ହେଡଲାଇନସ୍:

ରାଜ୍ୟବାସୀଙ୍କ କଟା ଘା’ରେ ଚୂନ ଲଗାଉଛନ୍ତି ଅରୁଣ ସିଂ, ମହାନଦୀ ପ୍ରସଙ୍ଗରେ ବିଜେପି ସାଜିଛି ଓଡିଶା ବିରୋଧୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପିର ଜୁମଲା ବା ପ୍ରବଞ୍ଚନାକୁ ହାଡ଼େ ହାଡ଼େ ଚିହ୍ନିଗଲେଣି ଓଡ଼ିଶାବାସୀ : ବିଜୟ  

11-04-18-bijaya-w.jpg - 35.42 kB

ଭୁବନେଶ୍ୱର ଚକ୍ରଧର ମାଝି : ବିଜେପି ସରକାରକୁ ଆସିଲେ ମହାନଦୀ ସମସ୍ୟା ୬ମାସରେ ସମଧାନ ହୋଇଯିବ ବୋଲି ବିଜେପି ପ୍ରଭାରୀ ଅରୁଣ ସିଂହ ଯେଉଁ ଦୃଢେ଼ାକ୍ତି ପ୍ରକାଶ କରୁଛନ୍ତି, ତାହା ବିଜେପିର ଓଡ଼ିଶା ପ୍ରତି କଠୋର ମନୋଭାବର ପରିଚୟ ଦେଉଛି । ଏଥିରୁ ଜଣାପଡୁଛି କେଉଁଠି ନା କେଉଁଠି ବିଜେପି ହିଁ ସମସ୍ୟାର ସମାଧାନରେ ଅନ୍ତରାୟ ସୃଷ୍ଟି କରୁଛି,  ବା ବିଜେପି ଜାଣିଶୁଣି ଛତିଶଗଡ଼ର ଓଡିଶା ବିରୋଧୀ ଷଡଯନ୍ତ୍ରରେ ସାମିଲ ଅଛି ଓ  ମହାନଦୀ ସମସ୍ୟାକୁ ଆଧିକ ଜଟିଳ କରୁଛି | ଓଡିଶା ବାସୀଙ୍କୁ ଗୁରୁତର ଜଳସଙ୍କଟ ଭିତରକୁ ଠେଲି ଦେବା ପାଇଁ ଆଉ ଓଡିଶାର ଲୋକ ପ୍ରିୟ ସରକାରଙ୍କୁ ନିନ୍ଦିତ କରିବାର ଅପଚେଷ୍ଟା କରୁଛି | ବିଗତ ଦିନରେ ମହାନଦୀ ପ୍ରସଙ୍ଗରେ ରାଜ୍ୟ ବିଜେପିର ଅହେତୁକ ନୀରବତା ଓ କେନ୍ଦ୍ର ବିଜେପିର ଚଂଚକତାର ନିହିତ ଉଦ୍ଦେଶ୍ୟ ପ୍ରମାଣିତ ହୋଇଯାଇଛି ଅରୁଣ ସିଂଙ୍କ ମନ୍ତବ୍ୟରୁ | ବିଜେପି  ସରକାରକୁ ଆସିଲେ, ଓଡ଼ିଶାର ସୁଖଦୁଃଖରେ ସାମିଲ ହେବେ ଓ ଅନ୍ୟ ସମୟରେ ଓଡ଼ିଶା ପ୍ରତି ବୈମାତୃକ ମନୋଭବ ପୋଷଣ କରିବେ, ଏଥିରୁ ବିଜେପିର ଓଡ଼ିଶା ବିକାଶ କ୍ଷେତ୍ରରେ କେତେ ଆନ୍ତରିକତା ରହିଛି ତାହା ସ୍ପଷ୍ଟ ବାରି ହୋଇପଡୁଛି । ଯେଉଁଠି ଅଦାଲତଙ୍କ ଆଦେଶକୁ ଛତିଶଗଡର ଖାତିର ନାହିଁ, ସେଠି ୬ମାସରେ କିଭଳି ସମସ୍ୟାର ସମାଧାନ କରିବେ ସେ ସୂତ୍ର ଶ୍ରୀ ସିଂହ ରାଜ୍ୟ ବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ । ଏଥିରୁ ଜଣାପଡୁଛି ବିଜେପି ଛତିଶଗଡ଼ର ବିଜେପି ସରକାରଙ୍କ ସପକ୍ଷରେ ଯାଇ ଓଡ଼ିଶା ପ୍ରତି ବିଦ୍ୱେଷ ପୋଷଣ କରୁଛି ଏବଂ ସୁପ୍ରିମକୋର୍ଟ ଠାରୁ ଆରମ୍ଭ କରି ଜନତା ଦରବାର ପର୍ଯ୍ୟନ୍ତ ବାରମ୍ବାର ଉପହସିତ,  ଲାଂଛିତ ହେଉଥିଲେ ମଧ୍ୟ ସମାଧାନର ବାଟରେ ବାଧକ ହୋଇ ଠିଆ ହୋଇଛି । ଓଡ଼ିଶା ପ୍ରତି ବିଜେପିର ଏଭଳି ଦୋମୁହାଁ ଆଭିମୁଖ୍ୟକୁ ସାଢେ଼ ୪କୋଟି ଓଡ଼ିଆ କଦାପି ବରଦାସ୍ତ କରିବେ ନାହିଁ । ସରକାର ଗଠନ କରିବା ତ ଦିବା ସ୍ୱପ୍ନ, ସେମାନେ ଯେ ଦୁଇ ଅଙ୍କ ଛୁଇଁବେ ନାହିଁ, ବିଜେପି ନେତାଙ୍କ ଏହିଭଳି ବାଚାଳାମୀ ବକ୍ତବ୍ୟରୁ ସ୍ପଷ୍ଟ ପ୍ରମାଣିତ ହେଉଛି । କାରଣ ରାଜ୍ୟବାସି ବିଜେପିର "ଯୁମଲା"କୁ ଅଙ୍ଗେ ଅଙ୍ଗେ ନିଭାଇଲେଣି, ବିଜେପିର ଚରିତ୍ରକୁ ହାଡ଼େ ହାଡ଼େ ଚିହ୍ନିଲେଣି |  କ୍ଷମତା ଲୋଭ ପାଇଁ ବିଜେପି ଯେକୌଣସି ସ୍ତରକୁ ଯାଇପାରେ ଓ ଜନସାଧାରଣଙ୍କୁ ଯେ କୌଣସି ମିଛ ପ୍ରତିଶ୍ରୁତି ବା "ଯୁମଲା" ଶୁଣାଇ ପାରେ ବୋଲି ରାଜ୍ୟବାସୀ ଅନୁଭବ କରିସାରିଛନ୍ତି |  ଶ୍ରୀ ସିଂହ ଓ ଓଡ଼ିଶା ବିଜେପି ନେତାମାନଙ୍କର ଓଡ଼ିଶା ବିରୋଧୀ ଆଚରଣ ଓ ବକ୍ତବ୍ୟ ପାଇଁ ରାଜ୍ୟବାସୀଙ୍କ ନିକଟରେ ସେମାନେ ଯେ କେତେ ନୀଚସ୍ତରକୁ ଚାଲିଯାଇପାରନ୍ତି ତାହା ନିଜ ନିଜ ତୁଣ୍ଡରେ ପରିପ୍ରକାଶ କରୁଛନ୍ତି । ମହାନଦୀ ହିଁ ବିଜେପିର ମହାମୃତ୍ୟୁର କାରଣ ହେବ, ଏହା ଜଳ ଜଳ ହୋଇ ଦିଶୁଛି । ଏଭଳି ଏକ ସମ୍ବେଦନଶୀଳ ପ୍ରସଂଗରେ ଏ ପ୍ରକାର ଦାୟିତ୍ୱହୀନ ମନ୍ତବ୍ୟ ଦେବା ରାଜ୍ୟବାସୀଙ୍କ କଟା ଘା’ରେ ଚୂନ ଦେବା ଭଳି । ସହିବାର ସମସ୍ତ ସୀମା ଡେଇଁଗଲା ପରେ ଓଡ଼ିଶାର ଜନସାଧାରଣଙ୍କ କ୍ରୋଧ, ଅସନ୍ତୋଷର ସାମ୍ନା କରିବାକୁ ଶ୍ରୀ ସିଂହ ଓ ତାଙ୍କ ନେତାମାନେ ପ୍ରସ୍ତୁତ ରୁହନ୍ତ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।

0
0
0
s2sdefault