ହେଡଲାଇନସ୍:

ଯୁବ ଛାତ୍ର ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବାକୁ ବବିଙ୍କ ମାରାଥନ ଭର୍ଚୁଆଲ ବୈଠକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ନିଷ୍ପତ୍ତି ଦୁରଦୃଷ୍ଟି ସମ୍ପନ୍ନ ଓ ଐତିହାସିକ : ବବି 

ଭୁବନେଶ୍ୱର (ଶାସକ ପ୍ରଶାସକ ) : ଯୁବ ଛାତ୍ର ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବାକୁ  ବିଜେଡି ପକ୍ଷରୁ ଚାଲିଛି ମାରାଥନ ଭର୍ଚୁଆଲ ବୈଠକ | ଦଳର ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ରହି ଦଳର ଯୁବ ଛାତ୍ରଙ୍କୁ  ଦେଇଛନ୍ତି ମାର୍ଗଦର୍ଶନ | ପୂର୍ବରୁ୫ଟି ପର୍ଯ୍ୟାୟରେ ୨୦ଜିଲ୍ଲା ଏବଂ ୨ଟି ସାଂଗଠନିକ ଜିଲ୍ଲାର ସାଙ୍ଗଠନିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଷଷ୍ଠ ପର୍ଯ୍ୟାୟରେ ଶନିବାର ପାଳିଥିଲା ପଶ୍ଚିମ ଓଡିଶାର ସୋନପୁର, ବୌଦ୍ଧ, କଳାହାଣ୍ଡି, ସୁନ୍ଦରଗଡ ଓ ରାଉରକେଲା ସାଂଗଠନିକ ଜିଲ୍ଲାର । ଏହି ଭର୍ଚୁଆଲ ବୈଠକରେ ସମ୍ପୃକ୍ତ ଜିଲ୍ଲାଗୁଡିକର ତୃଣମୂଳସ୍ତରୀୟ ସାଂଗଠନିକ କାର୍ଯ୍ୟକୁ ସମୀକ୍ଷା କରାଯାଇଥିଲା | ଏହି ବୈଠକରେ  ଜିଲ୍ଲାସ୍ତରରୁ ଆରମ୍ଭ କରି ପଞ୍ଚାୟତସ୍ତର ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଯୁବ ଓ ଛାତ୍ରନେତାମାନେ ଯୋଗଦେଇ ସଙ୍ଗଠନକୁ ଆହୁରି ସୁଦୃଢ କରିବା ସମ୍ପର୍କରେ ନିଜର ମତାମତ ରଖିଥିଲେ । ଆଗାମୀ ଦିନରେ ବାକିଥିବା ସମସ୍ତ ଜିଲ୍ଲାର ସମୀକ୍ଷା ବୈଠକ ଆୟୋଜନ କରାଯିବ ।

ଆଜିର ଭର୍ଚୁଆଲ୍ ସାଙ୍ଗଠନିକ  ସମୀକ୍ଷା ବୈଠକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ଶ୍ରୀ ଦାସ କହିଥିଲେ ଯେ,  ରାଜ୍ୟର ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ କ୍ଷେତ୍ରରେ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୁରଦୃଷ୍ଟି ସମ୍ପନ୍ନ ଐତିହାସିକ ନିଷ୍ପତି ଅତ୍ୟନ୍ତ ପ୍ରସଂଶନୀୟ ଅଟେ । ଏହି ସଂଶୋଧିତ ବିଶ୍ୱବିଦ୍ୟାଳୟ ଆଇନ୍  ଓଡିଶାର ଅଗଣିତ ଯୁବଛାତ୍ରଙ୍କ ଜୀବନ ଧାରାକୁ ଆହୁରି ସଫଳଏବଂ ସଶକ୍ତ କରିବ । ପଶ୍ଚିମ ଓଡିଶାରେ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମିକୁ ସୁଦୃଢ କରିବାରେ ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ ନିଶ୍ଚିତ ଭାବେ ପଶ୍ଚିମ ଓଡିଶା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଏକ ନୂତନ ଉପଲବ୍ଧି ଆଣିଦେବ । ନବୀନବାକୁଙ୍କ ନେତୃତ୍ୱ ପାଇଁ ଆଜି ଓଡିଶାର ପ୍ରତ୍ୟେକ ଯୁବଛାତ୍ର ସମଗ୍ର ଭାରତବର୍ଷରେ ଗର୍ବିତ ଅନୁଭବ କରୁଛନ୍ତି | ତେଣୁ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନାଗୁଡିକୁନୂତନ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାସ୍ତରରୁ ଆରମ୍ଭ କରି ବ୍ଲକ୍ଏବଂ ପଞ୍ଚାୟତସ୍ତରର ପ୍ରତ୍ୟେକ ବର୍ଗର ପ୍ରତ୍ୟେକ ବ୍ୟକ୍ତିବିଶେଷ କିପରି ଲାଭାନ୍ୱିତ ହୋଇପାରିବେ ସେ ଦିଗରେ ଓଡିଶାର ପ୍ରତ୍ୟେକ ଯୁବଛାତ୍ର ଆହୁରି କ୍ରିୟାଶିଳ ହୋଇ କାର୍ଯ୍ୟ କରିବାକୁ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ ।ଏହି ଭର୍ଚୁଆଲ ବୈଠକରେ ପୁର୍ବତନ ମନ୍ତ୍ରୀ ତଥା ବିଜୁଜନତା ଦଳର କଳାହାଣ୍ଡି ଜିଲ୍ଲା ସଭାପତି ଶ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଯୋଗଦେଇ ପଶ୍ଚିମ ଓଡିଶାର ସ୍ୱାସ୍ଥ୍ୟ, ଶିକ୍ଷାଏବଂ ଗମନାଗମନର ବିକାଶ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ନୀତି, ନେତୃତ୍ୱଏବଂ ପଦକ୍ଷେପକୁ ପ୍ରସଂଶା କରିଥିଲେ । 

 ବିଜୁଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ତଥା ବିଧାୟକ ଧର୍ମଶାଳା ଶ୍ରୀ ପ୍ରଣବ କୁମାର ବଳବନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ (ଛାତ୍ରବ୍ୟାପାର) ତଥା ବିଧାୟକ ଚାନ୍ଦବାଲି ଶ୍ରୀ ବ୍ୟୋମକେଶ ରାୟ, ବିଜୁଜନତା ଦଳର ରାଜ୍ୟ ସମ୍ପାଦକ (ଯୁବବ୍ୟାପାର) ତଥା ବିଜୁ ଯୁବଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଅମରେଶ ପତ୍ରୀ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ରାଣାପ୍ରତାପ ପାତ୍ର ପ୍ରମୂଖ ପରିଚାଳନା କରିଥିଲେ

0
0
0
s2sdefault