ହେଡଲାଇନସ୍:

"ସଚେତନ ହେମା" ଦ୍ୱାରା ଆୟୋଜିତ ହେଲା ପଂଚ ଦିବସୀୟ ଶିଶୁନାଟ୍ୟ କର୍ମଶାଳା ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର(ନୀଲାମ୍ବର ଦୀପ)-ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଗ୍ରାମପଂଚାୟତର ଢୋଳବନ୍ଧ ଗ୍ରାମରେ ଅଗ୍ରଣୀ ନାଟ୍ୟାନୁଷ୍ଠାନ ସଚେତନ ହେମା ଦ୍ୱାରା ପାଂଚ ଦିବସୀୟ ଶିଶୁ ମାନଙ୍କ ପାଇଁ ନାଟକ କର୍ମଶାଳା ଅନୁଷ୍ଠିତ  ହୋଇଯାଇଛି ।  ଢୋଳବନ୍ଧ ପରି ଏକ ଗ୍ରାମୀଣ ପରିବେଶରୁ ସୃଷ୍ଟି ଏହି ଅନୁଷ୍ଠାନଟି ଏବେ ରାଜ୍ୟ ତଥା ଦେଶର ଅନେକ ସ୍ଥାନରେ ନାଟକ ପରିବେଷଣ କରିବା ନେଇ ଚର୍ଚ୍ଚାରେ ରହିଆସିଛି ।  ବିଭିନ୍ନ ବାଧାବିଘ୍ନ ଥାଇବି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରିବାରେ ଅନୁଷ୍ଠାନଟି ପଛକୁ ହଟିନାହିଁ । ଗତ ଜୁନ ମାସ ୧୦ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଏକ ଶିଶୁ ନାଟକ କର୍ମଶାଳାର ଆୟୋଜନ କରାଯାଇଛି । ଗାଁର ର ୧୫ରୁ ଅଧିକ ପିଲାମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ଘନଶ୍ୟାମ ସାହୁ ଶାରୀରିକ ଶିକ୍ଷା,ଲାଲାସାହେବ ସାହୁ ସଂଗୀତ,କୁଳମଣି ପସାୟତ କ୍ରାଫ୍ଟ ଓ ରାଜକୁମାର ସାହୁ ନାଟକ ସମ୍ବନ୍ଧରେ ଶିକ୍ଷା ଦେଇଥିଲେ । ଗପ ଶ୍ରବଣ ଓ କଥନ,ସଂଳାପର ଉଚ୍ଚାରଣ ତଥା ଅଙ୍ଗଭଙ୍ଗୀ ଉପରେ ପିଲାମାନଙ୍କୁ ଧାରଣା ଦିଆଯାଇଥିଲା । ପ୍ରିତମ୍, ପ୍ରିୟମ,ସ୍ୱାଗତ, ଲିଙ୍ଗରାଜ,ଗିରିଶ,ଜିତୁ, ଦୀପକ, ଆରାଧ୍ୟା, ହେମନ୍ତ, ଆକାଶ, ସୁଦାମ ଓ ଅନ୍ୟ ଶିଶୁ କଳାକାର ମାନେ ଅଂଶଗ୍ରହଣ କରିଥିଲେ  । ବିଜୟ ସ୍ୱାଇଁ, ଲଲିତ କୁମାର ସାହୁ, ମହେନ୍ଦ୍ର ସାହୁ, ସୁଦାମ ସାହୁ ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଲନାରେ ସହଯୋଗ କରିଥିଲେ । ଶିଶୁମାନଙ୍କୁ କଳାପ୍ରତି ଆକୃଷ୍ଟ ଓ ସଚେତନ କରିବାରେ କର୍ମଶାଳା ହେଉଛି ଏକ ପ୍ରକୃଷ୍ଟ ମାଧ୍ୟମ । ପୁଣି ଛୁଟିରେ ପିଲାମାନେ ବେଶୀ ବୁଲାବୁଲି ପ୍ରତି ଧ୍ୟାନ ଦେଉଥିବାରୁ ଏହି କର୍ମଶାଳା ମାଧ୍ୟମରେ ତାଙ୍କର ବ୍ୟକ୍ତିତ୍ୱର ବିକାଶ ସଂଗେ ସଂଗେ କଳାସଂସ୍କୃତିର ବିକାଶ ସମ୍ଭବ ବୋଲି କହନ୍ତି ଅନୁଷ୍ଠାନର ନାଟ୍ୟକାର ରାଜକୁମାର ସାହୁ ପ୍ରକାଶ କରିଛନ୍ତି  ।

0
0
0
s2sdefault