ହେଡଲାଇନସ୍:

ମହାନଦୀ ପାଇଁ ମହାସଂଗ୍ରାମ: ଅଷ୍ଟମ ଦିନରେ ଜନଜାଗରଣ ଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

23-05-18-Naindipur-Meeting-Place-1.jpg - 1.09 MB

କେନ୍ଦ୍ରାପଡାରୁ ପ୍ରଫୁଲ୍ଲ କୁମାର ମଲ୍ଲ :  ଓଡ଼ିଶାର ଜୀବନରେଖା କହିଲେ ମହାନଦୀକୁ ବୁଝାଇଥାଏ ଓ ଏହି ରାଜ୍ୟର ଦୁଇ-ତୃତୀୟାଂଶ ଲୋକଙ୍କ ଜୀବନ ଓ ଜୀବିକା ଏହା ସହିତ ଓତଃପ୍ରୋତଃ ଭାବେ ଜଡ଼ିତ । ମଧ୍ୟପ୍ରଦେଶରୁ ବାହାରି ଛତିଶଗଡ଼ ଦେଇ ମହାନଦୀ ବଙ୍ଗୋପସାଗରରେ ମିଶିଛି । ସଂପ୍ରତି ଆମ ରାଜ୍ୟର ଉପର ମୁଣ୍ଡରେ ଛତିଶଗଡ଼ ଅନେକଗୁଡିଏ ବ୍ୟାରେଜ୍‍ କରିଥିବାରୁ ଓଡ଼ିଶାରେ ମହାନଦୀ ଜଳ ପ୍ରବାହ କ୍ରମଶଃ କମିବାରେ ଲାଗିଛି । କେତେକ ସ୍ଥାନରେ ମହାନଦୀ ଶୁଖିଲା ପଡିଛି । ଏହାକୁ ବିରୋଧ କରି ବିଜେଡି ପକ୍ଷରୁ ଚାଲିଥିବା ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ସୁରକ୍ଷା ଅଭିଯାନ ଆଜି ଅଷ୍ଟମ ଦିନରେ ପହଂଚିଛି  । ଏଥିରେ ବହୁ ରାଜ୍ୟବାସୀ ସାମିଲ ହୋଇଛନ୍ତି । ମଇ ୧୬ରେ ବରଗଡ଼ର ଶୁଖାସୋଡ଼ା ଓ ଝାରସୁଗୁଡ଼ାର ଚିଖଲି ଠାରୁ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ । 

ଆଜି ଅଷ୍ଟମ ଦିବସରେ ମହାନଦୀ ସୁରକ୍ଷା ଅଭିଯାନର ଡାହାଣ ପାଶ୍ୱର୍ ଟିମ୍‍ ଦାୟିତ୍ୱରେ ଥିବା ଦଳର ଉପ-ସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ବାମ ପାଶ୍ୱର୍ ଦାୟିତ୍ୱ ନେଇଥିବା ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଓ ସାଧାରଣ ସଭାରେ ଦେଇଥିବା ଭାଷଣରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ମହାନଦୀ ସମସ୍ୟାର ସମାଧାନ ପାଇଁ ଏଥିରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବା ଲାଗି ଆମର ପ୍ରିୟ ନେତା ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ ମଧ୍ୟ ଏହାକୁ ସେ ଶୁଣିନଥିଲେ । ତେବେ ଆସନ୍ତା ୨୬ ତାରିଖ ଦିନ ଏ ସଂପର୍କରେ କ’ଣ କହିବାକୁ ପ୍ରଧାନମନ୍ତ୍ରୀ କଟକ ଆସୁଛନ୍ତି?

ଆଜି ମହାନଦୀ ଡାହାଣ ପାଶ୍ୱର୍ ଟିମ୍‍ ଦଳୀୟ ନେତା, କର୍ମୀ ଓ ସମର୍ଥକମାନଙ୍କ ଗହଣରେ ଟିମ୍‍ ମୁଖ୍ୟ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପୁରୀ ସହର ଛାଡ଼ି ସାକ୍ଷୀଗୋପାଳ, ସାତଶଙ୍ଖ ଦେଇ ପିପିଲି ଆସିବା ସହ ସେଠାରୁ ଖେଲାର ଓ ନିମାପଡ଼ା ଆସିଥିଲେ । ତା’ପରେ ଚାରିଛକ ଓ କାକଟପୁର ଦେଇ ଅସ୍ତରଙ୍ଗ, ଆନନ୍ଦବଜାର ଆସି ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ଓ ସାଧାରଣ ସଭା କରିଥିଲେ । ବିଶେଷତଃ ନିମାପଡ଼ା, ଚାରିଛକ, ଅସ୍ତରଙ୍ଗ ଓ କାକଟପୁରରେ ହୋଇଥିବା ସଭାଗୁଡିକରେ ଉଦ୍‍ବୋଧନ ଦେଇ ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ ମହାନଦୀ ଓଡ଼ିଶାରେ ଏବେ ଶୁଖି ଶୁଖି ଯାଉଛି । ଛତିଶଗଡ଼ର ବିଜେପି ସରକାର ଷଡ଼ଯନ୍ତ୍ର କ୍ରମେ ଉପର ମୁଣ୍ଡରେ ବହୁ ବ୍ୟାରେଜ୍‍ ନିର୍ମାଣ କରାଯାଇଥିଲା ବେଳେ କେନ୍ଦ୍ରର ବିଜେପି ସରକାର କିଛି ନଜାଣିଲା ଭଳି କାହିଁକି ଚୁପ୍‍ ରହିଛନ୍ତି? ୨୬ ତାରିଖରେ କାହିଁକି ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ଆସୁଛନ୍ତି? କଟକରେ ମହାନଦୀ ନିକଟସ୍ଥ ପଡ଼ିଆରେ ବିଜେପି ପକ୍ଷରୁ କରାଯାଉଥିବା ପ୍ରଧାନମନ୍ତ୍ରୀଙ୍କ ସଭା କ’ଣ ଓଡ଼ିଶାର କଟା ଘା’ରେ ଚୁନା ମାରିବା ପାଇଁ ହେଉଛି? ସେ ଏହି ମହାନଦୀ ଜଳ ବିବାଦ କ୍ଷେତ୍ରରେ ଓଡ଼ିଶାକୁ ବିପଦମୁକ୍ତ କରିବା ଲାଗି ଛତିଶଗଡ଼ ସରକାରକୁ ପରାମର୍ଶ ଓ ନିଦେ୍ର୍ଧଶ ଦେବା ପରିବର୍ତ୍ତେ କାହିଁକି ନିଦାବିଷ୍ଣୁ ସାଜିଛନ୍ତି? ଏହିସବୁ ସଭାଗୁଡିକରେ ମନ୍ତ୍ରୀ ପ୍ରଦୀପ ମହାରଥୀ, ମହେଶ୍ୱର ମହାନ୍ତି, ବିଧାୟକ ସମୀର ରଞ୍ଜନ ଦାସ, ଉମାକାନ୍ତ ସାମନ୍ତରାୟ, ସୁରେନ୍ଦ୍ର ସେଠୀ, ପ୍ରମୋଦ ମଲ୍ଲିକ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଜି ଏହି ଦଳ କାକଟପୁର ଠାରେ ରାତ୍ର ରହଣୀ ପରେ ଆସନ୍ତାକାଲି ଜଗତସିଂହପୁର ଜିଲ୍ଲା ଅଭିମୁଖେ ଯାତ୍ରାରମ୍ଭ କରିବ ।

ସେହିପରି ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ମହାନଦୀ ବାମ ପାଶ୍ୱର୍ ଟିମ୍‍ ଆଜି ପୂର୍ବାହ୍ଣରେ ସାଲେପୁରରୁ ବାହାରିଥିଲେ । ମଧୁ ଠାରୁ ଏକ ବିରାଟ ବାଇକ୍‍ ଶୋଭାଯାତ୍ରାରେ ଜନଜାଗରଣ ଅଭିଯାତ୍ରୀଙ୍କୁ ପାଛୋଟି ନିଆଯାଇଥିଲା ନଇନ୍ଦିପୁର ପର୍ଯ୍ୟନ୍ତ । ସେଠାରେ ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ନେତୃତ୍ୱରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।   ଦାନପୁର ନିକଟରୁ ଏକ ବିରାଟ ଶୋଭାଯାତ୍ରା କରି ପାଟକୁରା ରେ ପହଞ୍ଚି ମହାନଦୀ ର ସୁରକ୍ଷା କୁ ନେଇ ଏକ ସଭାର କାର୍ଯ୍ୟକ୍ରମ କରାଯାଇଥିଲା । । ଏଠାରେ ଅନୁଷ୍ଠିତ  ସାଧାରଣ ସଭାରେ ଶ୍ରୀ ମିଶ୍ର କହିଥିଲେ ଯେ ମହାନଦୀ ଜଳ ବିବାଦକୁ ନେଇ କେନ୍ଦ୍ରର ବିଜେପି ସରକାର ମୁକ ସାକ୍ଷୀ ରୂପେ କାହିଁକି ଅଭିନୟ କରୁଛି? ଛତିଶଗଡ଼ ପକ୍ଷରୁ ମହାନଦୀ ଓ ଏହାର ଶାଖା ନଦୀଗୁଡିକରେ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ଏଥିରେ କାହିଁକି ହସ୍ତକ୍ଷେପ କରୁନାହାନ୍ତି ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ବେଦପ୍ରକାଶ ଅଗ୍ରୱାଲ, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ, ରାଜ୍ୟ ସଂପାଦକ ବିଜୟ ନାୟକ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ମହାସଚିବ ଶିଶିର ପରିଜା, ଜିଲ୍ଲା ସଭାପତି ଧୃବ ସାହୁ, କାର୍ଯ୍ୟକାରୀ ସଭାପତି ଦୁର୍ଗାଶିଷ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଦଳ କେନ୍ଦ୍ରାପଡ଼ାରେ ରାତ୍ର ରହଣୀ ପରେ ଗୁରୁବାର  ମହାକାଳପଡ଼ା ଅଭିମୁଖେ ଯାତ୍ରାରମ୍ଭ କରିବ ।

0
0
0
s2sdefault