ହେଡଲାଇନସ୍:

ଲକଡାଉନରେ ଲଣ୍ଡନ : କୋଭିଡ -19 ର ନୂତନ ସ୍ୱରୂପ ବିସ୍ତାର କରୁଛି କାୟା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ଖ୍ରୀଷ୍ଟମାସ ପାଳନ ଅନୁମତି ବାତିଲ

ଲଣ୍ଡନ : ଲଣ୍ଡନ ଏବଂ ନିକଟବର୍ତ୍ତୀ ଅଞ୍ଚଳରେ କୋଭିଡ -19 ର ଏକ ନୂତନ ଲକ୍ଷଣଯୁକ୍ତ ସ୍ୱରୂପର କ୍ଷୀପ୍ର ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଶନିବାର ଦିନ ରାଜଧାନୀକୁ ଲକ ଡାଉନ ଘୋଷଣା କରିଛନ୍ତି | ନଭେମ୍ବରରେ ଜାତୀୟ ଲକଡାଉନ୍ ଅଧୀନରେ ଯେଉଁ ଭଳି କଟକଣା ଲାଗୁ ହୋଇଥିଲା ତାକୁ ପୁନଃ ଲାଗୁ କରାଯାଇଥିବାବେଳେ ଖ୍ରୀଷ୍ଟମାସ ପାଇଁ ଦିଆଯାଇଥିବା ଅନୁମତିକୁ ବାତିଲ କରିଦିଆଯାଇଛି ବୋଲି ଜନସନ ସୂଚନା ଦେଇଛନ୍ତି | 

ସେ କହିଛନ୍ତି ଯେ ଭୁତାଣୁର ନୂତନ ସଂସ୍କରଣ ମୂଳ ସଂସ୍କରଣଠାରୁ କମ୍ ମାରାତ୍ମକ ନୁହେଁ ଏବଂ ଏହା ବିରୁଦ୍ଧରେ ଏକ ଟିକା କମ୍ ପ୍ରଭାବଶାଳୀ ବୋଲି କୌଣସି  ପ୍ରମାଣ ନାହିଁ |  କିନ୍ତୁ ଏ ଭୁତାଣୁ ସମ୍ପର୍କରେ ବହୁତ କିଛି ଅଛି ଯାହା କି ଏଯାବତ ଅଜଣା | ଏ ସମ୍ପର୍କରେ  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଅବଗତ କରାଯାଇଛି। ଗତକାଲି ଘୋଷଣା କରାଯାଇଥିବା କଟକଣା ରବିବାର ସକାଳୁ ଲାଗୁ ହୋଇ ଡିସେମ୍ବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ | 

ଡାଉନିଙ୍ଗ ଷ୍ଟ୍ରିଟରୁ ଏକ ଟେଲିଭିଜନ ସଂକ୍ଷିପ୍ତ ବକ୍ତବ୍ୟରେ ଜନସନ କହିଛନ୍ତି, " ଏ ଭୁତାଣୁର ଲକ୍ଷଣ ବିଷୟରେ ଯଦିଓ ବିଶେଷ କିଛି ଜଣା ପଡ଼ିନାହିଁ , ତଥାପି ଆମର ବିଶେଷଜ୍ଞମାନେ ଏ ବିଷୟରେ ପରୀକ୍ଷାନିରୀକ୍ଷା ଚଳାଇଛନ୍ତି | ଆଗକୁ ଆମେ ଏ ବିଷୟରେ ଅନେକ କିଛି ଜାଣିପାରିବ | ହେଲେ ଏହି ଭୁତାଣୁ କ୍ଷୀପ୍ର ଗତିରେ ବ୍ୟାପୁଥିବା କାରଣରୁ ଆମକୁ ଏବେଠାରୁ ସତର୍କ ରହିବା ଉଚିତ" 

0
0
0
s2sdefault