ହେଡଲାଇନସ୍:

ମହାମାୟା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଆଣ୍ଡ ଟେକନିକାଲ ଇନଷ୍ଟିଚ୍ୟୁଟର ୧୧ ତମ ବାର୍ଷିକ ଉତ୍ସବ  ଆରୋହଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡା. (ଅମିତ କୁମାର ପୁରୋହିତ) : ସ୍ଥାନୀୟ ମହାମାୟା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଆଣ୍ଡ ଟେକନିକାଲ ଇନଷ୍ଟିଚ୍ୟୁଟର ୧୧ ତମ ବାର୍ଷିକ ଉତ୍ସବ ଆରୋହଣ - ୨୦୧୯ ଅନୁଷ୍ଠିତ  ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଟଙ୍କଧର ସାହୁ ସଭାପତିତ୍ୱ କରିଥିବା ବେଳେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଖଡିଆଳ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଗୋପାଳ ନାଏକ, ମୂଖ୍ୟ ଅତିଥି ୟୁନିୟନ ବ୍ୟାଙ୍କ ପରିଚାଳକ ଅଜିତ ଶ୍ରୀବାସ୍ତବ, ଜ୍ୟୋର୍ତିମୟୀ ସାହୁ, ପ୍ରଭାତ କୁମାର ସ୍ୱାଇଁ, ଡିଏମଏଲଟି ଅଧ୍ୟକ୍ଷ ପ୍ରତାପ କୁମାର ରଥ, ଅମିୟ ଚନ୍ଦ୍ର ସିଂ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଦେଶର ସାମଗ୍ରିକ  ବିକାଶରେ ମେଡିକାଲ ଏବଂ ଇଞିନିୟରିଂ ବିଭାଗର ଗୁରୁତ୍ୱ ବିଶେଷ ରହିଛି । ଏହା କୁ ଦୃଷ୍ଟିରେ ରଖି ଶିକ୍ଷାର ବିକାଶ କୁ ଗୁରୁତ୍ୱ ଦେବାକୁ ପଡିବ ବୋଲି ଅତିଥି ମାନେ କହିଥିଲେ । ଏହି ଅବସରରେ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କୃତ କରାଯାଇଥିଲା । ଭଲିବଲ ଓ କବାଡିରେ ରାଜ୍ୟସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଖେଳାଳୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ପରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ସୁବ୍ରତ କୁମାର ସାହୁ ଓ ପ୍ରିୟଙ୍କା ରାଉତ ମଂଚ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଇଂ ପ୍ରିୟବ୍ରତ ସାହୁ,ଜିତେନ୍ଦ୍ର କୁମାର ହୋତା, ନିର୍ମଳ ରଥ, ମୁକେଶ ସାହୁ,କବିରାଜ ସାହୁ,କୁମୁଦ ରଞନ ମେହେର, ସୁବ୍ରତ ସାହୁ,ଶୁଭଲକ୍ଷ୍ମୀ ଜେନା,ସୈାମିତ୍ରୀ ପ୍ରଧାନୀ,ପ୍ରମୁଖ ଯୋଗ ଦେଇଥିଲେ । ଦିନେଶ କୁମାର ସାହୁ ଧନ୍ୟବାଦ ଦେଇଥିଲେ । 

0
0
0
s2sdefault