ହେଡଲାଇନସ୍:

ମହାନଦୀ ମହସଂଗ୍ରାମର ଉଦଯାପନୀ ସଭା ପାରାଦୀପରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

20-05-18-paradip-w.jpg - 55.06 kB

୨୫ରେ ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ ନେଇ ଦାମଙ୍କ ନେତୃତ୍ୱରେ ବ୍ୟାପକ ପ୍ରସ୍ତୁତି

ପାରାଦୀପ /Upendra Guru :  ମହାନଦୀ ପାଇଁ ଗତ ୧୬ତାରିଖ ଠାରୁ ଆରମ୍ଭ ହୋଇଥିବା ମହାସଂଗ୍ରାମ ଆସନ୍ତା ୨୫ତାରିଖରେ ଏହାର ଉଦଯାପନୀ ସଭା ପାରାଦୀପର ବିଜୁ ମଇଦାନ ଠାରେ ଅନୁଷ୍ଠିତ ହେବ ବୋଲି ପାରାଦୀପ ବିଜୁ ଜନତା ଦଳ ତରଫରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି । ଏହି ସମ୍ମିଳନୀରେ ପାରାଦୀପର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ ଜଣାଇଛନ୍ତି ଏହି ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଗମନକୁ ନେଇ ବ୍ୟାପକ ପ୍ରସ୍ତୁତିର ଆୟୋଜନ କରାଯାଇଛି । ସଂଘିୟ ବ୍ୟବସ୍ଥାକୁ ଭୁଲିଯାଇ ଦଳୀୟ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ଛତିଶଗଡ ସରକାରଙ୍କୁ ସମର୍ଥନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କ ମତରେ ଯେଉଁ ଯାଗାରେ ବିଜେପି ନାହିଁ ସେଠାରେ ବିକାଶ ନାହିଁ । ତେଣୁ ଆମ ରାଜ୍ୟରେ ବିଜେପିର ଅସ୍ତିତ୍ୱ ନଥିବା ଯୋଗୁଁ ପ୍ରଧାନମନ୍ତ୍ରୀ ଏହାର ସମାଧାନ କରିବା ପାଇଁ ଇଛା ପ୍ରକଟ କରୁ ନାହାଁନ୍ତି ବୋଲି ଜଣାଇବା ସହିତ ଦଳମତ ନିର୍ବିଶେଷରେ ମହାନଦୀ ମହାସଂଗ୍ରାମକୁ ଗୁରୁତ୍ୱ ଭାବେ ନେଇ ଏହି ଆନ୍ଦୋଳନ ରେ ସାମିଲ ହେବାପାଇଁ ଡା. ରାଉତ ନିବେଦନ କରିଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ବିଜୁଜନତା ଦଳର ସଭାପତି ସୁମନ୍ତ କୁମାର ବିଶ୍ୱାଳ, ପାରାଦୀପ ପୌରପରିଷଦର ଉପାଧ୍ୟକ୍ଷା ପ୍ରଭାତୀ ନାୟକ, କାର୍ଯ୍ୟକାରୀ ସଭାପତି କୁମରବର ନାୟକଙ୍କ ସମେତ ସମସ୍ତ ପାରିଷଦ ଏବଂ ଦଳର ବହୁ ଛାମୁଆ କର୍ମି ଉପସ୍ଥିତ ଥିଲେ । 

0
0
0
s2sdefault