ହେଡଲାଇନସ୍:

ଦେଖା ହେଉ ହେଉ ଦୁଇମନ୍ତ୍ରୀ କହୁଣୀ ମରାମରି !!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ (ଏଜେନ୍ସି ) : ଦୁଇ ମନ୍ତ୍ରୀ ଭେଟ ହେଲେ | ଦେଖା ହେଉ ହେଉ କହୁଣୀ ମରାମରି | ଇଏ କି କଥା ! ହାଣ୍ଡସେକ ନାଇଁ, କୁଣ୍ଢାକୁଣ୍ଢି ନାଇଁ ...ସିଧା କହୁଣୀ ମରାମରି | ଫୋଟୋ ଦେଖିଲେ ନଜାଣିବା ଲୋକଙ୍କ ମନରେ ଏମିତି କିଛି ଭ୍ରମ ସୃଷ୍ଟି ହେବା | ପୁଣି କହୁଣୀ ମରାମରି ହେଉଥିବା ଲୋକ ମାନେ ଛୋଟିଆ ଲୋକ ନୁହନ୍ତି | ଜଣେ ହେଲେ ଭାରତର ପରିବେଶ ତଥା ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଓ ଆଉ ଜଣେ ହେଲେ ଭାରତ ଗସ୍ତରେ ଆସିଥିବା ବ୍ରିଟେନ ବୈଦେଶିକ ସଚିବ ଡୋମିନିକ୍ ରାବ୍ | ସେମାନେ ଦେଖା ହେବା ମାତ୍ରେ ପରସ୍ପରକୁ କହୁଣୀ ମରାମରି ହେଲେ | ହାଣ୍ଡସେକ ନାଇଁ କିଛି ନାଇଁ , ସିଧା ଦେଖୁ ଦେଖୁ କହୁଣୀ କୁ କହୁଣୀ ମାରିଲେ !

ହେଲେସେମିତି କିଛି ନୁହେଁ | ପାଠକେ କନଫ୍ୟୁଜନ ହେବାରେ କିଛି ନାହିଁ | ଏହା ଗୋଟେ ପ୍ରକାର ସ୍ୱାଗତ | ଦେଖାହେଲେ ହାଣ୍ଡ ଶେକ କରିବା କଥା ଯେ ହେଲେ ଏବେ ଟିକେ କରୋନା ଚାଲିଛି | କରୋନା ଏବେ ସ୍ୱାଗତର କିଛି ନୂଆ ତରିକା ଉଦ୍ଭାବନ ଅବା ଆବିଷ୍କାର କରିଛି | ତେଣୁ ଏବେ ହାଣ୍ଡସେକ ବଦଳରେ ନମସ୍କାର(ମାନେ ବିଦେଶୀ ମାନେ ବି କଲେଣି)  ଚାଲିଛି | କିଏ କିଏ ଶୂନ୍ୟରେ ସେକ ବା ଫ୍ଲାଇଙ୍ଗ ସେକ କରୁଛନ୍ତି | ଏ କହୁଣୀ ମରା ବା କହୁଣୀ ବଜାବଜି ବି  ଗୋଟେ ପ୍ରକାର ସେକ | ମାନେ ଏ କହୁଣୀ ବଜାବଜିକୁ କହନ୍ତି "ଏଲବୋ ସେକ"  |  ଏମିତି "ଏଲବୋ ସେକ" ରେ ପରସ୍ପରକୁ ସ୍ୱାଗତ କରିଥିଲେ ଦୁଇ ଦେଶର ମନ୍ତ୍ରୀ ଆଉ ତାପରେ ଆରମ୍ଭ ହୋଇଥିଲା ଗୁରୁତ୍ୱପୂର୍ଣ ଦ୍ୱିପାକ୍ଷିକ ବୈଠକ | ପ୍ୟାରିସ୍ ଚୁକ୍ତିନାମା କାର୍ଯ୍ୟ ପ୍ରୋଗ୍ରାମର ବିଚାରାଧୀନ ପ୍ରସଙ୍ଗଗୁଡ଼ିକ ଉପରେ ସହମତି ଆଣିବା ଉପରେ ହୋଇଥିଲା ଆଲୋଚନା ଦୁଇ ମନ୍ତ୍ରୀଙ୍କ ଭିତରେ |

  

0
0
0
s2sdefault