ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତର ପ୍ରଥମ ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଇସ୍କୋ ଓ ଦୁର୍ଗାପୁର ଇସ୍ପାତ କାରଖାନା ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ 

 କାରଖାନା ପରିଚାଳନା ନେଇ ବିଭାଗୀୟ ଅଫିସରଙ୍କ ସହ ସମୀକ୍ଷା

 କାରଖାନା କ୍ଷମତାର ଶତପ୍ରତିଶତ ବ୍ୟବହାର ଉପରେ ଗୁରୁତ୍ୱାରୋପ

କଲିକତା/ଭୁବନେଶ୍ୱର,(ଶାସକ ପ୍ରଶାସକ)– କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତ କରି ପ୍ରଥମ ଦିନରେ ଷ୍ଟିଲ୍ ଅଥୋରିଟି ଅଫ୍ ଇଣ୍ଡିଆ ତଥା ସେଲର  ବର୍ନପୁର ସ୍ଥିତ ଇସ୍କୋ ଇସ୍ପାତ କାରଖାନା ଓ ଦୁର୍ଗାପୁର ଇସ୍ପାତ କାରଖାନା ପରିଦର୍ଶନ କରିବା ସହ ବିଭାଗୀୟ ଅଫିସର ମାନଙ୍କ ସହ ପରିଚାଳନା କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ଇସ୍କୋ ଇସ୍ପାତ କାରଖାନା ଦେଶର ଅନ୍ୟତମ ସର୍ବପୂରାତନ ପ୍ରତିଷ୍ଠିତ  ଇସ୍ପାତ୍ କାରଖାନା ମଧ୍ୟରୁ ଅନ୍ୟତମ ଏବଂ ଏହି କାରଖାନା ପୂର୍ଣ୍ଣକାଳୀନ ସମନ୍ୱିତ ଇସ୍ପାତ କାରଖାନା ଭାବେ କାର୍ଯ୍ୟକ୍ଷମ । ଶ୍ରୀ ପ୍ରଧାନ ଏହି କାରଖାନାର ସମସ୍ତ କାର୍ଯ୍ୟ, ପରିଚାଳନା ଦେଖିବା ପରେ କାରଖାନାର ଉତ୍ପାଦନ, ଦକ୍ଷତା ଏବଂ ପରିଚାଳନାର ଲାଭ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ କାରଖାନା କ୍ଷମତାର ଶତପ୍ରତିଶତ ବ୍ୟବହାର କରିବା ଉପରେ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେବା ସହ ଗୁରୁତ୍ୱାରୋପ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଏହି ପରିଦର୍ଶନ ବେଳେ ଶ୍ରୀ ପ୍ରଧାନ କାରଖାନାରେ କାମ କରୁଥିବା ଶ୍ରମିକ ଓ କର୍ମଚାରୀଙ୍କ ସହ କଥା ହେବା ସହ ସେମାନଙ୍କର କାମ ସମ୍ବନ୍ଧରେ ପଚାରି ବୁଝିଥିଲେ ।

0
0
0
s2sdefault