ହେଡଲାଇନସ୍:

କଂଗ୍ରେସ ଫେରୁଛନ୍ତି ଆର୍ଯ୍ୟ ଜ୍ଞାନେନ୍ଦ୍ର, କାଲି ଟିଏମସି ସଭାପତି ପଦରୁ କରିବେ ଇସ୍ତଫା ଘୋଷଣା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

21--05-18-Jnanendra.w.jpg - 108.51 kB

ଭୁବନେଶ୍ୱର : ପୂର୍ବତନ କଂଗ୍ରେସ ମୁଖ୍ୟ ମୁଖପାତ୍ର ତଥା ବର୍ତମାନ ଟିଏମସି ସଭାପତି ଥିବା  ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପୁଣି କଂଗ୍ରେସକୁ ବାହୁଡୁଛନ୍ତି | ସେ ଆସି କଂଗ୍ରେସର ଗଣମାଧ୍ୟମ ବିଭାଗ ମୁଖ୍ୟ ଦାୟିତ୍ୱରେ ଅବସ୍ଥାପିତ ହେବ ଆପାତତଃ ଥୟ ହୋଇଛି | ତେଣୁ ସେ କାଲି ଟିଏମସି ସଭାପତି ପଦରୁ  ଇସ୍ତଫା ବିଷୟ  ଘୋଷଣା  କରିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇଛନ୍ତି | ଆଉ ସେ ଗାନ ମାଧ୍ୟମକୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ୨୨.୫.୧୮ରେ ତାଙ୍କତା ଶେଷ ସାମ୍ବାଦିକ ସମ୍ମିଳନୀ କରିବେ  ଟିଏମସି ସଭାପତି ଭାବେ | 

ସୂଚନାଯୋଗ୍ୟଯେ ନିରଞ୍ଜନ ପଟ୍ଟନାୟକ ଗତ ପାଳି ସଭାପତି ଥିବା ବେଳେ ଶ୍ରୀ ଜ୍ଞାନେନ୍ଦ୍ର ମୁଖ୍ୟ ମୁଖପାତ୍ର ଥିଲେ | ନିରଞ୍ଜନ ଦଳକୁ ମଜଭୂତ କରି ଆସୁଥିବା ବେଳେ ତାଙ୍କୁ ଏଆଇସିସି ଅଚାନକ ପରିବର୍ତ୍ତନ କରିବାରୁ ଦଳରୁ ଇସ୍ତଫା ଦେଇ ରାଜ୍ୟରେ ଟିଏମସି ର ସଭାପତି ଦାଇତ୍ୱ ତୁଲାଉଥିଲେ | 

0
0
0
s2sdefault