ହେଡଲାଇନସ୍:

ପ୍ରତି ଥାନାରେ ମହିଳା ଓ ଶିଶୁ ଅଭିଯୋଗ ଡେକ୍ସ ଅଛି,  ହେଲେ ତାହା ଅଚଳ : ମହିଳା ମୋର୍ଚ୍ଚା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

18-05-18-Lekhasri_Bhadrak.jpg - 98.11 kB

ଭୁବନେଶ୍ୱର :ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା ମହିଳା ସୁରକ୍ଷା ଯାତ୍ରା ଅନ୍ତର୍ଗତ ଗୁରୁବାର  ଭଦ୍ରକ ଜିଲ୍ଲାରେ ମା ଭଦ୍ରକାଳୀ ମନ୍ଦିରୁ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ନେତୃତ୍ୱରେ ସୁରକ୍ଷା ଯାତ୍ରା ବାହାରିଥିଲା । ଦ୍ୱିତୀୟ ଦିନରେ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମନସ୍ମିତା ଖୁଂଟିଆଙ୍କ ତତ୍ୱାବଧାନ ଏବଂ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ନେତୃତ୍ୱରେ ଭଦ୍ରକ ସହରର ଭାଗବତ କଲ୍ୟାଣ ମଣ୍ଡପ ଠାରେ ହଜାର ହଜାର ମହିଳାଙ୍କ ଉପସ୍ଥିତିରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି । ସୂଚନାଯୋଗ୍ୟ ଯେ ରାଜ୍ୟରେ ନାରୀମାନଙ୍କ ପ୍ରତି ଦୁଷ୍କର୍ମ ବଢିବାରେ ଲାଗିଥିବା ଅଭିଯୋଗ କରି ଏହାର  ପ୍ରତିବାଦ କରିବା ସହ ରାଜ୍ୟର ମହିଳାମାନଙ୍କୁ ନିଜର ଅଧିକାର ସଂପର୍କରେ ସଚେତନ କରାଇବା ଉଦ୍ଦେଶ୍ୟରେବିଜେପି ମହିଳା ମୋର୍ଚା ପକ୍ଷରୁ ମହିଳା ସୁରକ୍ଷା ଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରାରେ ରାଜ୍ୟବ୍ୟାପି ଜନସାଧାରଣମାନେ ଏହି ସୁରକ୍ଷା ଯାତ୍ରାକୁ ବ୍ୟାପକ ସମର୍ଥନ ଦେଇଛନ୍ତି । ୭ଟି ରୁଟରେ ଏହି ଯାତ୍ରା ଆରମ୍ଭ ହୋଇଛି ।

ରାଜ୍ୟରେ ଦୁଷ୍କର୍ମ ଏବଂ ବ୍ୟଭିଚାର ଏକ ନିତିଦିନିଆ ଘଟଣା ପାଲଟିଛି । ଅତ୍ୟାଚାର ଶିକାର ହୋଇ ମହିଳା ଥାନାକୁ ଅଭିଯୋଗ କରିବାକୁ ଗଲେ ସେଠାରେ ପୋଲିସଙ୍କ ଦ୍ୱାରା ମାଡ ମରାଯାଉଛି । ଏପରିକି ଏନେକ ସମୟରେ ମହିଳାମାନେ ନ୍ୟାୟ ନପାଇ ଆତ୍ମହତ୍ୟା କରୁଛନ୍ତି । ସରକାରୀ ଦଳର ବଡପଣ୍ଡାମାନେ ରାଜ୍ୟର ଆଇନ ବ୍ୟବସ୍ଥାକୁ ନିଜ ହାତମୁଠିରେ ରଖିଛନ୍ତି । ପୋଲିସ ଏ ପ୍ରଶାସନ ସରକାରୀ ଦଳର ଚାଟୁକାର ସାଜି କାର୍ଯ୍ୟ କରୁଛନ୍ତି । ରାଜ୍ୟର ପ୍ରତିଥାନାରେ ମହିଳା ଓ ଶିଶୁଙ୍କ ପାଇଁ ଏକ ଅଲଗା ଅଭିଯୋଗ ଡେକ୍ସ ଥିବା ସତ୍ୱେ ତାହା ସଠିକ୍ ଭାବରେ କାର୍ଯ୍ୟକାରୀ କରୁନାହିଁ ବୋଲି ଡ. ସାମନ୍ତସିଂହାର ଅଭିଯୋଗ କରିଛନ୍ତି । 

ଡ. ସାମନ୍ତସିଂହାର ପୋଲିସର ଅକ୍ଷମତା, ଅପରାଗତା ଉପରେ ପ୍ରଶ୍ନ ଉଠାଇବା ସହ ମହିଳାମାନେ କିପରି ସୁରକ୍ଷିତ ରହିପାରିବେ ସେ ନେଇ ସେମାନଙ୍କୁ ସୁରକ୍ଷାର ବାର୍ତା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଗୃହ ବିଭାଗ ଏବେ ନିଷ୍କ୍ରିୟ ହୋଇ ପଡିଛି । ରାଜ୍ୟ ଅପରାଧୀମାନଙ୍କୁ ସୁରକ୍ଷା ଦେଇ ଚାଲିଛନ୍ତି । ମୁଖ୍ୟମନ୍ତ୍ରୀ ନିଜର ଦଳୀୟ କର୍ମୀ ଏବଂ ନେତାଙ୍କୁ ଘଂଟ ଘୋଡାଇ ରଖିଛନ୍ତି । ବିଜେପି ସରକାର ନାରୀମାନଙ୍କୁ କେବେ ବି ସେମାନଙ୍କ ଅଧିକାର ଏବଂ ନ୍ୟାୟରୁ ବଂଚିତ କରିବାକୁ ଦେବନି ବୋଲି ଡ.ସାମନ୍ତସିଂହାର ଦୃଢୋକ୍ତି ପ୍ରକାଶ କରି କହିଛନ୍ତି ।  ଏହି ସମାବେଶରେ ରାଜ୍ୟ ସଂପାଦିକା ଶୋଭନା ମହାନ୍ତି, ବାଲେଶ୍ୱର ଜିଲ୍ଲା ମହିଳା ନେତ୍ରୀ କମଳା ବିନ୍ଧାଣି ପ୍ରମୁଖଙ୍କ ସମେତ ଶତାଧିକ ମହିଳା କାର୍ଯ୍ୟକର୍ତା ସାମିଲ ଥିଲେ । 

 

0
0
0
s2sdefault