ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର): ଓଡଗାଁ ନିକଟସ୍ଥ ଜାମୁପାଟଣା ଠାରେ ବିଜେ ଶ୍ରୀ ଦୂତିକେସ୍ୱର ମହାଦେବଙ୍କ ବିବାହ କାର୍ଯ୍ୟ ମହା ଆଡମ୍ବର ପୂର୍ଣ୍ଣର୍ ଭାବେ ସମ୍ପନ୍ନ ହୋଇଛି । ସନାତନ ସଂସ୍କୃତି ଅନୁସାରେ ବୈଦିକ ରିତିନିତି ବିଧାନରେ ବର ବରଣ, ବାଟବରଣ, ପ୍ରଥମ ବରଣ, ଅଧିବାସ କର୍ମ, ବନ୍ଦାଣ, ଷଡାର୍ଘ୍ୟ, ଦ୍ୱିତୀୟବରଣ, ସମୁଖିକରଣ, ମହାବାକ୍ୟ, କନ୍ୟାଦାନ, ହସ୍ତଗଣ୍ଠି, ଦକ୍ଷକନ୍ୟକା, ବିବାହହୋମ ଏବ ଶେଷରେ ଦେବଦମ୍ପନ୍ତିଙ୍କ ବନ୍ଦାପନା କରାଯାଇ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । ଘଂଟ, ବାଦ୍ୟ. ଶଙ୍ଖ ଧ୍ୱନିର ତାଳେ ତାଳେ ନାଚୁଥିବା ମହିଳା ସଂକିର୍ତନ ଦଳ ଏବଂ ଉପସ୍ଥିତ ଶ୍ରଦ୍ଧାଳୁମାନେ ମନ୍ଦିର ପରିକ୍ରମାକରି ଦୂତୀକେଶ୍ୱର ମହାଦେବ ବିବାହ ମଣ୍ଡପ ଠାରେ ପହଁଚିଥିଲେ । ସେଠାରେ କନ୍ୟାପିତା ବିଭୁତି ଭୁଷଣ ଷଡଙ୍ଗୀ ବିଧି ସହକାରେ ବାଟବରଣ ପୂର୍ବକ ବର ଶ୍ରୀ ଦୂତିକେଶ୍ୱର ମହାଦେବଙ୍କୁ ହାତଧରି ବିବାହ ମଣ୍ଡପକୁ ପାଛୋଟି ନେଇଥିଲେ । ଆବଶ୍ୟକ କର୍ମ ବିଧାନ ପରେ ମା ପାର୍ବତିଙ୍କୁ ପଟୁଆରରେ ବିବାହ ମଣ୍ଡପକୁ ନିଆଯାଇଥିଲା । ସେଠାରେ ନୟାଗଡ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ହେମନ୍ତ କୁମାର ପାଢୀ ଶିବଙ୍କ ପିତା ଭାବେ ବିବାହ କାର୍ଯ୍ୟରେ ସହଯୋଗ କରିଥିଲେ । ଏହି ସମୟରେ ଶଙ୍ଖ, ହୁଳହୁଳି ଶବ୍ଦରେ ଚତୃପାଶ୍ୱର୍ ପ୍ରକମ୍ପିତ ହେଉଥିଲା । ବିବାହ ଶେଷରେ ଦେବ ଦମ୍ପତି ମନ୍ଦିରକୁ ଫେରିଯାଇଥିଲେ । ଅନୁରୁପ ଭବେ ଓଡଗାଁରେ ପ୍ରଭୁ ରାମେଶ୍ୱର, ବାହାଡା ଝୋଲାଠାରେ ଶ୍ରୀ ଫୁଲେଶ୍ୱର ମହାଦେବ, ପନ୍ତିଖାରୀ ଠାରେ ନୀଳକଣ୍ଠେଶ୍ୱର ମହାଦେବ, ରାବରାରେ ହଟକେଶ୍ୱର ମହାଦେବ ଏବଂ ଅନ୍ୟାନ୍ୟ ଶୈବପିଠରେ ଶିବ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି ।
କଳା ସାହିତ୍ୟ ସଂସ୍କୃତି
ଦୂତିକେଶ୍ୱର ମହାଦେବଙ୍କ ପିଠରେ ଶିବ ବିବାହ ନୀତି ସମ୍ପନ୍ନ
- Hits: 1065