ହେଡଲାଇନସ୍:

ଜିଲାସ୍ତରୀୟ ଜନଜାତି ସମାବେଶ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି) - ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମୟୁରଭଞ ଆନୁକୁଲ୍ୟରେ ସ୍ଥାନୀୟ ଶହୀଦ ସ୍ମୃତି ଭବନଠାରେ ଆଜି ଜିଲାସ୍ତରୀୟ ଜନଜାତି ସମାବେଶ ଅନୁଷ୍ଠିତ  ହୋଇଯାଇଅଛି ।  ଓଡିଶା ରାଜ୍ୟର ମୟୁରଭଞ ଜିଲା ସମେତ ନଅଗୋଟି ଜିଲାର ଜନଜାତି ମାନଙ୍କର  କଳା ସଂସ୍କୃତି ର ବିକାଶ ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିର୍ମିତ ପ୍ରକଳ୍ପର ଉଦ୍ଘାଟନ କରିବାସହ ଭିଡିଓ କନଫାରେନ୍ସିଂ ମାଧ୍ୟମରେ ଜନଜାତି ପ୍ରତିନିଧି ମାନଙ୍କ ସହ ସିଧାସଲଖ କଥାବାର୍ତ୍ତା ହୋଇଥିଲେ । ଏହି ଅବସରରେ ମୟୁରଭଞ ଜିଲା ଶ୍ୟାମାଖୁଣ୍ଟା ବ୍ଲକର ଜନଜାତି ପ୍ରତିନିଧି ରୋହିଦାସ ସିଂ ଙ୍କ ସହ ଭିଡିଓ କନଫାରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଭାବବିନିମୟ କରିବାସହ ମୟୁରଭଞ ଜିଲା ର ଜନଜାତି ମାନଙ୍କ କଳା ସଂସ୍କୃତି ର ବିକାଶ ପାଇଁ ରାଜ୍ୟ ସରକାର  ୩୯ ଗୋଟି ହାଟ , ୫୬ ଗୋଟି କଲଚୁରାଲ କ୍ଲବ ଏବଂ ୧୬୧ ଗୋଟି ଜାହିରାପାଇଁ ସମୁଦାୟ  ୯ କୋଟି ୫୮ ଲକ୍ଷ ଟଙ୍କାର ନୂତନ ପ୍ରକଳ୍ପର ଉଦ୍ଘାଟନ କରିଥିଲେ । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମୟୁରଭଞ ର ଅଧକ୍ଷ୍ୟ ଡା. ଦେବାଶିଷ ମାର୍ଣ୍ଡିଙ୍କ ତତ୍ୱାବଧାନରେ ଅନୁଷ୍ଠିତ  ଉକ୍ତ ସମାବେଶରେ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି , ବିଧାୟକ ମୋରଡା ପ୍ରବୀଣ ଚନ୍ଦ୍ର ଭଞଦେଓ , ବିଧାୟକ ସାରସକଣା ଭାଦବ ହାଁସଦା , ବିଧାୟକ ବଡସାହି ଗଣେଶ୍ୱର ପାତ୍ର , ବିଧାୟକ ଯଶିପୁର ମଙ୍ଗଲ ସିଂ ମୋଦୀ , ବିଧାୟକ କରଞିଆ ବିଜୟ ନାୟକ , ଜିଲାପରିଷଦ ଅଧକ୍ଷ୍ୟ ସୁଜାତା ମୁର୍ମୁ , ଜିଲାପାଳ ମୟୁରଭଞ ବିନୀତ ଭରଦ୍ୱାଜ,  ପି ଏ ଆଇଟିଡିଏ ବାରିପଦା ବିଜନ କୁମାର ଥମ୍ଭ, ଜିଲାର ବିଭିନ୍ନ ବ୍ଲକର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସଭ୍ୟ ସଭ୍ୟା ମାନେ ଯୋଗଦେଇଥିଲେ । 

 

0
0
0
s2sdefault