ହେଡଲାଇନସ୍:

 ଓଡିଶା-ଓଡ଼ିଆଙ୍କୁ ଭଲ ପାଉଥିଲେ କୁମ୍ଭୀର କାନ୍ଦଣା ନକାନ୍ଦି ମହାନଦୀ ପାଇଁ ମୁହଁଖୋଲ : ଓଡ଼ିଶାର ବିଜେପି ନେତାଙ୍କୁ ନବୀନଙ୍କ ଆହ୍ୱାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେଡିର ମହାନଦୀ ସୁରକ୍ଷା ଅଭିଯାନ ଦ୍ଵିତୀୟ ପର୍ଯ୍ୟାୟ  ପାରାଦୀପରେ ସରିଲା 

ଏହା ରାଜନୈତିକ ନୁହେଁ , ଜନ ଆନ୍ଦୋଳନରେ ପାଲଟିଛି : ମୁଖ୍ୟମନ୍ତ୍ରୀ

  ଓଡିଶା-ଓଡ଼ିଆଙ୍କୁ ଭଲ ପାଉଥିଲେ କୁମ୍ଭୀର କାନ୍ଦଣା ନକାନ୍ଦି ମହାନଦୀ ପାଇଁ ମୁହଁଖୋଲ : ଓଡ଼ିଶାର ବିଜେପି ନେତାଙ୍କୁ ନବୀନଙ୍କ ଆହ୍ୱାନଭୁବନେଶ୍ୱର : ଓଡିଶାବାସୀଙ୍କ ଜୀବନଧାରା ମହାନଦୀ ପାଇଁ ଚାଲିଥିବା ଆନେ୍ଦାଳନ ରାଜନୈତିକ ଆନେ୍ଦାଳନ ନୁହେଁ, ଏହା ଜନ ଆନ୍ଦୋଳନରେ ପାଲଟିଛି  । ଏହି ଆନେ୍ଦାଳନ କେବଳ ଜଳ ପାଇଁ ନୁହେଁ , ମହାନଦୀର ଜୀବନ ରକ୍ଷା ପାଇଁ ଏହି ଆନେ୍ଦାଳନ ଚାଲିଛି । ମହାନଦୀ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆମ ପ୍ରତି ଯେଉଁଭଳି ଭାବେ ଅବିଚାର କରି ଚାଲିଛନ୍ତି , ତାହା ବିରୁଦ୍ଧରେ ଚାଲିଥିବା ସଂଗ୍ରାମକୁ ଅବ୍ୟାହତ ରଖାଯିବ । ଏଥିରେ ସମସ୍ତେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି  । 

ଝାରସୁଗୁଡା ଓ ବରଗଡରୁ ଆରମ୍ଭ ହୋଇଥିବା ମହାନଦୀ ସୁରକ୍ଷା ଅଭିଯାନର ଅନ୍ତିମ ଦିବସରେ ଶୁକ୍ରବାର ଦିନ ପାରାଦ୍ୱୀପର ବିଜୁ ମଇଦାନ ଠାରେ ଉଦଯାପିତ ହୋଇଛି  । ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜେପି ଦଳକୁ ଟାର୍ଗେଟ୍ କରି କହିଥିଲେ ଯେ ମହାନଦୀ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ କେନ୍ଦ୍ରର ବିଜେପି ସରକାର ଚୁପ୍ ରହିବା ଦୁଃଖର କଥା । ଓଡ଼ିଶାର ବିଜେପି ନେତାମାନେ ଛତିଶଗଡ଼ର କାମକୁ ସମର୍ଥନ କରୁଛନ୍ତି । ଆଉ ଓଡ଼ିଶା ଆସି ଏଠାରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସେମାନଙ୍କର ଦୋମୁହାଁ ନୀତି ଲୋକ ଜାଣିସାରିଲେଣି । ଯଦି ବିଜେପି ନେତାଙ୍କର ଓଡ଼ିଆଙ୍କ ପ୍ରତି, ଓଡ଼ିଶା ପ୍ରତି ଦରଦ ଅଛି, ତେବେ ଛତିଶଗଡ଼ ସରକାରର କାମକୁ ବିରୋଧ କରନ୍ତୁ । ସେମାନେ ଛତିଶଗଡ଼ର ବିଜେପି ସରକାରକୁ ବିରୋଧ କରିପାରିବେ କି? ବିଜୁ ଜନତା ଦଳ ସରକାର ମହାନଦୀ ପାଇଁ ସୁପ୍ରିମ କୋର୍ଟ  ଯାଇଥିଲା ଏବଂ ଆମ ଦାବି ଫଳରେ ଟ୍ରିବ୍ୟୁନାଲ  ଗଠନ କରାଯାଇଛି । ମହାନଦୀକୁ ଏକ ନଦୀ ଭାବରେ ବ ି ରହିବାକୁ ହେଲେ ତାର ୫୦୦ କିଲୋମିଟର ବେସିନରେ ଖରାଦିନେ ଜଳ ପ୍ରବାହକୁ ଜାରି ରଖିବାକୁ ହେବ । ମହାନଦୀ ଉପରେ ନିର୍ଭର କରୁଥିବା ସାତକୋଶିଆ, ଚିଲିକା, ଭିତରକନିକା ଆଦି ଜୈବ ବିବିଧତାର ସୁରକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଆମ ·ଷୀ, ମତ୍ସ୍ୟଜୀବୀ ଓ ମହାନଦୀ ପାଣି ଉପରେ ନିର୍ଭର କରୁଥିବା କୋଟି କୋଟି ଓଡ଼ିଆଙ୍କ ଜୀବନ ଜୀବିକାର ସୁରକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ମହାନଦୀର ସୁରକ୍ଷା ପାଇଁ ଓଡ଼ିଶାବାସୀ ଆଜି ଏକାଠି ହୋଇଛନ୍ତି । ମହାନଦୀ ଜରିଆରେ ଆମ ଜୀବନ ଜୀବିକା ଉପରେ ହୋଇଥିବା ଏ ଆକ୍ରମଣର ଦୃଢ଼ ଜବାବ ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

ଏହି ସଭାରେ ମହାନଦୀ ସୁରକ୍ଷା ଅଭିଯାନର ନେତୃତ୍ୱ ନେଇଥିବା ଦଳର ଉପ-ସଭାପତି ତଥା ସାଂସଦ ପ୍ରସନ୍ନ ଆ·ଯର୍ୟକହିଥିଲେ ଯେ, ମହାନଦୀ ସୁରକ୍ଷା ଅଭିଯାନକୁ  ମହାନଦୀ ଅବବାହିକା ଅ ଳବାସୀ ଅଭୂତପୂର୍ବ ସମର୍ଥନ ଦେଇଛନ୍ତି । କିନ୍ତୁ ଯେଉଁ ବିଜେପି ନେତାମାନେ ଏଇ ମାଟିରେ ଜନ୍ମ ହୋଇ ଓଡ଼ିଶାର ହୋଇପାରିଲେ ନାହିଁ, ସେମାନଙ୍କ ମୁଖା ଖୋଲିଯାଇଛି । ବିଜେପି ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନଦୀ ଶୁଖିଯିବା ପରେ ଯେପରି ଏଠାକୁ ଆସି କାର୍ଯର୍ୟକ୍ରମ ରଖିଛନ୍ତି, ସେଥିରେ ମୁଁ ତାଙ୍କୁ ଅନୁରୋଧ କରୁଛି, ଏଠାରେ ଓଡ଼ିଶାର ସାଢେ଼ ୪ କୋଟି ଲୋକଙ୍କ ମନ୍କି ବାତ୍ ଶୁଣିକରି ଯାଆନ୍ତୁ ।

ଦଳର ଅନ୍ୟତମ ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ସ୍ଵାଧୀନୋତ୍ତର  ଦେଶରେ ପ୍ରଥମେ ନିର୍ମିତ ବନ୍ଧଗୁଡିକରୁ ହୀରାକୁଦ ଅନ୍ୟତମ । ଏହାର ନିର୍ମାଣ ସହ ଯେଉଁ ନିଷ୍ପତ୍ତି  ନିଆଯାଇଥିଲା, ତାହେଉଛି ମହାନଦୀର ୬୦ ଭାଗ ଜଳ ଓଡ଼ିଶା ଓ ୪୦ ଭାଗ ଜଳ ତକ୍ରାଳୀନ ମଧ୍ୟପ୍ରଦେଶ ରାଜ୍ୟ ବ୍ୟବହାର କରିବ । ପରେ ଛତିଶଗଡ଼ ଗଠନ ସହିତ ଏଠାରେ ବିଜେପି ସରକାର ଷଡ଼ଯନ୍ତ୍ର କରି ଓ କୌଣସି ନିୟମକୁ ଭ୍ରୁକ୍ଷେପ ନକରି ଉପରମୁଣ୍ଡରେ ବ୍ୟାରେଜ୍ କରିବାରୁ ଓଡ଼ିଶାରେ ମହାନଦୀ ଚିରସ୍ରୋତାରୁ କ୍ଷୀଣସ୍ରୋତା ହେଲା ଏବଂ ଅଣମୌସୁମୀ ବେଳେ ଜଳପ୍ରବାହ କମିଲା । ମହାନଦୀ ଅବବାହିକାରେ ଆମ ରାଜ୍ୟର କୃଷିଜୀବୀ ଓ ମତ୍ସ୍ୟଜୀବୀ ପ୍ରଭାବିତ ହେଲେ । ଆମର ହକ୍ ପାଇବାକୁ ହେଲେ ମହାନଦୀ ମହାସଂଗ୍ରାମକୁ ଆଗେଇ ନେବାକୁ ପଡିବ ।

 ବିଧାୟକ ଦାମୋଦର ରାଉତ କହିଥିଲେ, ୬୪ବର୍ଷ ତଳେ ମଧ୍ୟପ୍ରଦେଶ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହଯୋଗରେ ମହାନଦୀ ଉପରେ ଜବାହରଲାଲ ନେହରୁଙ୍କ ଶୁଭ ପ୍ରଦାନ ପରେ ହୀରାକୁଦ ବନ୍ଧ ନିର୍ମାଣ ହୋଇଥିଲା । ଉଦ୍ଦେଶ୍ୟ  ଥିଲା, ବିଦ୍ୟୁତ ଉତ୍ପାଦନ , ବନ୍ୟା ନିୟନ୍ତ୍ରଣ ଓ ଜଳ ସେଚନ ହୋଇପାରିବ । କିନ୍ତୁ ବ ର୍ମାନ ଛତିଶଗଡ଼ ସରକାର ତଳ ମୁଣ୍ଡରେ ଥିବା ଜନସାଧାରଣଙ୍କ ସ୍ୱାର୍ଥକୁ ଅଣଦେଖା କରି ଓ ସମ୍ବିଧାନକୁ ବେଖାତିର କରି ଏକାଧିକ ବ୍ୟାରେଜ୍ ନିର୍ମାଣ କରିଚାଲିଲା । ଚଳିତବର୍ଷ ମହାନଦୀ ବ୍ୟାରେଜ୍ରେ ପାଣି ରହିଲା ନାହିଁ । ତାଳଦଣ୍ଡା କେନାଲ ଉପରେ ନିର୍ଭର କରେ ପାରାଦୀପ ସହର । ଏ ବର୍ଷ କେନାଲରେ ପାଣି ଆସିଲା ନାହିଁ, ଏଠାରେ ହା-ହାକାର ପଡିଗଲା । କେନ୍ଦ୍ର ସରକାରଙ୍କ ଦ୍ୱାରା ଏଠାରେ ଆଇଓସିଏଲ ତୈଳ ବିଶୋଧନାଗାର ତିଆରି ହୋଇଛି । ୪ଦିନ ପରେ ଆମେ ଦେଖିଲୁ ଯେ ନଦୀରେ ଯେତେ ପ୍ରକାର ମାଛ ଥିଲେ ସବୁ ମରିକରି ଭାସିଲେ । ଉପର ମୁଣ୍ଡରେ ମହାନଦୀର ପାଣିକୁ କେମିକାଲ କମ୍ପାନୀମାନେ ବ୍ୟବହାର କରି ମହାନଦୀକୁ ଛାଡ଼ିଲେ ନଦୀର ସବୁ ଜୀବ ମରିଯିବେ ଏବଂ ଲୋକେ ମୃତ୍ୟୁମୁଖରେ ପଡିବେ । ଏହାକୁ ଆଧାର କରି ମୁଖ୍ୟମନ୍ତ୍ରୀ ଜନ ଆନ୍ଦୋଳନ  କରିବାକୁ ଆହ୍ୱାନ ଦେଇଛନ୍ତି ବୋଲି ଡା. ରାଉତ କହିଥିଲେ ।

ପାରାଦୀପ ଠାରେ ଅନୁଷ୍ଠିତ ଏହି ମହାନଦୀ ମହାସଂଗ୍ରାମ ଦ୍ୱିତୀୟ ପଯର୍ୟାୟ ସୁରକ୍ଷା ଅଭିଯାନର ଉଦ୍ୟାପନୀ ସମାରୋହରେ ଦଳର ଉପ-ସଭାପତି ସାଂସଦ ପ୍ରସନ୍ନ ଆ·ଯର୍ୟ ସଭା ପରି·ଳନା କରିଥିବା ବେଳେ ବିଧାୟକ ତଥା ବରିÂ ନେତା ଦାମୋଦର ରାଉତ, ଦଳର ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ପ୍ରଫୁଲ୍ଲ ସାମଲ, ସ୍ନେହାଙ୍ଗିନୀ ଛୁରିଆ, ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା, ଅରୁଣ କୁମାର ସାହୁ, ପ୍ରଣବ ପ୍ରକାଶ ଦାସ, ବିଧାୟିକା ପ୍ରମିଳା ମଲ୍ଲିକ, ରାଜଶ୍ରୀ ମଲ୍ଲିକ, ରାସେଶ୍ୱରୀ ପାଣିଗ୍ରାହୀ, ପ୍ରଶାନ୍ତ ମୁଦୁଲି, ବେଦ ପ୍ରକାଶ ଅଗ୍ରୱାଲ, ସାଂସଦ କୁଳମଣି ସାମଲ ପ୍ରମୁଖ ବକ୍ତବ୍ୟ ରଖିଥିଲେ ଏବଂ ଦଳର ସଂପାଦକ ବିଜୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର, ବିଧାୟିକା ରୀତା ସାହୁ, ସମୀର ରଞ୍ଜନ ଦାଶ, ପୂର୍ବତନ ବିଧାୟକ ଅନୁପ ସାଏ, ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ବିଜେଡି ରାଜ୍ୟ ସଂପାଦକ ସମ୍ବିତ ରାଉତରାୟ, ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରିୟଦର୍ଶିନୀ ବିଶ୍ୱାଳ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

25-05-18-maha.jpg - 97.43 kB

ସୂଚନାଯୋଗ୍ୟ, ଚଳିତମାସ ୧୬ରୁ ୨୫ ତାରିଖ ପଯର୍ୟନ୍ତ ମହାନଦୀ ଅବବାହିକାର ୧୫ଟି ଜିଲ୍ଲାରେ ମହାନଦୀ ସୁରକ୍ଷା ଅଭିଯାନ କରାଯାଇଥିଲା । ଉପର ମୁଣ୍ଡରେ ଛତିଶଗଡ଼ର ବିଜେପି ସରକାର ଯେପରି ପ୍ରଚଳିତ ବିଧିବ୍ୟବସ୍ଥା, ପରିବେଶ ନିୟମ, ଆନ୍ତଃରାଜ୍ୟ ନଦୀ ଆଇନ୍ ଆଦିକୁ ଖୋଲାଖୋଲି ଉଲ୍ଲଂଘନ ସହ ଏକାଧିକ ବ୍ୟାରେଜ୍ ନିର୍ମାଣ କରିବା ଦ୍ୱାରା ମହାନଦୀ ଜଳ ପ୍ରବାହ ଅବରୋଧ କଲା, ସେଥିରେ କେନ୍ଦ୍ର ସରକାର ନୀରବଦ୍ରଷ୍ଟା ସାଜିଲେ । ଦଳୀୟ ମନୋବୃତ୍ତିରେ କେନ୍ଦ୍ର ସରକାର ଛତିଶଗଡ଼ ସରକାରକୁ ଘ ଘୋଡ଼ାଇ ·ଲିଲେ । ଏଥିପାଇଁ ଅଧିକାରୀସ୍ତରୀୟ ଆଲୋଚନା ବିଫଳ ହେଲା । ତକ୍ରାଳୀନ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଉମା ଭାରତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ତ୍ରିପାକ୍ଷିକ ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛତିଶଗଡ଼ର ବେଆଇନ ବ୍ୟାରେଜ ନିର୍ମାଣକୁ ବନ୍ଦ ରଖି ସମାଧାନ ପନ୍ଥା ନିର୍ଦ୍ଧାରଣ କରିବା ଲାଗି ଅନୁରୋଧ କରିଥିଲେ ହେଁ କେନ୍ଦ୍ର ସରକାର ନିରବ ରହିଲେ । ମୁଖ୍ୟମନ୍ତ୍ରୀ ଏଥିରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ବାଧ୍ୟ ହୋଇ ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିବା ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସରକାର ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲ  ଗଠନ କରିବାକୁ ବାଧ୍ୟ ହୋଇଛନ୍ତି ।

ବ ର୍ମାନ କିନ୍ତୁ ଓଡ଼ିଶା ପାଇଁ ପହଁଚିଥିବା ଆହ୍ୱାନ ହେଉଛି, ମହାନଦୀ ଅବବାହିକା ଅଂଚଳର  ଜୀବନ ଜୀବିକା ଉଚ୍ଛନ୍ନ ହୋଇପଡିଛି । ସବୁଠାରୁ କ୍ଷୋଭର ବିଷୟ ହେଲା ଯେ ଓଡ଼ିଶା ମାଟିରେ ଜନ୍ମ ହୋଇ ଏହାର ଅନ୍ନ ଓ ଜଳରେ ମଣିଷ ହୋଇଥିବା କେତେକ ସଂକୀର୍ଣ୍ଣମନା ରାଜନେତା ଓଡ଼ିଶାର ସ୍ୱାର୍ଥକୁ ପ୍ରତିହତ କରି ଛତିଶଗଡ଼ ସ୍ୱାର୍ଥ ସପକ୍ଷରେ ବୁଲେଇ ବଙ୍କେଇ ଓକିଲାତି କରିବାରେ ବ୍ୟସ୍ତ । ସେମାନଙ୍କ ପାଇଁ ମାଟି ବଦଳରେ ପାର୍ଟି ବଡ଼ ହୋଇଛି, କ୍ଷମତା ବଡ଼ ହୋଇଛି । ସେଥିଯୋଗୁ ଓଡ଼ିଶା ତାର ନ୍ୟାଯ୍ୟ ଜଳ ପାଇବା ପାଇଁ ଯେଉଁ ଦୁର୍ବାର ଆନ୍ଦୋଳନ  ଚାଲିଛି ତାହା ଆଗକୁ ହକ୍ ମିଳିବା ପଯର୍ୟନ୍ତ ·ଲୁ ରଖିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି  ।

0
0
0
s2sdefault