ହେଡଲାଇନସ୍:

ସାପ ଯେଟେ ବଡ ବା ବିଷାକ୍ତ ହେଉ, ଗଦ କିନ୍ତୁ ଅଛି ନବୀନଙ୍କ ପାଖେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜନୀତିର ପଶାପାଲିରେ ନୂଆ ମୋହରା ଫିଙ୍ଗିଲେ ଶଙ୍ଖପତି

 ବିଜେଡିରେ ମିଶିଲେ ସୌମ୍ୟରଞ୍ଜନ

ସୌମ୍ୟବାବୁ ବିଜେଡି ପାଇଁ ଏକ ବଡ଼ ଆସେଟ୍‌- ନବୀନ ପଟ୍ଟନାୟକ

ଏକ ବିଚାର ସପକ୍ଷରେ ବିଜେଡିରେ ମିଶିଛି- ସୌମ୍ୟରଞ୍ଜନ

07-03-18-saumya.jpg - 82.86 kB

ଭୁବନେଶ୍ୱରରୁ ଚକ୍ରଧର ମାଝି :  ମାନିବାକୁ ପଡିବ, ନବୀନ ବାବୁଙ୍କ ମାଷ୍ଟର ଷ୍ଟ୍ରୋକ ବା ହାଡ ଫିଙ୍ଗା ରାଜନୀତିକୁ | କିଏ ତାକୁ ମାଷ୍ଟର ଷ୍ଟ୍ରୋକ କହୁ ବା ମାଷ୍ଟର ଜୋକ କହୁ, ରାଜନୀତିରେ ଯିଏ ଜିତିଲା ସିଏ ସିକନ୍ଦର | କାହାକୁ କେମିତି ବଶ କରାଯାଏ, କିଏ କେଉଁ ଗଦ ଶୁଙ୍ଘି ଦୌଡ଼ି ଆସିବ, କାହାକୁ କେଉଁ ହାଡ ଫିଙ୍ଗିଲେ ସେ ଚୁପ ଥିବା ତାହା ନବୀନ ବାବୁଙ୍କ ବାଁ ହାତର ଖେଳ | ଯିଏ ଯେତେ ଗଲା ଫଟାଇ ଯେତେ କହିଲେ ବି କଣ ହେବ, ବିଜେପୁର ରେ ଦୁଇଦିନ ରହି ବିଜେପିର ମୁଣ୍ଡ ଗୋଳମାଳ କରେଇ କଙ୍ଗ୍ରେସିଆଙ୍କୁ ମହାନି ମନ୍ତର କରି ଏମିତି ମାୟା ଲଗାଇଦେଲେ ଯେ ବିଜେପୁର ବାସୀ ବାୟା |  ଦିହଜାର ପାଞ୍ଚହଜାର ବା ଦାସ ହଜାର ମାର୍ଜିନ କଥା କୁହାଯାଉଥିବା ବେଳେ ମାର୍ଜିନ ଟପିଗଲା ୪୦୦୦୦ | କଂଗ୍ରେସ ଗଡ଼ରେ କଂଗ୍ରେସ ହରାଇଲା ଅମାନତ | କେବଳ ବିଜେପୁର ନୁହେ, ଆଗକୁ ଥିବା ତିନୋଟି ପୌର ନିର୍ବାଚନ ବି ବିଜେଡି ଜିତିବା ଯେ ନିଶ୍ଚିତ ସେ ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ | ବିଜେପୁର ବିଜେ କରି ବିଜେପୁରର ପ୍ରସଂଶିତ ସୈନିକ ମାନଙ୍କୁ ମନ୍ତ୍ରିମଣ୍ଡଳରେ ପୁରସ୍କୃତ କରିବା ପରେ ଏବେ ବୈଜୟନ୍ତଙ୍କୁ ସଂସଦରେ ଏକଘରିକିକିଆ କରିବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ | ଆଉ ବୈଜୟତଙ୍କୁ ମେଡିଆ ଚେକ ଦେବା ପାଇଁ ନବୀନ ବାବୁ ବାସ୍ତବରେ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି | ନବୀନଙ୍କ ମାଷ୍ଟର ଷ୍ଟ୍ରୋକ ବୋଲି ଲେଖିଥିବା ଖବର କାଗଜ ସମ୍ବାଦର ସମ୍ପାଦକ ତଥା କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପତ୍ତନୟକଙ୍କ ଜ୍ୱାଇଁ, ପିସିସି ପୂର୍ବତନ ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟନାୟକଙ୍କ ଭାଇ , ତଥା କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱ ବିରୋଧରେ ଖୋଲା ବିଦ୍ରୋହ ଘୋଷଣା କରୀ  କଂଗ୍ରେସରୁ ଏକ ପ୍ରକାର ବିଦା ହୋଇଥିବା ପୂର୍ବତନ କଂଗ୍ରେସ ସାଂସଦ ତଥା ରାଜ୍ୟ ସରକାରଙ୍କ ଚିଟ ଫଣ୍ଡ ଦୁର୍ନୀତି ବିରୋଧରେ ଲଢ଼ୁଥିବା, ରାଜ୍ୟ ସରକାରଙ୍କ ବିରୋଧରେ ଚାଷୀକୁ ୩ଟି "ପି" ପାଇଁ ରାଜା ବ୍ୟାପି ସଂଗ୍ରାମ କରିଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ଏକ ବିଚାର ସପକ୍ଷରେ ଆତ୍ମସମର୍ପଣ କରିଛନ୍ତି |  ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୌମ୍ୟ  ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସୌମ୍ୟ ପଟ୍ଟନାୟକ ବିଜେଡିରେ ଯୋଗ ଦେବା ଦ୍ୱାରା ବିଜେଡି ଅଧିକ ସମୃଦ୍ଧ ହେବ। ପୂର୍ବତନ ସାଂସଦ ଶ୍ରୀ ପଟ୍ଟନାୟକ ଭିତରେ ଭିତରେ କଂଗ୍ରେସରେ ଥାଇ ଭାରତୀୟ  ଜନତା ପାର୍ଟିରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ପରେ ଶ୍ଵଶୁରଙ୍କ ପରାମର୍ଶ କ୍ରମେ ଶରଦ ପାୱାର ଦ୍ୱାରା ସେତେବେଳେ ଗଢ଼ା ଯାଇଥିବା ଦଳ ଏନସିପି ଯୋଗ ଦେଇଥିଲେ ସାମୟିକ ଥଇଥାନ ଭାବେ । ପରିସ୍ଥିତି ଅନୁକୂଳ ହେବା ପରେ  ଏନସିପି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିଲେ। କଂଗ୍ରେସ ଟିିକେଟରେ ଲଢ଼ି ଶ୍ରୀ ପଟ୍ଟନାୟକ ଭୁବନେଶ୍ୱର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।  କଂଗ୍ରେସ ର ଗୋଷ୍ଠୀ କନ୍ଦଳ ଯୋଗୁ କଂଗ୍ରେସ ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ଅବ୍ୟାହତି ପାଇବା ପରେ କଂଗ୍ରେସ ର ତତକାଳୀନ ରାଜ୍ୟ ନେତୃତ୍ୱକୁ ବିରୋଧ କରି ରାଜ୍ୟବ୍ୟାପୀ ସମାନ୍ତରାଳ ସଂଗଠନ ଗଠନ କରି ରାଜ୍ୟର ବିଭିନ୍ନ ସ୍ଥାନରେ ସଭାସମିତି କରି ରାଜ୍ୟ ନେତୃତ୍ୱକୁ ସମାଲୋଚନା କରିବା ସହ କଟକ ସଭାରେ କେନ୍ଦ୍ରୀୟ ନେତୃତ୍ୱ ଖାସ କରି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ପ୍ରତ୍ୟକ୍ଷ ପରୋକ୍ଷ ସମାଲୋଚନା କରିବା କାରଣରୁ ଦଳବିରୋଧୀ କାମ ପାଇଁ କଂଗ୍ରେସରୁ ବହିଷ୍କାର ହୋଇଥିଲେ  | ହେଲେ ସୌମ୍ୟ ବାବୁଙ୍କ ବିରୋଧରେ ଏତେ କଠୋର ନିଷ୍ପଟି ନିଆଯିବା ପଛରେ  ମୁଖ୍ୟ ଖଳନାୟକ ଥିଲେ ଶ୍ରୀକାନ୍ତ ଜେନା |  ଦଳରୁ ବହିସ୍କୃତ ହେବା ପରେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଶ୍ରୀ ପଟ୍ଟନାୟକ ଆମ ଓଡ଼ିଶା ପାର୍ଟି ଗଠନ କରିବା ସହିତ ଏହାର ଅଧ୍ୟକ୍ଷ ଭାବେ ଖଣ୍ଡପଡ଼ା ଆସନରୁ ନିର୍ବାଚନ ଲଢ଼ିଥିଲେ। ମାତ୍ର ୫ଶହ ଖଣ୍ଡ ଭୋଟ୍‌ ବ୍ୟବଧାନରେ ଶ୍ରୀ ପଟ୍ଟନାୟକ ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ପରାସ୍ତ ହୋଇଥିଲେ। ତେବେ ଶ୍ରୀ ପଟ୍ଟନାୟକ ଚାଷୀ ଓ ଚିଟ୍‌ଫଣ୍ଡ ଜମାକାରୀଙ୍କର ସଙ୍ଗଠନରେ ସାମିଲ ହୋଇ ସେମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଉଦ୍ୟମ ଚଳାଇଛନ୍ତି। ନବ ନିର୍ମାଣ କୃଷକ ସଙ୍ଗଠନ ଜରିଆରେ ଶ୍ରୀ ପଟ୍ଟନାୟକ କୃଷକମାନଙ୍କ ହକ୍‌ ପାଇଁ ଲଢ଼େଇ ଜାରି ରଖିଥିଲେ ଓ ସରକାରଙ୍କୁ କଟୂ ସମାଲୋଚନା କରି ଆସିଥିଲେ | 

ବିଜେଡିରେ ସାମିଲ ହେବା ପରେ ପୂର୍ବତନ ସାଂସଦ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୨୩ ବର୍ଷ ତଳେ ସେ ଭୁବନେଶ୍ୱର ବିଧାନସଭା ଆସନ ପାଇଁ ବିଜୁ ପଟ୍ଟନାୟକଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିଲେ। ନିର୍ବାଚନ ପରେ ବିଜୁ ବାବୁ ତାଙ୍କ ସହିତ କାମ କରିବା ପାଇଁ ତାଙ୍କୁ ଡାକିଥିଲେ। ୨୩ ବର୍ଷ ପରେ ବିଜୁବାବୁଙ୍କ ନାମରେ ନାମିତ ଦଳରେ ସେ ସାମିଲ ହୋଇଛନ୍ତି। ବର୍ତ୍ତମାନ ଦେଶ ଓ ରାଜ୍ୟର ରାଜନୈତିକ ସ୍ଥିତି ଯାହା, ସେଥିରେ ରାଜ୍ୟର ସ୍ୱାର୍ଥ , ସ୍ୱାଭିମାନ ଓ ବିକାଶ ପାଇଁ ସେ ଚାହାନ୍ତିି। ତେଣୁ ଗୋଟିଏ ବିଚାର ସପକ୍ଷରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଏ ନେଇ କୌଣସି ସର୍ତ୍ତ ସେ ରଖି ନାହାନ୍ତିି। ବର୍ତ୍ତମାନ ଅବସ୍ଥାରେ ବ୍ୟକ୍ତି, ଦଳ ବଡ଼ ନୁହେଁ, ବରଂ ପ୍ରସଙ୍ଗ ଗୁରୁତ୍ୱ ବହନ କରୁଛି। ତେଣୁ ଆଗାମୀ ଦିନରେ ସେ ଚାଷୀ  ଓ ଜମାକାରୀଙ୍କ ସ୍ୱାର୍ଥ ଲାଗି ତାଙ୍କ ଉଦ୍ୟମ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ ବିଜେଡିରେ ସାମିଲ ହେବା ବେଳେ ନବୀନ ନିବାସରେ ଦେବୀ ପ୍ରସାଦ ମିଶ୍ର, ବିକ୍ରମ କେଶରୀ ଆରୁଖ,ପ୍ରତାପ ଜେନା  ଡ଼ ଅରୁଣ ସାହୁ  ସମୀର ଦାସ,  ଉଷା ଦେବୀ, ସ୍ନେହାଙ୍ଗୀନି ଛୁରିଆ, ବେଦପ୍ରକାଶ ଅଗ୍ରଓ୍ଵାଲ ପ୍ରମୁଖ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ହେଲେ କଥା ହେଲା ସୌମ୍ୟ ବାବୁ ରାଜ୍ୟ ସରକାରଙ୍କ ଚିଟ ଫଣ୍ଡ ଦୁର୍ନୀତି ବିରୋଧରେ କହୁଥିଲେ, ସରକାରଙ୍କ ବିରୋଧରେ ଚାଷୀ ଆନ୍ଦୋଳନର ନେତୃତ୍ୱ ନେଉଥିଲେ |  ହେଲେ ଏବେ ସେଇ ବିଜେଡିରେ ଯୋଗ ଦେଲେ | କହିଲେ କଣ ନା,ଏକ ବିଚାର ସପକ୍ଷରେ ବିଜେଡିରେ ମିଶିଛି| ବିଚାର ନ ଚୋପା | ଖୋଲା କଥା ହେଲା କିଛି ବିଚାର ଫିଚାର ନୁହେଁ ହୋ,. ସୌମ୍ୟ ବାବୁଙ୍କ ପେଟେ ଭୋକ ମୁହେଁ ଲାଜ | ଖୋଲିକି କହି ପାରୁନାହାନ୍ତି ଯେ ନିଜେ ରାଜ୍ୟ ସଭା ଜିବା ଲୋଭରେ ବିଜେଡି ରେ ମିଶିଛନ୍ତି ବୋଲି | ନବୀନ ବାବୁ ବି ଚାଲାକ | ଗୋଟାଏ ଗୁଲି ଅନେକ ଶିକାର | ଗୋଟେ ରାଜ୍ୟସଭା ଆସନ ସିନା ଯିବ ( ଦଳର ଲୋକ ରାଜ୍ୟ ସଭା ଯାଇ କୋଉ ତାଡ଼ୁ ଥିଲେ ଯେ??), ହାତରେ ସମ୍ବାଦ ଭଳି ଖବର କାଗଜ ଆଉ କନକ ଭଳି ଟିଭି ଚାଁନେଲ ରହିବ | ଦିଟା ଏମ ଏଲ ଏ ସିଟ ଛାଡିଦେଲେ ବା କଣ ଆସୁବିଧା ହେଉଛି | ବେଗୁନିଆ ରୁ ପ୍ରଦୀପ ଆଉ ଖଣ୍ଡପଡ଼ାରୁ କୁଆଡେ ଝିଅ | ସବୁଠାରୁ ହେଲା ଵାର୍ତାମାନ ବିଜେପି କଥାରେ ଦେଉଥିବା ଆଉ ନିଜ ଚାଁନେଲ କୁ ସରକାରଙ୍କ ବିରୋଧରେ ଲଗାଇ ଦେଇଥିବା ବୈଜୟନ୍ତ ପଣ୍ଡାଙ୍କୁ ମୁକାବିଲା କରିହେବ | ଟେନସନ କିନ୍ତୁ ବଢିଗଲା ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଉ ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକଙ୍କ ପାଇଁ | ମନକୁ  ଯେତେ ବୁଝାଇଲେ ସେମାନଙ୍କ ଭବିଷ୍ୟତ ଯେ ଆନ୍ଧାର ତାହା ଜଳ ଜଳ ହୋଇ ଜଣା ପଡିଯାଉଛି |  ଆଉ ମାନେ ମାନେ ଖୁସି ହେଉଥିବେ ନୟାଗଡ ବିଧାୟକ ଡ଼ ଅରୁଣ ସାହୁ | ଓହୋ....ଗ୍ରହଗଲା | ସବୁବେଳେ ମିଛ ସତ ଯୋଡି ତିଳକୁ ତାଲା କରି ମୋ ନାଁରେ ଲେଖି ଭାରି ଟେନସନ ଦେଉଥିଲା, ଏବେ ଗ୍ରହ ଗଲା ବୋଲି ଭାବି ନିଶ୍ଚୟ ମାନେ ମାନେ ଖୁସି ହେଉଥିବେ ଅରୁଣ ବାବୁ | ଆଉ ସୌମ୍ୟ ଙ୍କ ପାରମ୍ପରିକ ବ୍ୟବସାୟିକ ଶତ୍ରୁ ବା ପ୍ରତିଦ୍ବନ୍ଦ୍ବୀ ସାଂସଦ ତଥାଗତ ସତପଥୀ କିନ୍ତୁ ନବୀନଙ୍କ ଏଇ ମୁଭ ରେ ଟିକେ ଟେନସନରେ ଥିବେ | ଯଦିଓ ତାଙ୍କ ସଂସଦ ଟିକଟ ଉପରେ ସୌମ୍ୟ ବାବୁଙ୍କ କୌଣସି ନଜର ନାହିଁ, ତଥାପି ଦୁଇଟି ଖବର କାଗଜର ସମ୍ପାଦକ ବା ଜଣାଶୁଣା ପ୍ରତିଦ୍ବନ୍ଦ୍ବୀଙ୍କୁ ନବୀନ ବାବୁ କେମିତ ହାଣ୍ଡଲ କରିବେ ତାହା ଦେଖିବାକୁ ପଡିବ | 

0
0
0
s2sdefault