ହେଡଲାଇନସ୍:

 ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତିଙ୍କ ସହ ଶତାଧିକ କଂଗ୍ରେସ କର୍ମୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତିଙ୍କ ସହ ଶତାଧିକ କଂଗ୍ରେସ କର୍ମୀ 

ଭୁବନେଶ୍ୱର( ଚକ୍ରଧର ମାଝି) :ବିଧାୟକ ତାର ବାହିନୀପତିଙ୍କୁ କଂଗ୍ରେସ ପୁନର୍ଗଠନ ବେଳେ ଆବଶ୍ୟକ ଗୁରୁତ୍ୱ ଦିଆଯାଇନଥିବା ତଥା ତାଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଇନଥିବା ଅଭିଯୋଗରେ କିଛି ଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିବା କୋରାପୁଟ ଜ଼ିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ଶିବ ପଟନାୟକ ବିଜେଡିରେ ଯୋଗ ଦେଇଛନ୍ତି |  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି କୋରାପୁଟ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ଶିବ ପ୍ରସାଦ ପଟ୍ଟନାୟକଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ରାଜ୍ୟ ସଂପାଦକ ଈଶ୍ୱର ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ନବୀନ ନିବାସ ଠାରେ ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

 ସଭାପତି ଶ୍ରୀ ପଟ୍ଟନାୟକ ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ଶତାଧିକ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହାଫଳରେ କୋରାପୁଟ ଜିଲ୍ଲାରେ ଦଳ ଆହୁରି ମଜଭୁତ ହୋଇପାରିବ । 

ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପଦ୍ମଲାମ ଜାନୀ, ଆଡଭୋକେଟ୍‍ ବିଶ୍ୱରଞ୍ଜନ ପଟ୍ଟନାୟକ, ଏମ୍‍. ଆଦନା କୁମାର, ନୀଳ ଖୋରା, ମହାଦେବ ମୁଦୁଲି, ବଳରାମ ଜାନୀ, ଧନଞ୍ଜୟ ମାଝୀ, ରଘୁ ଜାନୀ, ଏମ୍‍. ମୁତ୍ୟାଲୁ, ଆଦିନାରାୟଣ, ସାମୁଏଲ୍‍ ମାଡ଼କାମୀ, ତ୍ରିନାଥ ଖୋରା, ହିତମ କ୍ରିଷାନୀ, ମହେଶ ଖୋସଲା, ମଧୁସୂଦନ ଜାନୀ, ପି. ଗୁପେଶ୍ୱର ଦୋରା, ଅମିର ଖିଲାର, ରୁଦ୍ର ଗାଦ୍‍ବା, ଜଗଦୀଶ ପାଣ୍ଡେ, ଆର.ପି. ଦାସ ପ୍ରମୁଖ ଆଜି ଏହି ମିଶ୍ରଣ ସମୟରେ ବିଜେଡିରେ ସାମିଲ ହୋଇଥିଲେ । ନୂତନ କର୍ମୀମାନେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଓ ସମଗ୍ର ଦେଶରେ ଆମ ରାଜ୍ୟକୁ ବିକାଶ କ୍ଷେତ୍ରରେ ଏକ ନମ୍ବର ସ୍ଥାନରେ ପହଞ୍ଚାଇଥିବାରୁ ଆମେ କଂଗ୍ରେସ ଦଳ ଛାଡ଼ି ବିଜେଡିରେ ଯୋଗଦେଲୁ । 

ନବୀନ ନିବାସରେ ଅନୁଷ୍ଠିତ ଆଜିର ଏହି ମିଶ୍ରଣ ପର୍ବରେ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ଜିଲ୍ଲା ସଭାପତି ଝିନ୍ନ ହିକ୍‍କା, ପୂର୍ବତନ ମନ୍ତ୍ରୀ ରବି ନନ୍ଦ, ପୂର୍ବତନ ବିଧାୟକ ରଘୁରାମ ପାଡାଲ୍‍, ବିଜେଡି ନେତା ରଘୁରାମ ମାଛ, ଜିଲ୍ଲା ଉପ-ସଭାପତି ତ୍ରିପୁରା ଗରଡ଼ା, ଜିଲ୍ଲା ସଂପାଦକ ଉତ୍କଳ  ରଞ୍ଜନ ନାଏକ, ଜିଲ୍ଲା ସହ-ପର୍ଯ୍ୟବେକ୍ଷକ ରାଜେନ୍ଦ୍ର ଆଚାର୍ଯ୍ୟ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତୁଳସୀ କିଶାନୀ, ପାର୍ବତୀ ମସ୍ତି, ପ୍ରଶାନ୍ତ ଗୁପ୍ତା, କ୍ରିଟ୍‍ ଅଧ୍ୟକ୍ଷ ଅଶୋକ ପାଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault