ହେଡଲାଇନସ୍:

ଠିଡିକାଯୋର ରଥଯାତ୍ରା ପ୍ରସ୍ତୁତି ବୈଠକ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବୌଦ୍ଧ(ଶାସକ ପ୍ରଶାସକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ଠିଡିକାଯୋର ଠାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ରଥଯାତ୍ରା କମିଟି ସଭାପତି ତଥା ଦେବୋତ୍ତର ଅଧିକାରୀ ତହସିଲଦାର ବବିତାରାଣୀ ଦଳବେହେରାଙ୍କ ସଭାପତିତ୍ୱରେ ହରଭଙ୍ଗା ବ୍ଲକ ସଭାଗୃହ ପରିସରରେ ଅନୁଷ୍ଠିତ  ହୋଇଯାଇଛି । ବୈଠକରେ ସମ୍ମାନିତ ଅତିଥିଭାବେ ବିଶ୍ୱଜିତ ମିଶ୍ର ଚେୟାରମ୍ୟାନ ,ହରଭଙ୍ଗା ବ୍ଲକ, ରବିନ୍ଦ୍ର କୁମାର ଷତପଥି, ବିଡିଓ ହରଭଙ୍ଗା, ଜ୍ୟୋତ୍ସ୍ନା କାଉଁରୀ, ଭାରପ୍ରାପ୍ତ ଅଧିକାରୀ ,ପୁରୁଣାକଟକ ଥାନା , ଅର୍ଜୁନ ଗଡନାୟକ , ସହକାରୀ ଯନ୍ତ୍ରୀ, ଦେଶବନ୍ଧୁ ନାୟକ, ପ୍ରତିମା ପ୍ରଧାନ,ସ୍ନେହାଲିନ ପ୍ରଧାନ ,ରାଜକିଶୋର ମହାପାତ୍ର କ୍ୟାସିୟର, ଜ୍ଞାନରଞନ ମିଶ୍ର , ପ୍ରମୁଖ ଯୋଗଦାନ ଦେଇଥିଲେ । ଗତବର୍ଷ ରଥଯାତ୍ରା ବିବରଣୀ ସମ୍ପାଦକ ବାମଦେବ ଦାଶ ପାଠକରିଥିଲେ । ମହୋତ୍ସବକୁ ସରସ ସୁନ୍ଦର ଓ ଆକର୍ଷଣ କରିବା ପାଇଁ ରଥ ମରାମତି, ପାଣ୍ଠି ସଂଗ୍ରହ ମୀନାବଜାର, ପୁରୀ ପ୍ରସାଦ ପ୍ରସ୍ତୁତି, ଭଜନ ସନ୍ଧ୍ୟା, ପ୍ରବଚନ କାର୍ଯ୍ୟ  କ୍ରମ ଆଦି ବିଷୟରେ ଆଲୋଚନା ହୋଇଥିଲା । ଏଥିପାଇଁ ବିଭିନ୍ନ  ସବ୍କମିଟି ଗଠନ କରାଯାଇଥିଲା । ବୈଠକରେ କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସମେତ ପଞ୍ଚାୟତ ସମସ୍ତ ଗ୍ରାମର ମୁଖିଆ , ବୁଦ୍ଧିଜିବୀ , ବିଶ୍ୱକର୍ମାକାରିଗର , ବ୍ରାହ୍ମଣ ସମାଜ ପ୍ରତିନିଧି ମାନେ ଯୋଗଦାନ ଦେଇଥିଲେ ।

 

0
0
0
s2sdefault