ହେଡଲାଇନସ୍:

ମହାନଦୀ ସୁରକ୍ଷା ଅଭିଯାନ : କଟକ ଗଡ଼ଗଡେ଼ଶ୍ୱର ଘାଟରେ ଜଳ ଆଳତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

20-05-18-maha.jpg - 60.60 kB

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର ସୁଖାଶୋଡ଼ା ଏବଂ ବରଗଡ଼ ଜିଲ୍ଲାର ଚିଖଲି ଠାରୁ ବିଜୁ ଜନତା ଦଳର ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ମହାସଂଗ୍ରାମ ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ମହାନଦୀ ସୁରକ୍ଷା ଅଭିଯାନ ଯାତ୍ରା ଆଜି ପଞ୍ଚମ ଦିବସରେ ପହଂଚିଛି  । 

ମହାନଦୀର ବାମ ପାଶ୍ୱର୍ରେ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଆସୁଥିବା ସୁରକ୍ଷା ଅଭିଯାନ ଟିମ୍‍ ରବିବାର ସକାଳ ୯ଟା ସମୟରେ ଭଟ୍ଟାରିକାରେ ସମୂହ ଦୀପଦାନ କରିବା ପରେ ଜନଜାଗରଣ ଯାତ୍ରା ଝଜିଆ, ମଙ୍ଗରାଜପୁର, ସାନଖମେରୀ, ଗୋପୀନାଥପୁର, ଗୋପମଥୁରା, ବାଙ୍ଗିରିସେନା-ଗୋବିନ୍ଦପୁର, ମାନପୁର, କଙ୍କଡ଼ାଯୋଡ଼ି, ବିଧାରପୁର ଦେଇ ନୂଆପାଟଣା ଅଭିମୁଖେ ବାହାରିଥିଲା । ଏ ସମସ୍ତ ସ୍ଥାନରେ ଜନଜାଗରଣ ଯାତ୍ରାର ପଥପ୍ରାନ୍ତ ସଭା ଅନୁଷ୍ଠିତ  ହୋଇଥିଲା । ପବରର୍ତ୍ତୀ ସମୟରେ ବାମପାଶ୍ୱର୍ ଟିମ୍‍ ନୂଆପାଟଣାରେ ପହଞ୍ଚôବା ପରେ ସେଠାରେ ସାଧାରଣ ସଭାର  ଅନୁଷ୍ଠିତ ହୋଇଥିଲା । ଅପରାହ୍ଣ ୪ଟା ସମୟରେ ଜନଜାଗରଣ ଯାତ୍ରା ନୂଆପାଟଣାରୁ ବାହାରି ଆଠଗଡ଼ ଅଭିମୁଖେ ଯାତ୍ରା କରିଥିଲା । ମଝିରେ ବିନ୍ଧାଣିମା, ଗଦାଧରପୁର, ହାଟମାଳ, ବଡ଼ ନୂଆପୁଟ, ପୁରୁଣା ତିଗିରିଆ ଏବଂ ପାଞ୍ଚଗାଁରେ ପଥପ୍ରାପ୍ତ ସଭା  ଅନୁଷ୍ଠିତ ହୋଇଥିଲା । ପରେ ଆଠଗଡ଼ରେ ସାଧାରଣ ସଭା ଅନୁଷ୍ଠିତହୋଇଥିଲା । 

ସେହିପରି ଶ୍ରୀ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଦକ୍ଷିଣ ପାଶ୍ୱର୍ରେ ଆସୁଥିବା ସୁରକ୍ଷା ଅଭିଯାନ ଟିମ୍‍ ରବିବାର ସକାଳ ୮ଟାରେ କଣ୍ଟିଲୋରୁ ବୈଦେଶ୍ୱର ଅଭିମୁଖେ ଜନଜାଗରଣ ଯାତ୍ରା ବାହାରିଥିଲା । ମଝିରେ ପଦ୍ମାବତୀ ଏବଂ କରବର ସହ ବୈଦେଶ୍ୱରରେ ପଥପ୍ରାନ୍ତ ସଭା  ଅନୁଷ୍ଠିତ ହୋଇଥିଲା । ଏହାପରେ ଜନଜାଗରଣ ଯାତ୍ରା ବାଙ୍କୀ ଠାରେ ପହଂଚିବା  ପରେ ସେଠାରେ ସାଧାରଣ ସଭା  ଅନୁଷ୍ଠିତ ହୋଇଥିଲା । ଅପରାହ୍ଣରେ ବାଙ୍କୀଠାରେ ମା’ ଚର୍ଚ୍ଚିକାଙ୍କ ଦର୍ଶନ ଓ ଦୀପଦାନ ପରେ ଜନଜାଗରଣ ଯାତ୍ରା ତ୍ରିଶୁଳିଆ ଅଭିମୁଖେ ଯାତ୍ରାରମ୍ଭ କରି ସେଠାରୁ କଟକ ଗଡ଼ଗଡେ଼ଶ୍ୱର ଘାଟ ଅଭିମୁଖେ ବାହାରିଥିଲା । ତ୍ରିଶୁଳିଆରୁ ଗଡ଼ଗଡେ଼ଶ୍ୱର ଅଭିମୁଖେ ଯାତ୍ରା କରିବା ଅବସରରେ ମହାନଦୀର ସୁରକ୍ଷାକୁ ସମର୍ଥନ କରି କଟକ ସହରର ବିଭିନ୍ନ ସାହି କମିଟି ଦ୍ୱାରା ଜନଜାଗରଣ ଯାତ୍ରା ଦଳକୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ଗଡ଼ଗଡେ଼ଶ୍ୱର ଘାଟରେ ଜଳ ଆଳତି ସହ ପଥପ୍ରାନ୍ତ ଓ ସାଧାରଣ ସଭାରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରଜନୀକାନ୍ତ ସିଂହ, ସୁଶାନ୍ତ ବେହେରା, ଅନୁଭବ ପଟ୍ଟନାୟକ, ପ୍ରଭାତ ତ୍ରିପାଠୀ, ମନ୍ତ୍ରୀ ପ୍ରତାପ ଜେନା, ଦେବାଶିଷ ସାମନ୍ତରାୟ, ପୂର୍ବତନ ବିଧାୟକ ଧର୍ମାନନ୍ଦ ବେହେରା, କଟକ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ସିଂହ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର, ଯୁବ ବିଜେଡି ମହାସଚିବ ଶିଶିର ପରିଜା ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault