁ ସାଂସଦ ପଦରୁ ଇସ୍ତଫା ନେଇ ତାଙ୍କ ପତ୍ର ପ୍ରଦାନ କରିବେ ବୋଲି ଶ୍ରୀ  ପଣ୍ଡା ଲେଖିଛନ୍ତି | 

ବୈଜୟନ୍ତ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ବିଜୁ ପଟ୍ଟନାୟକଙ୍କ ସହିତ ଘନିଷ୍ଠ ଥିବା ତାଙ୍କ ବାପା ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କ ଶେଷଦର୍ଶନ ପାଇଁ ବିଜେଡି ନେତାଙ୍କୁ ବାରଣ କରାଯାଇଥିବା ଜଣାପଡ଼ିବା ପରେ ଏହା ତାଙ୍କୁ ବେଶ ବ୍ୟଥିତ କରିଛି। ଏଥିରୁ ସେ ହୃଦବୋଧ କରିଛନ୍ତି ଯେ ବିଜେଡି ଆଉ ତାଙ୍କୁ ଚାହୁଁନାହିଁ । ଏହା ତାଙ୍କ ଆତ୍ମସମ୍ମାନରେ ଆଞ୍ଚ ଆଣିଛି। ଦଳର ଏଭଳି ସଂକୀର୍ଣ୍ଣ ପରିବେଶ ଭିତରେ ସେ ନିଜର ଆତ୍ମ ସମ୍ମାନକୁ ବଳି ଦେବାକୁ ଚାହୁଁ ନ ଥିବାରୁ ବିଜେଡିରୁ ଇସ୍ତଫା ଦେଉଛନ୍ତି ବୋଲି ସାଂସଦ ଶ୍ରୀ ପଣ୍ଡା ଲେଖିଛନ୍ତି। ନିଶ୍ଚିତ ଭାବେ ବିଜୁବାବୁଙ୍କ ଆଶୀର୍ବାଦରେ ଓ ସହଯୋଗରେ ଶିଳ୍ପପତି ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିବା ବଂଶୀଧର ପଣ୍ଡାଙ୍କ ଦେହାନ୍ତରେ ନବୀନ ବାବୁ ଓ ବିଜେଡିର ଜଣେ କେହି ନଯିବା ଅତ୍ୟନ୍ତ ଦୁଃଖଦାୟକ | କାରଣ ବିଜୁ ବାବୁଙ୍କ ସହ ପଣ୍ଡା ଫାମିଲିର ଥିଲା ନିବିଡ ସମ୍ପର୍କ | ବୈଜୟନ୍ତବାବୁଙ୍କ ସହ ମଧ୍ୟ ନବୀନ ବାବୁଙ୍କ ସମ୍ପର୍କ ଅତ୍ୟନ୍ତ ନିବିଡ ଥିଲା | ହେଲେ ଗତ କିଛି ଦିନରେ ସେମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଏହି ନକୁଳ ସମ୍ପର୍କ | ବୈଜୟନ୍ତଙ୍କ ଛାଇ ଦେଖିଲେ ନାହିଁ ଡେଉଁଛି ନବୀନ ବାବୁଙ୍କର | ତେଣୁ ଏବେ ଇସ୍ତଫା ପାତ୍ରରେ ଯାହା ଲେଖିଛନ୍ତି ଯେ ଦଳ ତାଙ୍କୁ ଏବେ ଚାହୁଁନି ବୋଲି ତାଙ୍କର ଏବେ ଅନୁଭବ ହୋଇଛି ବୋଲି ତାହା କିନ୍ତୁ ଠିକ ନୁହେ   ବୈଜୟନ୍ତକୁ ଦଳ ଚାହୁଁନାହିଁ ବୋଲି ବୈଜୟନ୍ତ ୮ମାସ ହେବ ଜାଣିଛନ୍ତି | ସେ ଜାଣିଛନ୍ତି ଦଳବିରୋଧୀ କାମପାଇଁ ଦଳ ନିହାତି ଭାବେ ନିର୍ବାଚନ ପୂର୍ବରୁ ତଡି଼ବ |  ବୈଜୟନ୍ତ ଓ ବିଜେଡି ମଧ୍ୟରେ ବଢ଼ି ଚାଲିଥିବା ଦୂରତାରେ କିଛି ଏଭଳି ଢଙ୍ଗରେ ପୂର୍ଣ୍ଣଛେଦ ପଡ଼ିବ ବୋଲି ସମସ୍ତେ ଆକଳନ ମଧ୍ୟ ପୂର୍ବରୁ କରିଥିଲେ । ଆଉ ଶେଷରେ ଏହି ଚର୍ଚ୍ଚାର ଅବସାନ ହୋଇଛି । ବିଜେଡିରୁ ଇସ୍ତଫା ଦେବା ପରେ ବୈଜୟନ୍ତ ବିଜେପିରେ ସାମିଲ ହେଉଥିବା ନେଇ ଚର୍ଚ୍ଚା ଆହୁରି ସରଗରମ ହୋଇଛି ।
ଗତ ଜାନୁୟାରୀ ମାସରେ ବୈଜୟନ୍ତ ପଣ୍ଡାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିମ୍ବିତ କରାଯାଇଥିଲା । ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ କେନ୍ଦ୍ରାପଡ଼ା ସାଂସଦଙ୍କୁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଥିଲା । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ସାଂସଦ ବୈଜୟନ୍ତଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ସେତେବେଳେ ବିଜେଡି ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଥିଲା ଯେ, ସାଂସଦ ବୈଜୟନ୍ତ ପଣ୍ଡା ଦଳକୁ ସମାଲୋଚନା କରିବାକୁ ପଛାଉ ନ ଥିଲେ ଏଥି ସହ ସେ ଗତ ପଞ୍ଚାୟତ ନିର୍ବାଚନରେ ଦଳ ବିରୋଧୀ ପ୍ରାର୍ଥୀଙ୍କୁ ସହାୟତା କରିଥିଲେ । ସାଂସଦ ବୈଜୟନ୍ତଙ୍କ ବିରୋଧରେ ଏହି ସବୁ ଅଭିଯୋଗ ଆସିବା ପରେ ଦଳର କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାରୀ ପ୍ରମିଳା ମଲ୍ଲିକ ଏବଂ କଟକ ଜିଲ୍ଲା ପ୍ରଭାରୀ ଉଷା ଦେବୀଙ୍କୁ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ କୁହାଯାଇଥ#ଲା । ଏହି ରିପୋର୍ଟ ପାଇବା ପରେ ଦଳର ସଭାପତି ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।
କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରୁ ଲଗାତର ଭାବେ ବୈଜୟନ୍ତଙ୍କ ବିରୋଧରେ ଅଭିଯୋଗ ବଢ଼ିଥ#ଲା । ନେତା ଲିଖିତ ଭାବେ ଜଣାଇଥିଲେ, ରାଜ୍ୟ ସଭାପତିଙ୍କ ଦ୍ୱାରା ମନୋନୀତ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନିର୍ବାଚିତ କରାଯାଇଥିଲା । ମାତ୍ର ନିର୍ବାଚନ ପରଠାରୁ ସେ ନିର୍ବାଚନମଣ୍ଡଳୀର ବିକାଶ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ କେବେ ବି ଆଲୋଚନା କରିନାହାନ୍ତି । ନିର୍ବାଚିତ ଲୋକପ୍ରତିନିଧିମାନଙ୍କୁ ମଧ୍ୟ ପଚାରୁନାହାନ୍ତି । ଦୁଇ ବର୍ଷ ତଳେ ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ନିଜେ ରାଜ୍ୟ ସଭାପତି ନିର୍ଦ୍ଦେଶ ଦେଇଥିଲେ ଯେ ସଂସଦୀୟ କ୍ଷେତ୍ର ଉନ୍ନୟନ ପାଣ୍ଠି  ସୁଷମ ବଣ୍ଟନ କରାଯାଉ । ଏହା ସତ୍ତେ୍ୱ ସାଂସଦ ତାଙ୍କର ଦରମାପ୍ରାପ୍ତ କିଛି କର୍ମଚାରୀଙ୍କ ଦ୍ୱାରା ଅନାବଶ୍ୟକ ସ୍ଥାନରେ ସାଂସଦ ପାଣ୍ଠିର ଦୁରୁପଯୋଗ କରିଛନ୍ତି । ଏପରିକି ଏଥିରେ ଥିବା ନିୟମାବଳୀକୁ ଜଳାଞ୍ଜଳି ଦିଆଯାଇଛି ।
ଖାଲି ଏତିକି ନୁହେଁ ବୈଜୟନ୍ତଙ୍କ ସତ୍ୟପାଠରେ ତ୍ରୁଟି ଥିବା ଦର୍ଶାଇ ଦଳ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲା । ନୈତିକତା ଦୃଷ୍ଟିରୁ ସାଂସଦ ପଦରୁ ଇସ୍ତଫା ଦେବାକୁ ଆହ୍ୱାନ ଦେଇଥିଲା ଦଳ । ଏସଂପର୍କିତ ମାମଲା ଏବେ କୋର୍ଟରେ ବିଚାରଧୀନ । ଅବଶ୍ୟ ତଳ କୋର୍ଟଙ୍କ ଆଦେଶ ଉପରେ ଉପର କୋର୍ଟ ଟିକେ ବୈଜୟନ୍ତଙ୍କୁ ରାହତ ଦେଇଛନ୍ତି | ତାଙ୍କୁ ଦଳରୁ ବହିଷ୍କାର କରିବାକୁ ମଧ୍ୟ ଦଳ ଭିତରୁ ଦାବି ଉଠିଥିଲା । ଆଉ ଏହାପରେ ସୋମବାର ବୈଜୟନ୍ତ ପଣ୍ଡା ଦଳରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି ।

ମୋଟାମୋଟି ଭାବେ ଦେହ ଟା ବିଜେଡି ମନ ବିଜେପିରେ ବନ୍ଧା ପଡିଯାଇଥିଲା ବୈଜୟନ୍ତ ବାବୁଙ୍କର | ଛଟପଟ ହେଉଥିଲେ କେମିତି ବିଜେଡି ଛାଡି ବିଜେପି ଜଏନ କରିବେ | ହେଲେ ତେଲକୁ ଲୋଭ ଏଣେ ପୁଅ ମୁଣ୍ଡକୁ ଲୋଭ | ପାଣିଟାଙ୍କି ରାଜନୀତି ପରେ ସାଲେପୁର ନିଶ୍ଚିନ୍ତକୋଇଲିରେ ଅଣ୍ଡାମାଡ ଖାଇ ଲୋକଙ୍କଠାରୁ ସିଂପଥି ଅରଜିଥିଲେ | ବିଜେଡ଼ିକୁ ବଦ୍ନାମ କରିବା ଅଭିଯାନ ତାଙ୍କର ପିକଅପ ନେଉଥିଲା | ହେଲେ ଶେଷରେ ବୈଜୟନ୍ତଙ୍କ ମୁଖପାତ୍ର ଭାବେ ନବୀନ ବାବୁ ଆଉ ପାଣ୍ଡିଆନ ବାବୁଙ୍କୁ ନିତି ସମାଲୋଚନା କରୁଥିବା ବୈଜୟନ୍ତଙ୍କ ସହଯୋଗୀ ଦେବୁ ମଲ୍ଲିକ ଆଉ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୂର୍ଗାଶିଷ ମହାନ୍ତି ବୈଜୟନ୍ତଙ୍କ ଆଚରଣରେ କ୍ଷୁବ୍ଧ ହୋଇ ତାଙ୍କ ଶିବିର ଛାଡିଥିଲେ | ବୈଜୟନ୍ତ କେମିତି ଭୟଙ୍କର ଆଉ ସେ ବିଜେପିକୁ ସୁହାଇବା ପାଇଁ ବିଜେଡି ବିରୋଧରେ କେମିତି ହେଟକ୍ୟାମ୍ପେନ ଚଳାଇଥିଲେ ତାହାର ପର୍ଦ୍ଦାଫାଶ କରିବା ପରେ ବୈଜୟନ୍ତଙ୍କ ଅସଲ ଚେହେରା ପଦାରେ ପଡିଯାଇଥିଲା | ଭାରି ଯନ୍ତ୍ରଣା ଭିତରେ ଥିଲେ ବୈଜୟନ୍ତ, ସେ ଜାଣିଥିଲେ ଯେ ତାଙ୍କ ଦଳ ବିରୋଧୀ (ଯାହା ତାଙ୍କ ଦଳର ନେତା ମାନେ ଅଭିଯୋଗ କରିଛନ୍ତି ଆଉ ଯାହା ବୈଜୟନ୍ତଙ୍କ ସହଯୋଗୀ ଦେବୁ ଦୂର୍ଗାଶିଷ କହିଛନ୍ତି) କାମ ପାଇଁ ସେ ଦଳରୁ ତଡା ଖାଇବା ଥୟ | ସେମିତି ଇସ୍ତଫା ଦେଇଥିଲେ ଲୋକ ତାଙ୍କ ସୁବିଧାବାଦୀ ବା ସ୍ୱାର୍ଥପର ଚରିତ୍ର ବିଷୟରେ ଜାଣିଦେଇଥାନ୍ତେ ଓ ତାଙ୍କ ଭାବମୂରତି ଖରାପ ହୋଇଯାଇଥାନ୍ତା | ତେଣେ ସେ ଖୋଜୁଥିଲେ ସୁଯୋଗ, ଆଉ ସେ ସୁଯୋଗ ତାଙ୍କ ପାଇଁ ଆଶୀର୍ବାଦ ଭାବେ ଆସିଥିଲା ପିତାଙ୍କ ମୃତ୍ୟୁ ସହ | ବିଜେଡି ଵାଲା ବି ଗୋଟେ ଅମଣବିକ ଭୁଲ କରିଛନ୍ତି | ନ ନବୀନ ବାବୁ ନା ତାଙ୍କ ଦଳର ଜଣେ କେହି ମାନବିକତା ଦୃଷ୍ଟିରୁ ଗଲେନି ଫୁଲ ଗୋଟେ ତାଙ୍କ ଶବାଧାରରେ ଦେବା ପାଇଁ |  ଆଉ ତାକୁ ନେଇ କିଛି ମହଲରୁ ସମାଲୋଚନା ହେଲା| ହେବା ବି ଆବଶ୍ୟକ | ରାଜନୀତିରେ ବିଜେଡି ନେତାଙ୍କ କି ହୀନମନ୍ୟତା | ମୁଖ୍ୟମନ୍ତ୍ରୀ କୃଷି ଭବନ ବୁଲିବାକୁ ସମୟ ପାଇଲେ, ହେଲେ ଫୁଲଟିଏ ଦେବାକୁ ୫ ମିନିଟ ଫୁରସତ ପାଇଲେନି !! ଏହା ନିଶ୍ଚିତ ଭାବେ ଦୁଃଖଦାୟକ, ବୈଜୟନ୍ତ ତାଙ୍କ ଟିମ ମଧ୍ୟ ସୋସିଆଲ ମେଡିଆରେ ଅଧିକରୁ ଅଧିକ ନବୀନଙ୍କୁ ଆଉ ବିଜେଡ଼ିକୁ ସମାଲୋଚନା କରାଇଲେ |  ହେଲେ ଏଣେ ଏହା ବୈଜୟନ୍ତଙ୍କ ପାଇଁ BLESSING IN DISGUISE ହୋଇଛି | କଥାରେ ଅଛି ଆଉ ଏ ପ୍ରସଙ୍ଗରେ ବି ହାର୍ଡ ହୋଇଯାଇପାରେ | "ମଳୁ ଖୋଜୁଥିଲା ଆମ୍ବିଳି ପାଣି, ବଇଦ କହିଲା ଦେ ତୋରାଣି" | ବୈଜୟନ୍ତ ଜାଣିଥିଲେ ଯେ ନବୀନ ବାବୁ ତାଙ୍କୁ ବହିଷ୍କାର କରିବାକୁ ଯାଉଛନ୍ତି | ଆଉ ତାହା ତାଙ୍କ ସାଂସଦ ବନ୍ଧୁ  ତାଙ୍କୁ ଆଭାସ ଦେଇସାରିଥିଲେ |  ତାଙ୍କ ପିତାଙ୍କ ମୃତ୍ୟୁ ପାଇଁ  ନବୀନ ବାବୁ ଅଟକାଇ ରଖିଥିଲେ ବୋଲି ଶୁଣିବାକୁ ମିଳିଥିଲା ଦଳୀୟ ମହଲରୁ | ତେଣୁ ଏପଟେ ବାପାଙ୍କ  ଶବାଧାରରେ ବିଜେଡିର କେହି ଫୁଲ ଦେବାକୁ ନାଆଶିବା ଜନିତ ଲୋକ ଅନୁକମ୍ପା  ଆଉ ମିଳିବ କି ନାହିଁ ତେଣୁ ମୌକାରୁ ଲୋକଙ୍କ ଅନୁକମ୍ପା ଜିତିବା ପାଇଁ ଆଜି ତିନିପୃଷ୍ଠାର ଇସ୍ତଫାପତ୍ର ନବୀନ ବାବୁଙ୍କ ଉଦ୍ଦେଶ୍ୟରେ ଲେଖି ଆଜି ଦଳର  ପ୍ରାଥମିକ  ସଭ୍ୟପଦରୁ ଇସ୍ତାଫା ଦେଇଛନ୍ତି |

0
0
0
s2sdefault