ହେଡଲାଇନସ୍:

ମୋଦି ସରକାର ଫେସବୁକ-ହ୍ଵାଟ୍ସଆପ-ଅମାଜନ-ପେଟିଏମ ର ସରକାର :ଶିବଲ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ସମଗ୍ର ଦେଶ ପ୍ରତି ଵିଶ୍ଵାସଘାତ କରିଛନ୍ତି ମୋଦି

ମୋଦି ନବୀନ ମିଶିକି ଅଛନ୍ତି, ଉପରେ ଉପରେ ଲଢେଇ ଯାତରା

ମୋଦି ସରକାର ଚାଷୀ ବିରୋଧୀ-ଜନ ବିରୋଧୀ 

 ଓଡ଼ିଶା ପ୍ରତି ହୋଇଥିବା ଅନ୍ୟାୟ ପାଇଁ ସେ କ୍ଷମା ମାଗିବେ କି ମୋଦି

  ଭୁବନେଶ୍ୱର : ମୋଦିଜୀ ୪ ବର୍ଷ ତଳେ କ୍ଷମତାକୁ ଆସିଲେ | କଣ କଣ  ସ୍ବପ୍ନ ଦେଖେଇ ନଥିଲେ | ଓଡିଶା ଆସି ବି କହିଥିଲେ ଯେ ଯେତେବେଳେ ଦେଶପାଇଁ କିଛି ଯୋଜନା ହେବ, ସେତେବେଳେ ପୂର୍ବ ପ୍ରାନ୍ତର ବିକାଶକୁ ଦୃଷ୍ଟିରେ ରଖି ଯୋଜନା କରାଯିବ | ୪ବର୍ଷ ଭିତରେ ଓଡିଶା ପାଇଁ କଣ କରିଛନ୍ତି, କେଉଁ ଯୋଜନା କରିଛନ୍ତି ଯେ, ଯେଉଁଥିରେ ଓଡ଼ିଶାର ବିକାଶ ହେଇଛି | ଓଲଟା ଓଡ଼ିଶାର ଜନସାଧାରଣ ତଥା ସାରା ଦେଶର କୃଷକ ସମୁଦାୟକୁ ଅପମାନିତ କରିଛନ୍ତି | ଓଡିଶା ବିଧାନସଭାରେ ଧାନର ସର୍ବ ନିମ୍ନ  ସହାୟକ ମୂଲ୍ୟ ବୃଢ଼ହି କରିବା ପାଇଁ ଓଡିଶା ବିଧାନ ସଭାରେ ଏକ ସର୍ବ ସମ୍ମତ ପ୍ରସ୍ତାବ ଗୃହୀତ ହୋଇ ଏକ କମିଟି ନଯାଇଥିଲା ପ୍ରଧାନମନ୍ତ୍ରୀଙ୍କୁ ଭେଟି କୃଷକଙ୍କ ସ୍ୱାର୍ଥରେ ଦାବି ଜଣାଇବା ପାଇଁ | ମୂଲ୍ୟ ବଢାଇବା ତା ଦୂରର କଥା ବିଧାନସଭା କମିଟିକୁ ସାକ୍ଷାତ କରିବାକୁ ସୁଯୋଗ ହିଁ ଦେଲେ ନାହିଁ | କହିଥିଲେ ଅଚ୍ଛେ ଦିନ ଆସିବା , ହେଲେ କୁଆଡେ ଗଲା ସେ ଅଚ୍ଛେ ଦିନ ? ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଆମେ ସେଇ ଏକା ପ୍ରଶ୍ନ ପଚାରୁଛୁ, ଆପଣ ବିଜେପି ସରକାରକୁ ସମର୍ଥନ ଦେଇ ଚାଲିଲେ, ହେଲେ ରାଜ୍ୟ ପାଇଁ କଣ କଲେ ? ଭିତରେ ଭିତରେ ସମ୍ପର୍କ ରଖି ଓଡ଼ିଶାର ସ୍ୱାର୍ଥ କୁ କୁଠାରଘାତ  କରିଛନ୍ତି ବିଜେପି -ବିଜେଡି | ବିଜେଡି ଭିତରେ ଭିତରେ ବିଜେପିକୁ ସମର୍ଥନ କରୁଛି, କେବଳ ଲୋକ ଦେଖାଣିଆ ଭାବେ ଉପରେ ଉପରେ  ବିଜେପିକୁ ବିରୋଧ କରୁଛି | ଯଦି ସମର୍ଥନ କରୁନାହାନ୍ତି ତେବେ  ତେବେ ଅନ୍ୟ ଦଳଗୁଡ଼ିକ ଭଳି କର୍ଣ୍ଣାଟକ କାହିଁକି ଗଲେ ନାହିଁ ? ସଂସଦରେ ସବୁ ବିରୋଧୀ ଦଳ ଅନାସ୍ଥା ପ୍ରସ୍ତାବ ଚାହୁଁଥିବାବେଳେ ବିଜେଡ଼ି ବିଜେପିକୁ ସହଯୋଗ କଲା ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସସ ବରିଷ୍ଠ ନେତା  କପିଲ ଶିବଲ  । ବିଜେପିକୁ ବିଜେଡି ସହଯୋଗ କରୁଥିବାବେଳେ ଗତ ୪ ବର୍ଷ ମଧ୍ୟରେ ଓଡ଼ିଶା କ’ଣ ପାଇଛି ସେନେଇ ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ଶିବଲ ଆହ୍ୱାନ ଦେଇଛନ୍ତି  ।

ସୂଚନା ଯୋଗ୍ୟ, ସରକାର ଗଠନ ର ୪ ବର୍ଷ ବିତି ଯାଇଥିବା ବେଳେ ବିଜେପି ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ କଲ୍ୟାଣ ଦିବସ ପାଳନ କରିଥିବା ବେଳେ, କଂଗ୍ରେସ ପକ୍ଷରୁ ସାରା ଦେଶରେ ବିଶ୍ୱାସଘାତକ ଦିବସ ପାଳନ କରାଯାଉଛି  ।  ମୋଦିଙ୍କ ଓଡିଶା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କଂଗ୍ରେସର ଵିଶ୍ଵାସଘାତ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା  ଶ୍ରୀ ଶିବଲ କଂଗ୍ରେସ ଭବନ ଠାରେ  ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶିବଲ ମୋଦି ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି  । ସେ କହିଲେଯେ, ମୋଦି ବହୁ ବଡ଼ ବଡ଼ ସ୍ୱପ୍ନ ବିକ୍ରି କରିଛନ୍ତି  । ହେଲେ କ୍ଷମତାର ୪ ବର୍ଷ ପରେ ଦେଶରେ କୁଆଡେ ଗଲା ସେ ଅଛେ ଦିନ ବା ସଚେ ଦିନ ?  ବରଂ  ଏବେ ଲୋକଙ୍କ ଭିତରେ ନାର ହୋଇଗଲାଣି ଯେ " ନ ଅଛେ ଦିନ ନ ସଚେ ଦିନ,  ମୋଦିଜୀ ହମ୍ ଆଗେ ବଢେ଼ଗେଁ ତେରେ ବିନ୍" ବୋଲି କହିଛନ୍ତି ଶ୍ରୀ  ଶିବଲ |  

ଶ୍ରୀ ଶିବଲ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦିଜୀ କହୁଥିଲେ ପୂର୍ବଭାରତର ବିକାଶ କରିବେ  । ଅନେକ ଯୋଜନା ହେବ  । ହେଲେ ପୂର୍ବଭାରତର ଏକ ପ୍ରମୁଖ ରାଜ୍ୟ ଓଡ଼ିଶା  । କିନ୍ତୁ ଆଜି ପର୍ଯ୍ୟନ୍ତ ଓଡ଼ିଶା କ’ଣ ପାଇଛି ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମତ ରଖିବା ଦରକାର  । ଓଡିଶା ପାଇଁ ସ୍ୱତନ୍ତ୍ର ପ୍ୟାକେଜ ତା କଲେଣି, ହେଲେ ପଛୁଆ ଅଂଚଳର ବିକାଶ ପାଇଁ କଂଗ୍ରେସ ଆରମ୍ଭ କରିଥିବା ପଛୁଆ ଅଂଚଳ ବିକାଶ ପାଣ୍ଠି କୁ ବନ୍ଦ କରିଦେଲେ | କେବିକେ ଯୋଜନା ବନ୍ଦ ହୋଇଛି  । ଅନେକ ଯୋଜନାରେ କେନ୍ଦ୍ରୀୟ ଅନୁଦାନ କଟା ହୋଇ ଗଲା |  ମୋଦି ଜି ଜଣ ବିରୋଧୀ |  ବାର୍ଷିକ ୨କୋଟି ନିଯୁକ୍ତି ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ କୁଆଡେ ଗଲା ?  ହିନ୍ଦୁସ୍ଥାନ ର ଯୁବକ କଣ କରିବା , ଓଡ଼ିଶାର ଯୁବକ କଣ କରିବ ? କୁଆଡେ ଯିବା ପେଟ ପୋଷିବା ପାଇଁ ? ପେଟ୍ରୋଲ ରେ ଲୁଟୁଛନ୍ତି ଭାରତ ସରକାର, କାରଣ ସରକାରଙ୍କ ପାଖରେ ପଇସା ନାହିଁ | ମିଛରେ କହୁଛନ୍ତି ଅର୍ଥ ବ୍ୟବସ୍ଥା ଉନ୍ନତ ବୋଲି | କେନ୍ଦ୍ରମନ୍ତ୍ରୀ ଗଡ଼କରୀ କହିଲେ ପେଟ୍ରୋଲ ଦାମ ଯଦି ନାବାଧିବ ସାମାଜିକ କ୍ଷେତ୍ରରେ ଅର୍ଥ ବ୍ୟୟ କରିବା ପାଇଁ ପଇସା ମିଳିବ ନାହିଁ | ହେଲେ ଆନ୍ତଜାତୀୟ ତୈଳ ବଜାରରେ ତୈଳ ଅଧିକ ଥିବା ବେଳେ କଂଗ୍ରେସ ପେଟ୍ରୋଲ ଡିଜେଲ ଦ୍ୱାରା କାମ ରଖିବା ସହ ସୋସିଆଲ ସେକ୍ଟର ପାଇଁ ପଇସା ଦେଉଥିଲା କେମିତି ?ଲୋକଙ୍କ ପାକେଟମର କରି ଦେଶ ଚଳାଇବାକୁ ଚାହୁଁଛନ୍ତି ମୋଦି ଜି |   ଆଇଓସିଏଲ ଉଦ୍ଘାଟନ ବେଳେ ପ୍ରଧାନମନ୍ତ୍ରୀ କହିଥିଲେ ୧ଲକ୍ଷ ଲୋକଙ୍କୁ  ଚାକିରୀ ମିଳିବ | ହେଲେ ହଜାରେ ଲୋକଙ୍କୁ ଚାକିରୀ ମିଳିଛି ? ମୁଖ୍ୟମନ୍ତ୍ରୀ କଣ କରୁଛନ୍ତି ? ଏମିତି ରାଜନୀତି ଚାଲିବନି | ମୋଦିଜୀ ଓ ମୁଖ୍ୟମନ୍ତ୍ରୀ.....ଜନତା ଜାଣିଗଲାଣି ଯେ ଆପଣମାନଙ୍କ ରାଜନୀତି ଭୋଟ ହାତେଇବାର ରାଜନୀତି | ଖାଉଙ୍ଗା ନ ଖାନେ ଦଉଙ୍ଗା ବୋଲି କହୁଥିଲେ ମୋଦିଜୀ , କିନ୍ତୁ କରପଟ ଲୋକଙ୍କୁ କଡରେ ପୁରାଇଛନ୍ତି |  ମୋଦିଜୀ....କର୍ଣ୍ଣାଟକ ପ୍ରଚାର ବେଳେ ଖଣି ଦୁର୍ନୀତିରେ ଲିପ୍ତ ରେଡି ବ୍ରଦରଙ୍କୁ ପାଖରେ କାହିଁକି ବସାଇଥିଲେ ? ନଟବନ୍ଦୀ ରୁ କାହାକୁ ଫାଇଦା ହୋଇଛି ତାହା ତ ସମୟ କହିବି | ବ୍ଲାକ ମନି ବ୍ୟାଙ୍କ ମାଧ୍ୟମରେ କିଏ ଧଳା କରିଛି ତାହା ତ ଆଗକୁ ଜଣାପଡିବ ଓ ଏଥିରେ ଆପଣଙ୍କ କେଉଁକେଉଁ ସହଯୋଗୀ ସାମିଲ ତାହା ତା ଜଣ ପଡ଼ିଯିବ | ୨୦୦୦ ଟଙ୍କିଆ ନୋଟ ଆପଣଙ୍କ ଲୋକଙ୍କ ପାଖରେ କେମିତି ଆଗ ପହଁଚିଲା ତାହା ତ ସମୟ କହିବ | ବ୍ୟାଙ୍କ ମାଧ୍ୟମରେ ଲୋକଙ୍କୁ ଲୂଟ ଚାଲିଛି | ଇଏ କଣ ଗରୀବର ସରକାର | ଇଏ ତା ଫେସବୁକ whatsap ସରକାର ଆଉ ଅମାଜନ ସରକାର, ପେଟିଏମ ସରକାର | ଏବେ ନଫରତ ସରକାର, ଯୁମ୍ଳା ସରକାର ହଟାଇବାକୁ ପଡିବ, ମୋଦି ତାଙ୍କ ସହଯୋଗୀଙ୍କ ମାଧ୍ୟମରେ ଯେଉଁ ବିଷ ମଞ୍ଜି ବୁଣୁଛନ୍ତି ତାହା ଲୋକମାନେ ଜାଣି ସାରିଲେଣି ବୋଲି କହିଛନ୍ତି ଶ୍ରୀ ଶିବଲ | 

 ଶ୍ରୀ ଶିବଲ କହିଲେ ଯେ, ଓଡ଼ିଶାର ଯାହା ବିକାଶମୂଳକ ପ୍ରକଳ୍ପ  ହୋଇଛି  ହୋଇଛି ସସବୁ କଂଗ୍ରେସସ ସମୟରେ ହିଁ ହୋଇଛି |  ସେ  ନାଲକୋ ହେଉ କି ହୀରାକୁଦ ବନ୍ଧ ଅବା ରାଉରକେଲା ଷ୍ଟିଲ ପ୍ଲାଂଟ ସବୁ କଂଗ୍ରେସ ଅମଳରେ ହିଁ ହୋଇଛି । ମୋଦି ଜାଣିଛନ୍ତି ତାଙ୍କ ଉପରେ ଜନଆକ୍ରୋଶ ବଢ଼ିବାରେ ଲାଗିଛି  । ସେଥିପାଇଁ ଭୟରେ ଭୁବନେଶ୍ୱରରୁ ସଡ଼କ ପଥରେ ନଯାଇ ହେଲିକପ୍ଟରରେ ମୋଦି ଯାଉଛନ୍ତି  । ମହାନଦୀ ପ୍ରସଙ୍ଗରେ ମୋଦିଜୀ ଓଡ଼ିଶାବାସୀଙ୍କୁ ଆଶ୍ୱାସନା ଦେବେକି ? ଛତିଶଗଡ଼ର ବନ୍ଧ କାର୍ଯ୍ୟ ରୋକିପାରିବେ କି ? ଓଡ଼ିଶାର ଚାଷୀଙ୍କୁ ପାଣି ମିଳିବ କି ? ଓଡ଼ିଶା ପ୍ରତି ହୋଇଥିବା ଅନ୍ୟାୟ ପାଇଁ ସେ କ୍ଷମା ମାଗିବେ କି ବୋଲି ଶିବଲ ପ୍ରଶ୍ନ କରିଛନ୍ତି  ।

 

0
0
0
s2sdefault