ହେଡଲାଇନସ୍:

ନଡ୍ଡାଙ୍କୁ କରୋନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ (ଶାସକ ପ୍ରଶାସକ)  ବିଜେପି ସଭାପତି ଜେପି  ନଡ୍ଡା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେ କୋଭିଡି ପଜିଟିଭ ଚିହ୍ନଟ ହେବା ପରେ ଆଇସୋଲେସନରେ ରହିବା ସହ ତାଙ୍କ ସହ ମିଶିଥିବା ସମସ୍ତେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି |  

ରବିବାର ଦିନ ନିଜେ ଶ୍ରୀ ନଡ୍ଡା ଏ ବିଷୟରେ ସୂଚନା ଦେଇ କହିଛନ୍ତି ଯେ  "କରୋନାର ପ୍ରାରମ୍ଭିକ ଲକ୍ଷଣ ଜଣା ପଡିବା ପରେ ମୁଁ ପରୀକ୍ଷା କଲି ଏବଂ ରିପୋର୍ଟଟି ପଜିଟିଭ ଆସିଲା  | ଡାକ୍ତରଙ୍କ ପରାମର୍ଶରେ ଘରେ  ସଙ୍ଗରୋଧର  ସମସ୍ତ ନିର୍ଦ୍ଦେଶାବଳୀ ଅନୁସରଣ କରୁଛି |  ମୋର ସ୍ୱାସ୍ଥ୍ୟ ଭଲ ଅଛି। ମୋର ଅନୁରୋଧ , ଯିଏ ଗତ କିଛି ଦିନ ମଧ୍ୟରେ ଯୋଗାଯୋଗରେ ଆସିଛନ୍ତି ଦୟାକରି ସେମାନେ  ନିଜକୁ ଅଲଗା କରନ୍ତୁ ଏବଂ  ଯାଞ୍ଚ କରି ନିଅନ୍ତୁ |"

ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଟୁଇଟ କରି ଶ୍ରୀ ନଡ୍ଡାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି | ପ୍ରଭୁ ଜଗନ୍ନାଥଙ୍କ କରୁଣାରୁ ସେ ଶୀଘ୍ର ହୁଅନ୍ତୁ ବୋଲି ପ୍ରାଥନା କରିଛନ୍ତି |    

0
0
0
s2sdefault