ହେଡଲାଇନସ୍:

ନୂଆଦିଲ୍ଲୀରେ ହାଇଡ୍ରୋଜେନ୍ ସିଏନଜି  ପ୍ଲାଣ୍ଟର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବିଷ୍ୟତ ପାଇଁ ସବୁଜ ମାର୍ଗ ଅନ୍ୱେଷଣ କରିବା ଦିଗରେ ଐତିହାସିକ ପଦକ୍ଷେପ -ଧର୍ମେନ୍ଦ୍ର 

• ପ୍ରଥମ ପର୍ଯ୍ୟାୟରେ ୫୦ଟି ବସରେ ପରୀକ୍ଷଣ

• ନୂଆଦିଲ୍ଲୀରେ ପ୍ରଦୂଷଣ ମାତ୍ରାକୁ ହ୍ରାସ କରିବ

• ଆଇଓସିଏଲ ଏବଂ ଇନ୍ଦ୍ରପ୍ରସ୍ଥ କମ୍ପାନୀର ପଦକ୍ଷେପକୁ ପ୍ରଶଂସା

• ଭାରତକୁ ହାଇଡ୍ରୋକାର୍ବନ ଅର୍ଥନୀତି କରିବା ଦିଗରେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ/ଭୁବନେଶ୍ୱର(ଶାସକ ପ୍ରଶାସକ)– କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀର ରାଜଘାଟ ବସ ଡିପୋଟ୍ ଠାରେ ବାଣିଜ୍ୟିକ ହାଇଡ୍ରୋଜେନ୍ ସିଏନଜି (ଏଚସିଏନଜି) ଉତ୍ପାଦନ ପ୍ଲାଣ୍ଟ ଏବଂ ବିତରଣ ଷ୍ଟେସନର ଲୋକାର୍ପଣ କରିଛନ୍ତି । ଦେଶର ରାଜଧାନୀ ନୂଆଦିଲ୍ଲୀରେ ଯାନବାହନ ଯାତାୟତ ଦ୍ୱାରା ହେଉଥିବା ପ୍ରଦୂଷଣକୁ ହ୍ରାସ କରିବା ଏବଂ ଭବିଷ୍ୟତ ପାଇଁ ସବୁଜ ମାର୍ଗ ଅନ୍ୱେଷଣ କରିବା ଦିଗରେ ଥିବା ଭାରତ ସରକାରଙ୍କ ଉଦ୍ୟମ ପରିପ୍ରେକ୍ଷୀରେ ଏହା ଐତିହାସିକ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଇଣ୍ଡିଆନ ଅଏଲ ଦ୍ୱାରା ନବସୃଜନ ଏବଂ ଟେକ୍ନୋଲୋଜିରେ ସୁଧାର ଅଣାଯାଇ ଦୈନିକ ୪ ଟନର ହାଇଡ୍ରୋଜେନ୍ ମିଶ୍ରିତ ସିଏନଜି ଉତ୍ପାଦନ ପ୍ଲାଂଟ ପ୍ରତିଷ୍ଠା କରାଯାଇଛି  । ସେହିପରି ଇନ୍ଦ୍ରପ୍ରସ୍ଥ ଗ୍ୟାସ କମ୍ପାନୀ ଲୋକର୍ପିତ ଏହି ପ୍ଲାଂଟରୁ ଇନ୍ଧନ ଯୋଗାଇବା ପାଇଁ ବିତରଣ ଷ୍ଟେସନ ସ୍ଥାପନ କରିବା ପ୍ରଶଂସନୀୟ । ଆଜି ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବରେ ୫୦ଟି ବସରେ ହାଇଡ୍ରୋଜେନ ସିଏନଜି ବ୍ୟବହାର କରାଯାଇଛି । ଏହା ଭାରତକୁ ହାଇଡ୍ରୋକାର୍ବନ ଅର୍ଥନୀତି କରିବା ଦିଗରେ ବଡ଼ ପଦକ୍ଷେପ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଭବିଷ୍ୟତରେ ପରିବେଶର ସୁରକ୍ଷା ପାଇଁ ସ୍ୱଚ୍ଛ ଉର୍ଜା ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଦେଶରେ ପ୍ରଦୂଷଣକୁ ହ୍ରାସ କରିବା ଏବଂ ଦେଶବାସୀଙ୍କୁ ଏକ ଉତ୍ତମ ପରିବେଶ ଦେବା ପାଇଁ ଭାରତ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି  । ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ତଥା ଗ୍ୟାସ ଭିତ୍ତିଭୂମିକୁ ମଜବୁତ୍ କରିବା ପାଇଁ ଏହି କ୍ଷେତ୍ରରେ ୪ ଲକ୍ଷ କୋଟି ଟଙ୍କାର ପୁଞ୍ଜନିବେଶ କରାଯାଉଛି  ।

୧୩୦ କୋଟି ଏବଂ ଭାରତୀୟଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ୱଚ୍ଛ ଏବଂ ନିର୍ଭରଯୋଗ୍ୟ ଶକ୍ତି ଯୋଗାଣ ହେଉଛି ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା  । ଆଗାମୀ ଦଶନ୍ଧି ଧରି ସମସ୍ୟା ସମାଧାନର ବାହାର କରିବାରେ ଭାରତ ବିଶ୍ୱ ବିଜେତା ହେବ ବୋଲି ଶ୍ରୀ ପ୍ରଧାନ ଦଢୋକ୍ତି ପ୍ରକାଶ କରିଛନ୍ତି  । 

 

0
0
0
s2sdefault