ହେଡଲାଇନସ୍:

ବିଶିଷ୍ଟ ପ୍ରତ୍ନତତ୍ୱବିତ ପଦ୍ମଶ୍ରୀ ଡ.ସତ୍ୟନାରାୟଣ ରାଜଗୁରୁଙ୍କ ପୁର୍ଣ୍ଣାବୟବ ପ୍ରତିମୂର୍ତ୍ତୀ ଉନ୍ମୋଚିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ କୋର୍ଟ ଛକ ଠାରେ ଆଜି ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଜିଲ୍ଲା ପ୍ରଶାସନର ସହଯୋଗରେ ପାରଳାଖେମୁଣ୍ଡିର ଅନ୍ୟତମ ବରପୁତ୍ର ବିଶିଷ୍ଟ ରତ୍ନତତ୍ୱବିତ୍‍ ପଦ୍ମଶ୍ରୀ ଡ.ସତ୍ୟନାରାୟଣ ରାଜଗୁରୁଙ୍କ ପୁର୍ଣ୍ଣାବୟାବ ପ୍ରତିମୂର୍ତ୍ତୀ ଅନାବରଣ  ଉତ୍ସବ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଅନାବରଣ ଉତ୍ସବ କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏବଂ ବ୍ରହ୍ମୁପୁର ସାଂସଦ ଡ.ସିଦ୍ଧାନ୍ତ ମହାପାତ୍ର ଅତିଥି ଭାବେ ଯୋଗଦେଇ ମିଳିତରେ ପଦ୍ମଶ୍ରୀ ଡ.ସତ୍ୟନାରାୟଣ ରାଜଗୁରୁଙ୍କ ପୁର୍ଣ୍ଣାବୟାବ ପ୍ରତିମୂର୍ତ୍ତୀ ଅନାବରଣ କରିଥିଲେ ।

ଏହି ଅବସରରେ ପ୍ରମୁଖ ଶାସନ ସଚିବ ଶ୍ରୀ ପାଣିଗ୍ରାହୀ ସାମ୍ୱାଦିକ ମାନଙ୍କୁ ଏହି ସମ୍ପର୍କରେ ଅଧିକ ସୂଚନା ଦେଇ କହିଥିଲେ ଯେ ଶିଳାଲିପି ପଠନ ସହିତ ଓଡିଆ ରତ୍ନତତ୍ୱ, ଭାଷା , ସାହିତ୍ୟ ଇତିହାସ ଓ ସଂସ୍କୃତି କ୍ଷେତ୍ରରେ ପଦ୍ମଶ୍ରୀ ଡ. ରାଜଗୁରୁଙ୍କ ଅତୁଳନୀୟ ଅବଦାନ ରହିଛି  । ତାଙ୍କର ବିଭିନ୍ନ କ୍ଷେତ୍ରରେ ଅବଦାନ ଓ ବ୍ୟକ୍ତିତ୍ୱ ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରତିଷ୍ଠିତ ଥିଲା । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ନିର୍ମାଣରେ ପାରଳା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କପରେ ଅନ୍ୟ ଯେଉଁ ମହାମନୀଷି ମାନଙ୍କ ଅବଦାନ ରହିଥିଲା ସେମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଡ.ସତ୍ୟନାରାୟଣ ରାଜଗୁରୁ ଅନ୍ୟତମ । ସେ ଓଡିଆ ମାଟିର ଚୀରନମସ୍ୟ । ଆରକୋଲୋଜି କ୍ଷେତ୍ରରେ ତାଙ୍କର ଗଭୀର ଜ୍ଞାନ ଥିବା ବେଳେ ଏଫିଗ୍ରାଫି ତଥା ଖୋଦିତ ଲିପି ବିଦ୍ୟା ଉପରେ ଅଧିକ ଗବେଷଣାତ୍ମକ ବ୍ୟକ୍ତିତ୍ୱ ଯୋଗୁଁ ତାଙ୍କୁ ପଦ୍ମଶ୍ରୀ ଉପାଧୀ ମିଳିଥିଲା ବୋଲି କହିଥିଲେ ।

ଅନ୍ୟ ପକ୍ଷରେ ଆଗାମୀ ଦିନରେ ପଦ୍ମଶ୍ରୀ ଡ.ରାଜଗୁରୁଙ୍କ ସ୍ମୃତି ରକ୍ଷା ପାଇଁ ଓଡିଶା ସଂସ୍କୃତି ବିଭାଗ ପକ୍ଷରୁ ଯାହା କିଛି କରାଯାଇପାରିବ ସେଥିପାଇଁ ସଂସ୍କୃତି ବିଭାଗ ଅଧିକ ଯତ୍ନବାନ ହୋଇ ଚେଷ୍ଟା କରିବ ବୋଲି କହିଥିଲେ । ଅନାବରଣ ଉତ୍ସବ ସ୍ଥଳକୁ ଅତିଥି ମାନେ ଆସିବା କ୍ଷଣି ଯୋଡିଶଙ୍ଖର ଶବ୍ଦନାଦ ଏବଂ ଉପସ୍ଥିତ ଅଧିକାରୀ ଓ ବ୍ୟକ୍ତିବିଶେଷ ମାନଙ୍କ ପକ୍ଷରୁ ଭବ୍ୟସ୍ୱାଗତ ସମ୍ୱର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶିକା ସଂଘମିତ୍ରା ଶତପଥୀ, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳରାଣା, ଉତ୍କଳ ସମ୍ମିଳନୀ ଗଜପତି ଶାଖାର ଗୌରଚନ୍ଦ୍ର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବିନୋଦ ଚନ୍ଦ୍ର ଜେନା, ଭାରତଭୁଷଣ ମହାନ୍ତି, ପୌରନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅମିୟ ସେଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ, ପୂର୍ବତନ ପାରଳା ବିଧାୟକ କେ.ନାରାୟଣ ରାଓ ,ପୁର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ, କାଶୀନଗର ବ୍ଲକ ଅଧ୍ୟକ୍ଷ ଚିତ୍ରି ସିମାଦ୍ରୀ, ପୌରଯନ୍ତ୍ରୀ ,ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, କୃଷକ ନେତା ସୂର୍ଯ୍ୟନାରାୟଣ ପଟ୍ଟନାୟକ,ମୀନାକ୍ଷୀ ସାହୁ , ରଘୁନାଥ ପାତ୍ର, ଘନଶ୍ୟାମ ବେହେରା,ଅଚୁ୍ୟତାନନ୍ଦ ବସ୍ତିଆ ପ୍ରମୁଖ ବହୁବୁଦ୍ଧିଯିବୀ ଯୋଗଦେଇଥିଲେ ।

 

0
0
0
s2sdefault