ହେଡଲାଇନସ୍:

ଦୁର୍ଘଟଣାକୁ ନେଇ ବିଜେଡି ରାଜନୀତି କରେନି, ହେଲେ ବିଜେପି କରେ : ବିଜୟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

16-05-18-BIJAY.jpg - 29.96 kB

"ବିଜେପି ବାରଣାସୀ ଘଟଣାରୁ ଶିକ୍ଷାଲାଭ କରିବା ଉଚିତ "

ଭୁବନେଶ୍ୱର: ଉତ୍ତରପ୍ରଦେଶ ବାରଣାସୀର କ୍ୟାଣ୍ଟନ୍‍ମେଣ୍ଟରେ ନିର୍ମାଣାଧୀନ ଫ୍ଲାଏ ଓଭରବ୍ରିଜ୍‍ ଭୁଶୁଡ଼ି ୧୯ରୁ ଅଧିକ ଶ୍ରମିକ ଓ ସାଧାରଣ ଲୋକେ ମୃତ୍ୟୁମୁଖରେ ପଡିଛନ୍ତି । ଏହା ନିଶ୍ଚିତ ରୂପେ ଦୁଃଖଦାୟକ ଘଟଣା । ମୃତକଙ୍କ ଆତ୍ମାର ସଦ୍‍ଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ବିଜୁ ଜନତା ଦଳ ଗଭୀର ସମବେଦନା ଜ୍ଞାପନ କରୁଛି । ଏଭଳି ଦୁର୍ଘଟଣା ଭାରତର ବିଭିନ୍ନ ସ୍ଥାନରେ ଘଟିବା ଦେଖାଯାଉଛି । ନିରାପଦ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି ହେବା ସହିତ ଭବିଷ୍ୟତରେ କିଭଳି ଧନଜୀବନ ହାନି ହେବ ନାହିଁ, ସେଥିପାଇଁ ସମସ୍ତେ ତତ୍ପର  ହେବା ଦରକାର । ତେବେ ଏଭଳି ଦୁର୍ଘଟଣାକୁ ନେଇ ରାଜନୀତି କରିବା ଆଦୌ ସ୍ପୃହଣୀୟ ନୁହେଁ । ବିଜେପି ବାରଣାସୀ ଘଟଣାରୁ ଶିକ୍ଷା ଲାଭ କରିବା ଉଚିତ୍‍ । ବିଜୁ ଜନତା ଦଳ କେବେବି କୌଣସି ଦୁର୍ଘଟଣାକୁ ନେଇ ରାଜନୀତି କରେ ନାହିଁ । ବିଜେଡି ସକରାତ୍ମକ ବିକାଶ ଅଭିମୁଖି ରାଜନୀତିରେ ବିଶ୍ୱାସ କରେ । ବିଜେଡି ପ୍ୟାନେଲିଷ୍ଟ ତେଜେଶ୍ୱର ପରିଡ଼ା ବାରଣାସୀ ଦୁର୍ଘଟଣାକୁ ନେଇ ଯେଉଁ ମତ ଓ ମନ୍ତବ୍ୟ ରଖିଛନ୍ତି, ତାହା ତାଙ୍କର ନିଜସ୍ୱ । ଏହା ବିଜେଡିର ମତ ନୁହେଁ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ସ୍ପଷ୍ଟ କରିଦେଇଛନ୍ତି ।

0
0
0
s2sdefault