ହେଡଲାଇନସ୍:

୫ ରାଜ୍ୟରେ ବଦଳିଲେ ରାଜ୍ୟପାଳ, ଆସାମ ମିଶନ ପରେ ବନୱାରୀଲାଲଙ୍କୁ ତାମିଲନାଡୁ ଦାୟିତ୍ୱ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ  : ନିଜେ ଯିବାପରେ ଫାଙ୍କା ପଡିଥିବା ବିହାରର ରାଜ୍ୟପାଳ ପଦବୀରେ ବିଜେପିର ପୂର୍ବତନ ଉପସଭାପତି ସତ୍ୟପାଲ ମଲ୍ଲିକଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । କେବଳ ସେତିକି ନୁହେଁ, ବିହାର ସମେତ ୫ ରାଜ୍ୟର ରାଜ୍ୟପାଳ ଓ ଜଣେ ଉପରାଜ୍ୟପାଳଙ୍କୁ ନିଯୁକ୍ତି ହୋଇଥିବା ରାଷ୍ଟ୍ରପତି ଭବନ ସୂତ୍ରରୁ ଜଣାପଡିଛି । 

ରାଜନୈତିକ ଅସ୍ଥିରତାରେ ଛନ୍ଦି ହୋଇପଡିଥିବା ତାମିଲାନାଡୁର ରାଜ୍ୟପାଳ ଭାବେ ଆସାମର ରାଜ୍ୟପାଳ ବନୱାରୀ ଲାଲ ପୁରୋହିତଙ୍କୁ ନିଯୁକ୍ତି ଦିଆଯାଇଛି । ମିଶନ୍  ଆସାମ ପରେ ଏବେ ମିଶନ ତାମିଲନାଡୁର ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି  । ତାଙ୍କ ସ୍ଥାନରେ ଆଣ୍ଡାମାନ ନିକୋବର ଦୀପପୁଞ୍ଜର ଉପରାଜ୍ୟପାଳ ଥିବା ଜଗଦୀଶ ମୁଖୀଙ୍କୁ ନିଯୁୂକ୍ତ କରାଯାଇଛି  । ସେହିପରି ଶ୍ରୀ ମୁଖୀଙ୍କ ସ୍ଥାନରେ ଆଡମିରାଲ ଦେବେନ୍ଦ୍ର କୁମାର ଯୋଶୀଙ୍କୁ ଆଣ୍ଡାମାନ ନିକୋବରର ଉପରାଜ୍ୟପାଳ ଭାବେ ଅବସ୍ଥାପିତ କରାଯାଇଛି  । ସେହିପରି ବିହାରର ପୂର୍ବତନ ବିଧାନପରିଷଦ ସଦସ୍ୟ ଗଙ୍ଗା ପ୍ରସାଦଙ୍କୁ ମେଘାଳୟର ଓ ବି୍ରଗେଡିୟର ବି ଡି ମିଶ୍ରଙ୍କୁ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି ।

0
0
0
s2sdefault