ହେଡଲାଇନସ୍:

ବଢ଼ିଲା ଅର୍ଜୁନ ଓ ଖେଳରତ୍ନ ପୁରସ୍କାର ରାଶି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ : କ୍ରୀଡାବୀତଙ୍କୁ ପ୍ରୋତ୍ସାହିତ କରିବା ପାଇଁ  କେନ୍ଦ୍ର ସରକାର କ୍ରୀଡା ଓ ସାହସିକ କ୍ରୀଡା ପୁରସ୍କାର ରାଶିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି | ସେହି ନିଷ୍ପତ୍ତି ଆଧାରରେ ପୁରସ୍କାର ରାଶିକୁ ବୃଦ୍ଧି କରାଯାଇଛି | ଅର୍ଜୁନ ପୁରସ୍କାର ବାବଦରେ ୧୫ ଲକ୍ଷ ଓ ଖେଳରତ୍ନ ପୁରସ୍କାର ବାବଦରେ ୨୫ ଲକ୍ଷ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରେନ ରିଜେଜୁ କହିଛନ୍ତି | ଆଜି ମଜାର ଧ୍ୟାନଚାନ୍ଦ ଷ୍ଟାଡିୟମରେ କ୍ରୀଡା ଦିବସ ଅବସରରେ ହକି ଯାଦୁକର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଅବସରରେ ଉପରୋକ୍ତ ସୂଚନା ଦେଇଛନ୍ତି ମନ୍ତ୍ରୀ ଶ୍ରୀ ରିଜେଜୁ |

0
0
0
s2sdefault