ହେଡଲାଇନସ୍:

ନିଟ ଫଳ ବି ବାଉଳା, ଟପ୍ପରକୁ ନେଇ କୋଉଠି ଥୋଇଲା !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭାତ ହାଣ୍ଡି ଭିତରୁ ଗୋଟିଏ ଚିପି ଜାଣିଲା ପରି ଏବେ ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା ନିଟର ପରୀକ୍ଷାଫଳ ଦୋଷମୁକ୍ତ ବା ସମ୍ପୂର୍ଣ୍ଣ ସ୍ୱଚ୍ଛ ବୋଲି କହିବା ସମ୍ଭବପର ନୁହେଁ | କାରଣ ୬୫୦ ପାଇବା ପିଲା ଯଦି ୩୨୯ ପାଉଛି, ତେବେ ଆଉ ସେ ଫଳ ଭିତରେ କଣ କଣ ହୋଇନଥିବ ! ୧୬ ତାରିଖରେ ପ୍ରକାଶ ପାଇଥିବା ଜାତୀୟ ପରୀକ୍ଷା ଏଜେନ୍ସି (NTA)ଦ୍ୱାରା ପରିଚାଳିତ NEET 2020 ଫଳାଫଳରେ ଜଣେ ଛାତ୍ରଙ୍କ ରେଜଲ୍ଟ ବହୁତ ଖରାପ ହୋଇଥିବା ବେଳେ ରିଚେକିଂ ପରେ ସେ ସର୍ବ ଭାରତୀୟ ସ୍ତରରେ ଏସଟି ବର୍ଗର ଟପ୍ପର ଘୋଷିତ ହୋଇଛନ୍ତି |

୧୬ ତାରିଖରେ ଫଳାଫଳ ବାହାରିବା ପରେ ଏହା ପରେ ମ୍ରିଦୁଲ ଏନଟିଆର  ଦ୍ୱାରା ଘୋଷିତ ଫଳାଫଳକୁ ଚ୍ୟାଲେଞ୍ଜ କରିଥିଲେ |   OMR ସିଟ୍ ଏବଂ ଉତ୍ତର କି ର ପୁନଃଯାଞ୍ଚ କରିବା ପାଇଁ ଆବେଦନ କରିଥିଲେ | ଯାଞ୍ଚ ପରେ ଜଣ ପଡିଥିଲା ଯେ  ତାଙ୍କର ଫଳ ଆକଳନ ଭୁଲ ହୋଇଛି | ଭୁଲ ମାନେ ପାଞ୍ଚ ଦଶ ମାର୍କ ନୁହଁ, ସିଧା ୩୨୧ ମାର୍କର ଫରକ | ନୂଆ ଫଳ ବାହାରିବା ପରେ ମୃଦୁଳ  ସମଗ୍ର ଦେଶରେ ଏସଟି ବର୍ଗରେ ଅଲ୍ ଇଣ୍ଡିଆ ଟପ୍ପର ଅଟନ୍ତି।

୧୭  ବର୍ଷୀୟ ମୃଦୁଳ ରାୱତ ରାଜସ୍ଥାନର ସାୱାଇ ମାଧୋପୁର ଜିଲ୍ଲାର ଗଙ୍ଗାପୁର ବାସିନ୍ଦା | ଅକ୍ଟୋବର ୧୬ ରେ, ଯେତେବେଳେ NTA ଫଳାଫଳ ଘୋଷଣା କଲା, ସେତେବେଳେ ଏହା ୭୨୦  ରେ ମୃଦୁଳଙ୍କୁ ୩୨୯  ପଏଣ୍ଟ ଦେଇଥିଲା। କିନ୍ତୁ ପୁନଃ ଯାଞ୍ଚ କରିବା ପରେ ଜଣାପଡିଥିଲା ​​ଯେ ମୃଦୁଳ  ୭୨୦  ମାର୍କ ମଧ୍ୟରୁ ୬୫୦  ପାଇଛନ୍ତି।

0
0
0
s2sdefault