" ଓଡ଼ିଶାର ବିଜେପି ନେତାମାନେ ଛତିଶଗଡ଼ର କାମକୁ ସମର୍ଥନ କରୁଛନ୍ତି "

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମହାନଦୀ ପାଇଁ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ଜନଜାଗରଣ ଚିଖଲି ଓ ଶୁଖାସୋଡ଼ାରୁ ଆରମ୍ଭ

ଏ ଲଢେ଼ଇ କେବଳ ବିଜେଡିର ନୁହେଁ, ସାରା ଓଡ଼ିଶାର: ନବୀନ ପଟ୍ଟନାୟକ

16-05-18-mahanadi-pain-maha.jpg - 85.93 kB

ଭୁବନେଶ୍ୱର/manasi mishra : ବିଜୁ ଜନତା ଦଳର ମହାନଦୀ ମହାସଂଗ୍ରାମ ଦ୍ୱିତୀୟ ପର୍ଯ୍ୟାୟରେ ମହାନଦୀ ସୁରକ୍ଷା ଅଭିଯାନ ମଇ ୧୬ରୁ ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ୧ନଂ ବୁଥ୍‍ ସୁଖାଶୋଡ଼ା ଏବଂ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକସ୍ଥିତ ଚିଖଲି ଠାରୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବା ସହି ଅତି ସ୍ପଷ୍ଟ ଭାବେ ଘୋଷଣା କରିଛନ୍ତି, ମହାନଦୀ ପାଇଁ ଲଢେ଼ଇ କେବଳ ବିଜେଡିର ନୁହେଁ, ଏ ଲଢେ଼ଇ ସାରା ଓଡ଼ିଶାବାସୀଙ୍କର ଓ ଏହି ଲଢେ଼ଇ ଭବିଷ୍ୟତ ପୀଢ଼ିଙ୍କୁ ସୁରକ୍ଷିତ ରଖିବାକୁ ଉଦ୍ଧିଷ୍ଟ । 

ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ମହାନଦୀ ଓଡ଼ିଶାର ଜୀବନରେଖା । ଆମର ମା’ । ମହାନଦୀକୁ ଛାଡ଼ି ଓଡ଼ିଆ ଜାତିର କଳ୍ପନା କରାଯାଇପାରିବ ନାହିଁ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ କେନ୍ଦ୍ରର ବିଜେପି ସରକାର ଓ ଛତିଶଗଡ଼ର ବିଜେପି ସରକାରଙ୍କ ମନୋବୃତ୍ତି ଓଡ଼ିଶା ବିରୋଧୀ । ଓଡ଼ିଶାର ବିଜେପି ନେତାମାନେ ଛତିଶଗଡ଼ର କାମକୁ ସମର୍ଥନ କରୁଛନ୍ତି । ଆଉ ଓଡ଼ିଶା ଆସି ଏଠାରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଯଦି ବିଜେପି ନେତାଙ୍କର ଓଡ଼ିଆଙ୍କ ପ୍ରତି, ଓଡ଼ିଶା ପ୍ରତି ଦରଦ ଅଛି, ତେବେ ଛତିଶଗଡ଼ ସରକାରର କାମକୁ ବିରୋଧ କରନ୍ତୁ । ସେମାନେ ଛତିଶଗଡ଼ର ବିଜେପି ସରକାରଙ୍କୁ ବିରୋଧ କରିପାରିବେ କି? ବିଜୁ ଜନତା ଦଳ ସରକାର ମହାନଦୀ ପାଇଁ ସୁପ୍ରିମକୋର୍ଟ ଯାଇଥିଲା ଏବଂ ଆମ ଦାବି ଫଳରେ ଆଜି ଟ୍ରିବୁ୍ୟନାଲ୍‍ ଗଠନ କରାଯାଇଛି । ଆପଣମାନେ ଜାଣନ୍ତି, ବର୍ଷା ଦିନେ ମହାନଦୀରେ ପାଣି ସମସ୍ୟା ନାହିଁ । କିନ୍ତୁ ଛତିଶଗଡ଼ରେ ଅନେକ ବ୍ୟାରେଜ୍‍ ନିର୍ମାଣ ଯୋଗୁ ଅନ୍ୟ ଋତୁରେ ମହାନଦୀ ଶୁଖିଲା ରହୁଛି । ହୀରାକୁଦର ପାଣି କମି ଯାଉଛି । କିଛି ଜାଗାରେ ବ୍ୟାରେଜ୍‍ ନିର୍ମାଣ ହେଲେ ସମସ୍ୟାର ସମାଧାନ ହେବ ନାହିଁ । ବ୍ୟାରେଜ୍‍ ପାଖରେ ପାଣି ରହିବ । କିନ୍ତୁ ମହାନଦୀର ସମୁଦାୟ ୫୦୦ କିଲୋମିଟର ଅଂଶରେ ପାଣି ମିଳିବ ନାହିଁ । ରବି ଚାଷ ପାଇଁ ପାଣି ମିଳିବ ନାହିଁ । ମତ୍ସ୍ୟଜୀବୀମାନଙ୍କ ଜୀବିକାରେ କ୍ଷତି ହେବ । 

ଚାଷୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ମହାନଦୀରେ ଅନେକ ମେଗା ଲିଫ୍ଟ କରିଛନ୍ତି । ଆଗକୁ ମଧ୍ୟ ଆହୁରି କରାଯିବ । ସେହିପରି କିଛି ସ୍ଥାନରେ ବ୍ୟାରେଜ୍‍ ମଧ୍ୟ କରାଯିବ । କିନ୍ତୁ ଲୋକ ଯେପରି ବିସ୍ଥାପିତ ନହେବେ, ସେଥିପ୍ରତି ଧ୍ୟାନ ଦେଇ କାମ କରାଯିବ । ମହାନଦୀ ଓଡ଼ିଆ ଜାତିର ଗୌରବ ଓ ଗରିମାର ସାକ୍ଷୀ । ମହାନଦୀକୁ ଆମେ ଶୁଖିଲା ହେବାକୁ ଦେବୁ ନାହିଁ । ମହାନଦୀ ପାଇଁ ଲଢେ଼ଇ କେବଳ ବିଜୁ ଜନତା ଦଳର ନୁହେଁ । ଏହା ସାରା ଓଡ଼ିଶାବାସୀଙ୍କର ଲଢେ଼ଇ । ଆମର ଭବିଷ୍ୟତ ପୀଢ଼ି ପାଇଁ ଏହି ଲଢେ଼ଇ । ତେଣୁ ଦଳ ମତ ଉପରକୁ ଉଠି ଏ ଅଭିଯାନରେ ସାମିଲ ହେବା ପାଇଁ ମୁଁ ସମସ୍ତଙ୍କୁ ଆହ୍ୱାନ ଜଣାଉଛି । ମୋର ବିଶ୍ୱାସ, ମହାନଦୀର ସୁରକ୍ଷା ପାଇଁ ଆମ ଲଢେ଼ଇ ସଫଳ ହେବ । ଓଡ଼ିଆ ଜାତି ତା’ର ହକ୍‍ ପାଇବ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ମତ ଉପସ୍ଥାପିତ କରିଥିଲେ ।

ଏହି ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, କଟକ, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର ଜିଲ୍ଲାର ନିର୍ଦ୍ଧାରିତ ରୁଟ୍‍ଚାର୍ଟରେ ପଥପ୍ରାନ୍ତ ସଭା, ସାଧାରଣ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଅବବାହିକା ଅଞ୍ଚଳବାସୀଙ୍କୁ ସଚେତନ କରାଯିବା ସହ ମହାନଦୀ ସମସ୍ୟା ସଂପର୍କିତ ସତ୍ୟ-ତଥ୍ୟ ପୁସ୍ତିକା ଓ ପ୍ରଚାରପତ୍ର ସର୍ବସାଧାରଣରେ ବଣ୍ଟନ କରାଯିବ । ମହାନଦୀ ଅବବାହିକା ନିକଟସ୍ଥ ଅନ୍ୟ ଜିଲ୍ଲା ଓ ବ୍ଲକରେ ମଧ୍ୟ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ  ହେଉଛି । ଓଡ଼ିଶାର ହକ୍‍ ଓ ମହାନଦୀର ସୁରକ୍ଷା ପାଇଁ ଏହି ଜନଜାଗରଣ ଆନେ୍ଦାଳନର ମହାସଂଗ୍ରାମରେ ରାଜ୍ୟର ଛାତ୍ର, ଯୁବକ, କୃଷକ, ମତ୍ସ୍ୟଜୀବୀ, ମହିଳା, ବୁଦ୍ଧିଜୀବୀ, ସମସ୍ତ ସାମାଜିକ ସଂଗଠନ, ସବୁ ରାଜନୈତିକ ଗୋଷ୍ଠୀ  ଏବଂ ସର୍ବୋପରି ଓଡ଼ିଶାର ସମଗ୍ର ଜନସାଧାରଣ ସକ୍ରିୟ ଭାବେ ସାମିଲ ହେଉଛନ୍ତି ।

ସୂଚନାଯୋଗ୍ୟ, ଛତିଶଗଡ଼ ମହାନଦୀ ଉପରେ ଏକାଧିକ ବ୍ୟାରେଜ୍‍ ନିର୍ମାଣ କରିବା ଫଳରେ ଓଡ଼ିଶାର ଜୀବନରେଖା ମହାନଦୀ ଅବବାହିକା ଓ ୧୫ଟି ଜିଲ୍ଲାରେ ପ୍ରଭୂତ କ୍ଷତିଗ୍ରସ୍ତ ହୋଇଛି । ହୀରାକୁଦ ଜଳ ଭଣ୍ଡାରରେ ଜଳ ମଧ୍ୟ ହ୍ରାସ ପାଇଛି । ୪କୋଟି ଓଡ଼ିଶାବାସୀଙ୍କ ପାଇଁ ମା’ତୁଲ୍ୟ ମହାନଦୀର ଏପରି ଅବସ୍ଥା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏସବୁ ବିରୋଧରେ ଦଳ ଆନ୍ଦୋଳନ କରିବା ଲାଗି ନିଷ୍ପତ୍ତି ନେଲେ । ପୂର୍ବରୁ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବା ଲାଗି ତାଙ୍କ ନିକଟକୁ ପତ୍ର ଲେଖି ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କର ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ ହେଁ ତାହା ବିଫଳ ହୋଇଥିଲା । ପର୍ଯ୍ୟାୟକ୍ରମେ ମହାନଦୀର ସୁରକ୍ଷା ପାଇଁ ବିଜୁ ଜନତା ଦଳ ପକ୍ଷରୁ ୧୫ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଏବଂ ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ସ୍ମାରକପତ୍ର ପ୍ରଦାନ, ସମସ୍ତ ଷ୍ଟେସନ୍‍ରେ ପ୍ରତିକାତ୍ମକ ଭାବେ ଅଧଘଣ୍ଟା ପାଇଁ ମାଲ୍‍ବାହୀ ଟ୍ରେନ୍‍ ଅବରୋଧ ଏବଂ ସିଡବ୍ଲୁ୍ୟସି ଅଫିସ୍‍ ଆଗରେ ୧୦୦ ଦିନିଆ ରିଲେ ଅନଶନ କରାଯାଇଥିଲା । ମହିଳା ବିଜେଡି ପକ୍ଷରୁ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ସୁବର୍ଣ୍ଣପୁର, କଟକ ଠାରେ ହଜାର ହଜାର ମହିଳାଙ୍କ କଳସ ଶୋଭାଯାତ୍ରା ଆଦି ଜନସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।

 ଏହି ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଉଭୟପଟରେ ଦଳର ଉପ-ସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର, ବିଧାୟକ ସଂଜୟ କୁମାର ଦାସବର୍ମା  ସାଂସଦ ନଗେନ୍ଦ୍ର ପ୍ରଧାନ, ସାଂସଦ ପ୍ରତାପ କେଶରୀ ଦେବ, ପ୍ରଭାସ ସିଂହ, ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ମନ୍ତ୍ରୀ ସୁଶାନ୍ତ ସିଂହ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବଦ୍ରିନାରାୟଣ ପାତ୍ର, ପ୍ରଫୁଲ୍ଲ ମଲ୍ଲିକ, ଦଳର ଉପ-ସଭାପତି ଅନଙ୍ଗ ଉଦୟ ସିଂହଦେଓ, ସାଂସଦ ଏନ୍‍.ଭାସ୍କର ରାଓ, ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ଯୋଗେନ୍ଦ୍ର ବେହେରା, ଦେବେଶ ଆଚାର୍ଯ୍ୟ, ବରଗଡ଼ ଜିଲ୍ଲା ସଭାପତି ବିଜୟ ରଞ୍ଜନ ସିଂ ବରିହା, କାର୍ଯ୍ୟକାରୀ ସଭାପତି ପ୍ରଭାତ ଆଦିତ୍ୟ ମିଶ୍ର, ଝାରସୁଗୁଡ଼ା ଜିଲ୍ଲା ସଭାପତି କିଶୋର ମହାନ୍ତି, ପୂର୍ବତନ ବିଧାୟକ ଅନୁପ ସାଏ, ରବି ପାଣି, ରମେଶ ପଟୁଆ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ସୌଭାଗ୍ୟ ନାୟକ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । 

0
0
0
s2sdefault