ରବ ନେ ବନାଦି ଥି ଯୋଡି........

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୧୪ ଯୋଡି ବରକନ୍ୟାଙ୍କ ସାମୁହିକ ଆଦର୍ଶ ବିବାହ

ନୂଆପଡ଼ା(ଅମିତ କୁମାର ପୁରୋହିତ); ଖରିଆରରୋଡ ର କାନଚନବେନ ରସିକଲାଲ ଚାରିଟେବଲ ଟ୍ରଷ୍ଟ ନାମକ ଏକ ସଂସ୍ଥା ପ୍ରତିବର୍ଷ ଭଳି ନିଜ ଉଦ୍ୟମରେ ଚଳିତ ବର୍ଷ ବିବାହ କାର୍ଯ୍ୟ କରିଛି । ଏହା ପୁଣି ବୈଦିକ ରୀତି ନିତିରେ ବେଦ ମନ୍ତ୍ର ଉଚ୍ଚାରଣ ସହ ହୋମ ଯଜ୍ଞରେ ସମ୍ପର୍ନ ହୋଇଛି । ସ୍ଥାନୀୟ ଆମସେନାସ୍ଥିତ ଗୁରୁକୁଳ ଆଶ୍ରମରେ ଏହି ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଏଥିରେ ୧୪ ଯୋଡି ବରକନ୍ୟାଙ୍କ ବିବାହ ସମ୍ପନ୍ନ ହୋଇଛି । ପୂର୍ବାହ୍ନ  ଗୁରୁକୁଳର ଯଜ୍ଞବେଦୀରେ ଯୋଡି ବରକନ୍ୟା ହୋମ ଯଜ୍ଞରେ ବସିଥିଲେ । ବ୍ରହ୍ମଚାରୀମାନେ ହୋମ ଯଜ୍ଞ କରି ବେଦ ମନ୍ତ୍ର ପାଠ କରିଥିଲେ । ଏହାକୁ ଯୋଗ ଦେଇଥିବା ସମସ୍ତ ବରକନ୍ୟା ସହ ତାଙ୍କ ପରିବାରବର୍ଗ ଦୋହରାଇଥିଲେ । ଶେଷରେ ବରକନ୍ୟା ପରସ୍ପରକୁ ବରଣମାଳ ଦେଇ ଗ୍ରହଣ କରିଥିଲେ ।  ଏହି ଟ୍ରଷ୍ଟର ସଂଚାଳକ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆ ସପତ୍ନିକ କର୍ତ୍ତା ଭାବେ ବସିଥିଲେ । ସହରର ବିଭିନ୍ନ ସଙ୍ଗଠନ ତରଫରୁ ନୂଆ ବରକନ୍ୟାଙ୍କୁ ଘର କରଣା ର ବିଭିନ୍ନ ସାମଗ୍ରୀ ସକାଶେ ସହାୟତା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ଲାନିଂ ବୋର୍ଡ ସ୍ୱତନ୍ତ୍ର ସଚିବ ସୁଜିତ ସିଂ, ରାଜ୍ୟ ବିଜେଡି ସମ୍ପାଦକ ସରୋଜ କୁମାର ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ କୁମାର ନିଗମ,ସମାଜସେବୀ ସୁରେଶ କୁମାର ଅଗ୍ରୱାଲ,  ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ,ଆଇନଜିବୀ ରମେଶ ଅଗ୍ରୱାଲ, ସୁଧୀର କୁମାର ମିଶ୍ର, ଖରିଆରରୋଡ ଏନଏସି ଅଧ୍ୟକ୍ଷା ସୁନୀତା ଜୈନ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ଗୁରୁକୁଳ ମୁଖ୍ୟ ଧର୍ମାନନ୍ଦ ସରସ୍ୱତୀ, ବ୍ରତାନନ୍ଦ ସରସ୍ୱତୀ ବରକନ୍ୟାମାନଙ୍କୁ ଆଶୀର୍ବଚନ କରିଥିଲେ । ଏହି ପରିପ୍ରେକ୍ଷୀରେ ଏକ ବିଶାଳ ବିବାହ ଭୋଜିର ଆୟୋଜନ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଯୁବ କର୍ମକର୍ତ୍ତା ରମ୍ମୁ ଅଗ୍ରୱାଲ, ବଜରଙ୍ଗ ଭାଇ,ଭଗବତୀ ପଟେଲ, ବଣ୍ଟି ଡାଗା, ରାମଲାଲ ହଂସ, କୈଳାସ ମରୋଦିଆ, ଲକ୍ଷ୍ମଣ ଲଖମନିଆ ପ୍ରମୁଖ ସହଯୋଗ କରିଥିଲେ ।  

0
0
0
s2sdefault