ହେଡଲାଇନସ୍:

ଅନେକ ଜନକଲ୍ୟାଣକାରୀ  ଯୋଜନା ବନ୍ଦ କରି  ରାଜ୍ୟର ଆର୍ଥିକ କ୍ଷତି କରିଛି କେନ୍ଦ୍ର ଏନଡିଏ ସରକାର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପଞ୍ଚାୟତିରାଜ  ଦିବସ ପାଳନକୁ  ନେଇ ବିଜେପି ରାଜନୀତି ନକରୁ: ବିଜୟ ନାୟକ

05-03-18-bijay.jpg - 35.99 kB

ଭୁବନେଶ୍ୱର(ଚକ୍ରଧର)  : ଏପ୍ରିଲ ୨୪ ପଞ୍ଚାୟତିରାଜ ଦିବସ ପାଳନ ପାଇଁ କେନ୍ଦ୍ର ସରକାର ଯେଉଁ ପ୍ରକାରେ ପରାମର୍ଶ ଦେଇଥିଲେ ସେହି ପ୍ରକାରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା  ଜାରି କରାଯାଇଥିଲା । ଏହାକୁ ନେଇ ରାଜ୍ୟ ବିଜେପି ଅଯଥା ରାଜନୀତି କରୁଛି ବୋଲି ରାଜ୍ୟ ବିଜେଡି ସଂପାଦକ ବିଜୟ ନାୟକ କହିଛନ୍ତି ।

ପ୍ରବାଦ ପୁରୁଷ  ବିଜୁ ପଟ୍ଟନାୟକଙ୍କ ଜନ୍ମ ତିଥିକୁ, ପଞ୍ଚାୟତିରାଜ ବ୍ୟବସ୍ଥାର ସଶକ୍ତିକରଣରେ ତାଙ୍କର ଅବଦାନକୁ ସ୍ମରଣ କରି ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାହୋଇ ଆସୁଛି । ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ, ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ କ୍ଷମତା ଅର୍ପଣ ଆଦି କ୍ଷେତ୍ରରେ ତାଙ୍କର ପଦକ୍ଷେପ ପରବର୍ତ୍ତୀ ସମୟରେ ସାରା ଦେଶ ଗ୍ରହଣ କରିଛି । କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତ ବର୍ଷରେ ପଞ୍ଚାୟତିରାଜ ବ୍ୟବସ୍ଥାର ସଶକ୍ତିକରଣରେ ବିଜୁବାବୁଙ୍କ ଭୂମିକା ସମ୍ମାନର ସହ ସ୍ୱୀକାର କରାଯାଉଛି । ରାଜ୍ୟ ସରକାର ଏହି ଦିବସକୁ ଯଥୋଚିତ ଢଙ୍ଗରେ ପାଳନ କରିଆସୁଛନ୍ତି ।

କେନ୍ଦ୍ରରେ ଏନ୍‍ଡିଏ ସରକାର ଆସିବା ପରେ ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ବନ୍ଦ କରି ଦେଇଛନ୍ତି ଅଥବା ଅନୁଦାନ ହ୍ରାସ କରିଛନ୍ତି । ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରେ କେତେକ କାର୍ଯ୍ୟକ୍ରମ କରିବାକୁ ବାଧ୍ୟ ହୋଇଛନ୍ତି । ଏଥିରୁ କେନ୍ଦ୍ର ଏନ୍‍ଡିଏ ସରକାରଙ୍କ ଗ୍ରାମାଞ୍ଚଳର ବିକାଶ ପାଇଁ ଆନ୍ତରିକତା କେତେ ଜଣାପଡେ । କେବଳ ପଞ୍ଚାୟତିରାଜ ଦିବସ ନୁହେଁ, ଅନେକ ଜାତୀୟ ଦିବସକୁ କେନ୍ଦ୍ର ସରକାର ଦଳୀୟ  ପ୍ରଚାର ଉଦ୍ଦେଶ୍ୟରେ ଉପଯୋଗ କରୁଛନ୍ତି । ବିଜେପିର ରାଜ୍ୟ ନେତାମାନେ ଦିବସ ପାଳନ ଔପଚାରିକତାକୁ ଗୁରୁତ୍ୱ ନଦେଇ ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ କିପରି ବଢ଼ିବ ସେଥିପ୍ରତି ଉଦ୍ୟମ କରିବାକୁ ଶ୍ରୀ ନାୟକ କହିଛନ୍ତି ।

0
0
0
s2sdefault