ହେଡଲାଇନସ୍:

ଆଇସିସିଆର୍‍ ଶାଖା କାର୍ଯ୍ୟାଳୟ ରାଜ୍ୟରୁ ଉଠିଯିବ : ଓଡ଼ିଶାର ସାଂସ୍କୃତିକ ଭାବ ବିନିମୟରେ ବି କେନ୍ଦ୍ର ବାଧକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

19-BIJAYA.jpg - 44.68 kB

ଓଡ଼ିଶାର କଳା ଓ  କଳାକାରଙ୍କ ସ୍ୱାର୍ଥ ଦୃଷ୍ଟିରୁ ନିଷ୍ପତ୍ତିର ପୁନର୍ବିଚାର କରୁ କେନ୍ଦ୍ର :ବିଜୟ 

ଭୁବନେଶ୍ୱର : ଭାରତୀୟ ସାଂସ୍କୃତିକ ସମ୍ବନ୍ଧ  ପରିଷଦ (ଆଇସିସିଆର୍‍) ଓଡ଼ିଶା ଶାଖା କାର୍ଯ୍ୟାଳୟକୁ ଅନ୍ୟ ରାଜ୍ୟକୁ ଉଠାଇ ନେବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଦୁର୍ଭାଗ୍ୟଜନକ । ପରିଷଦର ମୂଳ ଉଦ୍ଦେଶ୍ୟ  ହେଉଛି ‘ସାଂସ୍କୃତିକ ଭାବ ବିନିମୟ’ ଓ ଯେପରି ଭାବେ ଏହା ଲକ୍ଷ୍ୟଭ୍ରଷ୍ଟ ହୋଇଛି ବୋଲି ଗତ ଏପ୍ରିଲ ୧୩ ତାରିଖ ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ  ପରିଚାଳନା ପରିଷଦ ବୈଠକରେ ମତ ପ୍ରକାଶ ପାଇବା ସହ ଏହାକୁ ଆଧାର କରି କୋଲକାତାକୁ ଏହି ଅନୁଷ୍ଠାନ  ନେଇଯିବା ନେଇ ନିଷ୍ପତ୍ତି ନିଆଗଲା, ତାହା ନିଶ୍ଚିତ ଭାବେ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ଓଡ଼ିଶାର ବିଜୁ ଜନତା ଦଳ ଓ ଏହାର ସଭାପତି ତଥା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ।ଏହା କ’ଣ ଆମ ରାଜ୍ୟର କେନ୍ଦ୍ରୀୟ ବିଜେପି ନେତା ଓ ମନ୍ତ୍ରୀମାନଙ୍କୁ ଦିଶୁନାହିଁ ? ସେମାନେ କାହିଁକି ଏ ପ୍ରସଂଗରେ ମୁହଁ ଖୋଲୁନାହାନ୍ତି ବୋଲି ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ ପ୍ରଶ୍ନ କରିଛନ୍ତି ।

 ଆଇସିସିଆର୍‍ କାର୍ଯ୍ୟାଳୟ ଓଡ଼ିଶାରୁ ଉଠିଗଲେ ଅଧିକ କ୍ଷତିଗ୍ରସ୍ତ ହେବେ ଗରିବ ଓ ଆର୍ଥିକ  ଦୁର୍ବଳ ଶ୍ରେଣୀର କଳାକାର । ସେମାନେ କୋଲ୍‍କାତା ଯାଇ ସେମାନଙ୍କ ଦାବି ଉପସ୍ଥାପନା କରିବା ସମ୍ଭବ ନୁହେଁ । ଅପରପକ୍ଷେ ଓଡ଼ିଶାରୁ ଉକ୍ତ କାର୍ଯ୍ୟାଳୟ ସ୍ଥାନାନ୍ତର ହେଲେ ଏହା ଜଳ ଜଳ ହୋଇ ଦିଶୁଛି ଯେ କେବଳ ଧନୀକ ଶ୍ରେଣୀ ଓ ମୁନାଫାଖୋର ବ୍ୟକ୍ତି ଏଥିରୁ ଫାଇଦା ଉଠାଇବେ । ଓଡ଼ିଶାର ଆର୍ଥିକ  ଦୁର୍ବଳ ଶ୍ରେଣୀର କଳାକାରମାନେ ଲାଭବାନ ହେବା ତ ଦୂରର କଥା, କ୍ଷତିକୁ ଦୂରେଇ ରଖିବା ଲାଗି ଆପତ୍ତି ଜଣାଇବାକୁ ଅର୍ଥ ଅଭାବରୁ କୋଲକାତା ଯିବା ମଧ୍ୟ କାଠିକର ପାଠ ହେବ । ଓଡ଼ିଆ ଲୋକକଳା ପ୍ରଚାର ଓ ପ୍ରସାର ଲାଗି ଖୋଲିଥିବା ଏହି କାର୍ଯ୍ୟାଳୟ ଉଠାଇ ନେବା ନିଷ୍ପତ୍ତି ଦର୍ଶାଉଛି ଯେ କେନ୍ଦ୍ର ସରକାର ଆମ କଳାକାରମାନଙ୍କୁ ହତାଦର କରୁଛନ୍ତି । ଓଡ଼ିଶାର କଳାକାରମାନଙ୍କ ପ୍ରତି ଏହା ହେଉଛି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ । ମାତ୍ର ୩ବର୍ଷ ପୂର୍ବରୁ ୨୦୧୫ରେ ଆଇସିସିଆର୍‍ ଶାଖା କାର୍ଯ୍ୟାଳୟ ପଳାସପଲ୍ଲୀର ଏକ ନୂଆ ଘରେ ଖୋଲିଥିବା ବେଳେ କେନ୍ଦ୍ରର ନିଷ୍ପତ୍ତି ଏ ରାଜ୍ୟର ସବୁ କଳାକାରମାନଙ୍କୁ ଚାପୁଡ଼ା ମାରିବା ସହ ସମାନ । ଏହାଦ୍ୱାରା ଓଡ଼ିଶାର ସାଂସ୍କୃତିକ ଭାବ ବିନିମୟରେ ବି କେନ୍ଦ୍ର ବାଧକ ସାଜିଛି ବୋଲି ଶ୍ରୀ ନାୟକ କହିଛନ୍ତି ।

0
0
0
s2sdefault