ହେଡଲାଇନସ୍:

ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 bhubaneswar/ girija shankara Dash : ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ  ଅଧିକାରୀଙ୍କ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ସଚିବ ମନ୍ମଥ କୁମାର ବିଶ୍ୱାଳଙ୍କୁ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ଅନୁଗୁଳ ଜିଲ୍ଲାର ଆଡିସିନାଲ୍ ଡିସିପି ମାଜିଷ୍ଟେ୍ରଟ୍ ଶ୍ରୀନିବାସ ବେହେରାଙ୍କୁ କଟକସ୍ଥିତ ରାଜ୍ୟ ଟ୍ରାନ୍ସପୋର୍ଟ ଅଥରିଟିର ଆର୍ଡିସିନାଲ୍ କମିଶନର ଭାବେ ବଦଳି କରାଯାଇଥିବା ବେଳେ କଟକ ପିଡିଡିଆରଡିଏ ଉଦୟ ନାରାୟଣ ଦାସଙ୍କୁ ପଞ୍ଚ ।ୟତିରାଜ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ସେହିପରି ପାରାଦୀପର ଆଡିସିନାଲ୍ ଡିଷ୍ଟ୍ରିକ୍ଟ ମାଜିଷ୍ଟେ୍ରଟ୍ ବିଶ୍ୱଜିତ୍ ବିଶ୍ୱାଳଙ୍କୁ କୃଷି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ଢେଙ୍କାନାଲ୍ ପିଡିଡିଆର୍ଡିଏ ପ୍ରଭାତ କୁମାର ଭୋଇଙ୍କୁ ସ୍କୁଲ ଓ ମାସ୍ ଏଜୁକେସନ୍ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ପାଲଲହଡ଼ା ଉପଜିଲ୍ଲାପାଳ ତପନ କୁମାର ଶତପଥିଙ୍କୁ ଅନୁଗୁଳ ଜିଲ୍ଲାର ଏଡ଼ିଏମ ଭାବେ ବଦଳି କରାଯାଇଛି । ଯାଜପୁର କଳିଙ୍ଗ ନଗରର ସ୍ୱତନ୍ତ୍ର ଭୂମି ଅଧିଗ୍ରହଣ ଅଧିକାରୀ ନିହାର ରଂଜନ ଦାସଙ୍କୁ ଜଳସମ୍ପଦ ବିଭାଗର ଭୂମି ଅଧିଗ୍ରହଣ ଅଧିକାରୀଭାବେ ବଦଳି କରାଯାଇଛି । ଆଠଗଡ଼ ସବ୍କଲେକ୍ଟର ହରିଶ୍ଚନ୍ଦ୍ର ନାୟକଙ୍କୁ କେନ୍ଦ୍ରାପଡ଼ାର ଆଡିସିନାଲ୍ ଡିଷ୍ଟ୍ରିକ୍ଟ ମାଜିଷ୍ଟେ୍ରଟ୍ ଭାବେ ବଦଳି କରାଯାଇଥିବା ବେଳେ ଅନୁଗୁଳ ସବ୍କଲେକ୍ଟର ସରୋଜ କୁମାର ମହାନ୍ତିଙ୍କୁ କଟକର ପିଡିଡିଆର୍ଡିଏ ଭାବେ ବଦଳି କରାଯାଇଛି । ଯାଜପୁର କଳିଙ୍ଗନଗରର ଆରଆଇସି ଜେନେରାଲ୍ ମ୍ୟାନେଜର ମନୋରଂଜନ ମଲ୍ଲିକଙ୍କୁ ଖୋର୍ଦ୍ଧାର ଆଡିସିନାଲ୍ ଡିଷ୍ଟ୍ରିକ୍ଟ ମାଜିଷ୍ଟେ୍ରଟ୍ ଭାବେ ବଦଳି କରାଯାଇଥିବା ବେଳେ ସାଧାରଣ ପ୍ରଶାସନ ବିଭାଗର ବରିଷ୍ଠ  ଅଧିକାରୀ ମାର୍ଶାଲ୍ ଏକାଙ୍କୁ ପ୍ରକଳ୍ପ ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲା ଉତ୍ତୟନ ଏଜେନ୍ସିର ପ୍ରକଳ୍ପ ନିଦେ୍ର୍ଧଶକଭାବେ ବଦଳି କରାଯାଇଛି । ଗଜପତି ନଗରର ପିଏ, ଆଇଟିଡିଏ ପରିକ୍ଷୀତ ସେଠୀଙ୍କୁ ନବରଙ୍ଗପୁରର ଆଡିସିନାଲ୍ ଡିଷ୍ଟ୍ରିକ୍ଟ ମାଜିଷ୍ଟେ୍ରଟ୍  ଭାବେ ବଦଳି କରାଯାଇଥିବା ବେଳେ କଳାହାଣ୍ଡିରପିଡିଡିଆରଡିଏ ସୁକାନ୍ତ ତ୍ରିପାଠୀଙ୍କୁ ରାୟଗଡ଼ାର ପିଡିଡିଆରଡିଏ ଭାବେ ବଦଳି କରାଯାଇଛି । ସେହିପରି ଟିସ୍କୋ ଛତ୍ରପୁରର କାଯର୍ୟନିର୍ବାହୀ ସ୍ୱତନ୍ତ୍ର ଭୂମି ଅଧିଗ୍ରହଣ ଅଧିକାରୀ ରମାକାନ୍ତ ସେଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ବଦଳି କରାଯାଇ ଗଂଜାମ ଜିଲ୍ଲା ଉତ୍ତୟନ ଏଜେନ୍ସିର ପ୍ରକଳ୍ପ ନିର୍ଦ୍ଦେଶକ  ଭାବେ ନିଯୁକ୍ତି ଦିଆଯାଇଛି । ରାୟଗଡ଼ାର ପିଡିଡିଆରଡିଏ ମଧୁସୂଦନ ମିଶ୍ରଙ୍କୁ ଭଦ୍ରକ ପିଡିଡିଆର୍ଡିଏ ଭାବେ ବଦଳି କରାଯାଇଛି । ସେହିପରି ଭଦ୍ରକ ପିଡିଡିଆରଡିଏ ଦିଲ୍ଲୀପ କୁମାର ସାହୁଙ୍କୁ ଏମ୍ଏସ୍ଏମ୍ଇ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ କାହ୍ନୁ ଚରଣ ଧୀରଙ୍କୁ ପାରାଦୀପର ଏଡିଏମ୍ ଭାବେ ବଦଳି କରାଯାଇଛି । ଆର୍ଏମ୍ଏସ୍ଏ ବିଭାଗର ଉପ ନିଦେ୍ର୍ଧଶକ ବସନ୍ତ କୁମାର ରାଉତଙ୍କୁ କଳାହାଣ୍ଡିର ପିଡିଡିଆର୍ଡିଏ ଭାବେ ନିଯୁକ୍ତ ମିଳିଛି । ଭଦ୍ରକର ଉପ ଜିଲ୍ଲାପାଳ ନରୋ ମ ବେହେରାଙ୍କୁ ଢେଙ୍କାନାଳ ଜିଲ୍ଲାର ପିଡିଡିଆର୍ଡିଏଭାବେ ବଦଳି କରାଯାଇଥିବା ବେଳେ ବାରିପଦାର ଟିଏ, ଆଇଟିଡିଏ ବ୍ରହ୍ମାନନ୍ଦ ବେହେରାଙ୍କୁ ରାଜସ୍ୱ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି । ଗଜପତି ଜିଲ୍ଲାର ଡିପିସି ଅନାମ ଚରଣ ପାତ୍ରଙ୍କୁ ଗଜପତି ଜିଲ୍ଲାର ପିଡିଡିଆର୍ଡିଏ ଭାବେ ନିଯୁକ୍ତି ମିଳିଛି । ଗଜପତି ଜିଲ୍ଲାର ପିଡିଡିଆର୍ଡିଏ ସନତ କୁମାର ମହାନ୍ତି ଓଟିଡିସିର ଜେନେରାଲ୍ ମ୍ୟାନେଜରଭାବେ ବଦଳି ହୋଇଛନ୍ତି । ଭବାନୀପାଟଣାର ଟିଏଆଇଟିଡିଏ ରାଜେନ୍ଦ୍ର କୁମାର ରଂଜିତ ଭବାନୀପାଟଣାର ଉପ ଜିଲ୍ଲାପାଳ ଭାବେ ମଧ୍ୟ ଦାୟିତ୍ୱ ତୁଲାଇବେ । ରାଜଗାଙ୍ଗପୁର ମୁ୍ୟନିସିପାଲିଟିର କାଯର୍ୟନିର୍ବାହୀ ଅଧିକାରୀ ନାରାୟଣ ସିଂ ଲାଗୁରୀ ନୀଳଗିରିର ପିଏ ଆଇଟିଡିଏ ଭାବେ ବଦଳି ହୋଇଥିବା ବେଳେ ଏପିଡି ଡିଆର୍ଡିଏ ମାଲକାନଗିରି ଅମୀୟ କୁମାର ସାହୁ ଆଠଗଡ଼ର ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇବେ । କେନ୍ଦ୍ରାପଡ଼ାର ଏପିଟିଡିଆର୍ଡିଏ ସଂଜୟ କୁମାର ମିଶ୍ର କେନ୍ଦ୍ରାପଡ଼ାର ଉପ ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି ।

0
0
0
s2sdefault