ହେଡଲାଇନସ୍:

ନାରୀମାନେ ସମାଜର ମୁଖ୍ୟ ସ୍ରୋତକୁ ଆସି ନିଜର ଅଧିକାର ସାବ୍ୟସ୍ତ କରନ୍ତୁ: ମହିଳାମୋର୍ଚ୍ଚା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

21-05-18-bjp1.jpg - 104.80 kB

ଭୁବନେଶ୍ୱର : ରାଜ୍ୟରେ ବଢୁଥିବା ନାବାଳିକା ଦୁଷ୍କର୍ମ ଏବଂ ମହିଳା ହିଂସାର ପ୍ରତିବାଦ ସହ ମହିଳାମାନଙ୍କୁ ନିଜର ଅଧିକାର ସଂପର୍କରେ ସଚେତନତା ସୃଷ୍ଟି କରାଇବା ପ୍ରସଙ୍ଗରେ  ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆରମ୍ଭ ହୋଇଥିବା ମହିଳା ସୁରକ୍ଷା ଯାତ୍ରା ଆଜି ତୃତୀୟ ଦିନରେ ପଂହଚିଛି । ରାଜ୍ୟରେ ନାରୀମାନଙ୍କୁ ସେମାନଙ୍କ ଅଧିକାର ସଂପର୍କରେ ଅବଗତ କରାଇବା ଏବଂ ନାରୀମାନଙ୍କ ସୁରକ୍ଷା ଦେବାରେ ରାଜ୍ୟସରକାରଙ୍କ ବିଫଳତା ପ୍ରସଙ୍ଗରେ ବିଜେପି ମହିଳାମୋର୍ଚ୍ଚା ଏହି ମହିଳା ସୁରକ୍ଷାଯାତ୍ରା ଆରମ୍ଭ କରିଛି । 

ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧକୁ ରୋକିବାରେ ରାଜ୍ୟସରକାର ସଂପୂର୍ଣ୍ଣରୂପେ ବିଫଳ ହୋଇଛନ୍ତି । କେବଳ ହୀନ ରାଜନୀତି କରି ଶାସକ ବିଜେଡି ମହିଳାଙ୍କ ସୁରକ୍ଷାକୁ ଅଣଦେଖା କରୁଛି । ରାଜ୍ୟରେ ଥିବା ବିଭିନ୍ନ ସରକାରୀ ଯୋଜନାରୁ ହିତାଧିକାରୀ ମହିଳାମାନଙ୍କୁ ବଂଚିତ କରାଯାଉଛି । ରାଜ୍ୟସରକାର କେବଳ ଶାସକ ବିଜେଡିକୁ ସମର୍ଥନ କରୁଥିବା ମହିଳାଙ୍କୁ ସମସ୍ତ ସୁବିଧା ଯୋଗାଇବା ଏବଂ ଅନ୍ୟ ଦଳକୁ ସମର୍ଥିତ କରୁଥିବା ମହିଳାଙ୍କୁ ଧମକ ଦେବା ସହ ପ୍ରାପ୍ୟ ଯୋଜନାରୁ ବଂଚିତ କରିବା ଭଳି କାର୍ଯ୍ୟ କରୁଛନ୍ତି । ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଏହାକୁ ପ୍ରତିବାଦ କରିବା ସହ ମହିଳାଙ୍କ ଅଧିକାର ପାଇଁ ସୁରକ୍ଷା ଯାତ୍ରାକୁ ଆଗକୁ ନେଇ ଚାଲିଛି । ତୃତୀୟ ଦିନରେ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଭଦ୍ରକ ବାସୁଦେବପୁରଠାରେ ହଜାର ହଜାର ମହିଳାଙ୍କ ଉପସ୍ଥିତିରେ ଏକ ସାଧାରଣ ସଭା ଅନୁଷ୍ଠିତ  ହୋଇଛି । ପଦଯାତ୍ରା ମାଧ୍ୟମରେ ମହିଳାମାନେ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତିକୁ କଡା ସମାଲୋଚନା କରିଥିଲେ । ଅପରାହ୍ନରେ ବାଲେଶ୍ୱର ଜିଲ୍ଲା ଆଡ ସିମୁଳିଆରେ ପଥପ୍ରାନ୍ତ ସଭା ଓ ସଂଧ୍ୟାରେ ଖଇରା ବଜାରଠାରେ ଏକ ସାଧାରଣ ସଭାରେ ଡ. ସାମନ୍ତସିଂହାର ଯୋଗ ଦେଇ ମହିଳା ବିରୋଧୀ ବିଜେଡି ସରକାରର ଅପାରଗତା ଓ ସ୍ଥାଣୁତା ସଂପର୍କରେ ମହିଳାମାନଙ୍କୁ ସଚେତନ କରାଇଥିଲେ । ରାଜ୍ୟରେ ନାରୀ ସୁରକ୍ଷା ବିପର୍ଯ୍ୟସ୍ତ ହୋଇ ପଡିଥିବାବେଳେ କେଉଁ ମାପଦଣ୍ଡରେ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେଷ୍ଠ ପ୍ରଶାସକର ପୁରସ୍କାର ମିଳିଛି ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ ଉଠାଇଛନ୍ତି । 

ତୃତୀୟ ଦିନରେ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ମହିଳା ଏକାଠି ହୋଇ ସମ୍ବଲପୁର ଜିଲ୍ଲା କୁଚିଣ୍ଡାଠାରେ ଏକ ସାଧାରଣ ସଭା କରିଥିଲେ । ପରେ ଅପରାହ୍ନରେ ଖଣ୍ଡୋକଂଟା, ବଇକିରାରେ ଏବଂ ଝାରସୁଗୁଡାରେ ପଥପ୍ରାନ୍ତ ସଭା ମାଧ୍ୟମରେ ମହିଳାମାନଙ୍କୁ ସଚେତନତା ବାର୍ତା ଦେଇଥିଲେ  । ଅସହ୍ୟ ଖରାକୁ ଖାତିର ନକରି ହଜାର ହଜାର ସଂଖ୍ୟାରେ ମହିଳାମାନେ ସାମିଲ ହୋଇ ସ୍ୱତଃପ୍ରବୃତ ଭାବେ ଏହି ସୁରକ୍ଷାଯାତ୍ରାକୁ ସମର୍ଥନ କରିଥିଲେ । ନାବାଳିକା ମାନଙ୍କ ପ୍ରତି ବୃଦ୍ଧି ପାଉଥିବା ଦୁଷ୍କର୍ମ ପ୍ରତିବାଦରେ ସଂଧ୍ୟାରେ ଝାରସୁଗୁଡା ସହର ଝଣ୍ଡା ଛକରୁ ମନମୋହନ ଏମ.ଇ ସ୍କୁଲ ପଡିଆ ପର୍ଯ୍ୟନ୍ତ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ହୋଇଥିଲା । ମହିଳାମାନଙ୍କ ସହ କୁନି କୁନି ଶିଶୁମାନେ ହାତରେ ମହମବତୀ ଧରି ନିଜର ସୁରକ୍ଷା ପାଇଁ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ରାଜ୍ୟର ନାରୀମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟସରକାର ସଂପୂର୍ଣ୍ଣଭାବେ ଫେଲ୍ ମାରିବା ସହ ନାରୀମାନଙ୍କୁ ଅପମାନିତ କରିଚାଲିଛନ୍ତି  ବୋଲି ଶ୍ରୀମତି ପଣ୍ଡା କହିଛନ୍ତି ।  ତୃତୀୟ ଦିନରେ ପୂର୍ବତନ ସାଂସଦ ସଂଗୀତା ସିଂହଦେଓଙ୍କ ନେତୃତ୍ୱରେ ମହିଳା ସୁରକ୍ଷା ଯାତ୍ରା ଅପରାହ୍ନରେ କଳାହାଣ୍ଡିର ଗୋଲମୁଣ୍ଡା ଓ ଧର୍ମଗଡଠାରେ ସାଧାରଣ ସଭାରେ ଯୋଗଦେଇ ମହିଳା ବିରୋଧୀ ରାଜ୍ୟ ସରକାରଙ୍କ ଅପାରଗତା ସଂପର୍କରେ ମହିଳାମାନଙ୍କୁ ସଚେତନ କରାଇବା ସହ ସେମାନଙ୍କ ଅଧିକାର ସଂପର୍କରେ ଅବଗତ କରିଥିଲେ ।

ସେହିପରି ଆଜି ପୂର୍ବତନ ସାଂସଦ କୁମୁଦିନୀ ପଟ୍ଟନାୟକଙ୍କ ନେତୃତ୍ୱରେ ମହିଳା ସୁରକ୍ଷା ଯାତ୍ରା ଆରମ୍ଭ ହୋଇ ଗଂଜାମ ଜିଲ୍ଲା ରମ୍ଭା, ଗଞ୍ଜାଠାରେ ପଥପ୍ରାନ୍ତସଭା ଅନୁଷ୍ଠିତ  ହୋଇଥିଲା । ପରେ ସିନ୍ଦୁରପୁରଠାରେ ଏକ ସାଧାରଣ ସଭା, କରାପଲି ଏବଂ ଲୋଚାପଡାଠାରେ ପଥପ୍ରାନ୍ତ ସଭା ଦ୍ୱାରା ମହିଳାମାନଙ୍କୁ ସଚେତନ କରାଇବା ସହ ମହିଳାଙ୍କ ପ୍ରତି ହେଉଥିବା ଆତ୍ୟାଚାର ବିରୁଦ୍ଧରେ ସ୍ୱର ଉଠାଇବାକୁ ଆହ୍ୱାନ ଦେଇଛନ୍ତି । ନାରୀମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ  ନେବା ପାଇଁ ଏହି ସୁରକ୍ଷାଯାତ୍ରାରେ ଦାବି ହୋଇଛି । ରାଜ୍ୟର ଅନେକ ନାରୀ ନିଜର ଇଜ୍ଜତ ଏବଂ ଲୋକ ଲଜ୍ଜାକୁ ଡରି ସବୁ କିଛି ସହି ଯାଉଛନ୍ତି । ଏହାର ସୁଯୋଗ ନେଇ ଅପରାଧୀମାନେ ସକ୍ରିୟ ହୋଇ ନାରୀଙ୍କ ଉପରେ ଅତ୍ୟାଚାର  କରିଚାଲିଛନ୍ତି । ନାରୀମାନେ ସମାଜର ମୁଖ୍ୟ ସ୍ରୋତକୁ ଆସି ନିଜର ଅଧିକାର ସାବ୍ୟସ୍ତ କରିବା ଦରକାର । ନାରୀମାନେ ତାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୁଦ୍ଧରେ  ମୁହଁ ଖୋଲି ପ୍ରତିବାଦ କରିବା ସହ ଅପରାଧୀ ଏବଂ ସେମାନଙ୍କୁ ସୁରକ୍ଷା ଯୋଗାଇ ଆସୁଥିବା ନେତାମାନଙ୍କ ମୁଖା ଖୋଲିବା ଦରକାର ବୋଲି ଉପସ୍ଥିତ ନେତ୍ରୀବୃନ୍ଦ ଆହ୍ୱାନ ଦେଇଛନ୍ତି । ସାରା ରାଜ୍ୟରେ ଥିବା ମହିଳାଙ୍କୁ ନିଜର ଅଧିକାର ଏବଂ ସୁରକ୍ଷା ସଂପର୍କରେ ବାର୍ତା ଦେବା ସହ ମହିଳା ବିରୋଧୀ ରାଜ୍ୟ ସରକାରଙ୍କ ବିଫଳତାକୁ ରାଜ୍ୟରେ ଏକ କୋଟି ପରିବାରରେ ପାଖରେ ପହଂଚାଇବା ପାଇଁ ଏହି ସୁରକ୍ଷାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ  ରହିଛି । 

0
0
0
s2sdefault