ହେଡଲାଇନସ୍:

‘ତୀବ୍ର ଦେଶଭକ୍ତିର ପ୍ରତୀକ ବାଘାଯତୀନଙ୍କୁ ଉଚିତ ମୂଲ୍ୟାଙ୍କନ କରାଯାଇ ନାହିଁ’: ରବୀନ୍ଦ୍ର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାଲେଶ୍ୱରରେ ଶହୀଦ ବାଘାଯତୀନଙ୍କ ବଳିଦାନ ସ୍ମୃତି ସମାରୋହ

ବାଲେଶ୍ୱର,୧୦ା୯(): ବାଘାଯତୀନ ଉନ୍ନୟନ କମିଟି ପକ୍ଷରୁ ବିପ୍ଳବୀ ବୀର ଶହୀଦ ବାଘାଯତୀନଙ୍କ ୧୦୩ ତମ ବଳିଦାନ ସ୍ମୃତି ସମାରୋହ ସହରର ବାରବାଟୀ ଉଚ୍ଚ ବାଳିକା ବିଦ୍ୟାଳୟରେଅନୁଷ୍ଠିତ  ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗରୁ ଆସିଥିବା ରକ୍ତତୀର୍ଥ ଯାତ୍ରୀ ଦଳ ସହରର ବାରବାଟୀ ଉଚ୍ଚବାଳିକା ବିଦ୍ୟାଳୟର ପହଞ୍ଚିବା ପରେ ଅତିଥିମାନଙ୍କ ଦ୍ୱାରା  ଜାତୀୟ ପତାକା ଉତୋଳନ  ସହ ଶହୀଦ ବାଘାଯତୀନ ପ୍ରତିମୂର୍ତ୍ତି ଏବଂ ଚାରିଜଣ ସାଥୀଙ୍କ ଫଟୋଚିତ୍ରରେ ସାମୂହିକ ମାଲ୍ୟାର୍ପଣ ପୂର୍ବକ ଉତ୍ସବକୁ ଉଦ୍ଘାଟନ କରାଯାଇଥିଲା । ଏହି ଅବସରରେ ସେଠାରେ ଆୟୋଜିତ ସାଧାରଣ ସଭାରେ ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଭାରତୀୟ ସ୍ୱାଧୀନତା ଆନେ୍ଦାଳନରେ କ୍ରାନ୍ତିକାରୀ ନେତା ଭାବେ  ବାଘାଯତୀନ ଓ ସାଥୀଙ୍କ ବଳିଦାନ ଭାରତର ଯୁବଗୋଷ୍ଠୀଙ୍କୁ ସର୍ବଦା ଅନୁପ୍ରାଣୀତ କରୁଥିବ ବୋଲି କହିଥିଲେ । ବାଘାଯତୀନଙ୍କ ସହିତ ସଂଘର୍ଷକୁ ତକ୍ରାଳୀନ ଇଂରେଜ ସରକାର ବାଲେଶ୍ୱର ଯୁଦ୍ଧ ରୂପେ ନାମକରଣ କରିଥିଲେ । ତେବେ ଉଗ୍ର ଜାତୀୟତାବାଦ ତଥା ତୀବ୍ର ଦେଶଭକ୍ତିର ପ୍ରତୀକ ବାଘାଯତୀନଙ୍କୁ ଉଚିତ ମୂଲ୍ୟାଙ୍କନ  କରା ନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସାଂସଦ ଶ୍ରୀ ଜେନା କହିଥିଲେ । ବାଘାଯତୀନଙ୍କ ସମେତ ବାଲେଶ୍ୱରର ସ୍ୱାଧୀନତା ସଂଗ୍ରାମୀଙ୍କ ଉଦେ୍ଧଶ୍ୟରେ ସହରର ମଲ୍ଲିକାଶପୁର ସ୍ଥିତ ସଂସ୍କୃତି ଭବନରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା  ପାଇଁ ପ୍ରସ୍ତାବ ଦେବା ସହ ଏଥି ନିମନ୍ତେ ଆବଶ୍ୟକ ଅନୁଦାନ ମଞ୍ଜୁରରେ ସହଯୋଗ କରିବେ ବୋଲି ସେ କହିଥିଲେ । ସଦର ବିଧାୟକ ଜୀବନ ପ୍ରଦୀପ ଦାଶ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଦେଶମାତୃକାର ମୁକ୍ତି ପାଇଁ ଶହୀଦ ବାଘାଯତୀନ ଓ ତାଙ୍କର ଚାରିଜଣ ସାଥୀଙ୍କ ଜୀବନ ଉସôର୍ଗ ଦେଶବାସୀଙ୍କୁୁ ସର୍ବଦା ଉଦ୍ବୋଧ କରୁଥିବ ବୋଲି କହିଥିଲେ । ଭାରତୀୟ ସ୍ୱାଧୀନତା ଆନେ୍ଦାଳନର କ୍ରାନ୍ତିକାରୀଙ୍କ ମଧ୍ୟରେ ଦୃଢ଼  ଆତ୍ମଶକ୍ତି ଉଦ୍ରେକ କରିବାରେ ବାଘାଯତୀନଙ୍କ ଭୂମିକା ବେଶ୍ ପ୍ରେରଣାଦାୟକ ଥିଲା ବୋଲି ଶ୍ରୀ ଦାଶ ମତପ୍ରକାଶ କରିଥିଲେ । ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଏହି କାର୍ଯ୍ୟକ୍ରରେ ସଭାପତିତ୍ୱ କରିବା ସହିତ ଶହୀଦ ବୀର ବାଘାଯତୀନଙ୍କ ଗୌରବ ଗାଥାରେ ସମଗ୍ର ବାଲେଶ୍ୱର ଗୌରବାନ୍ୱିତ ବୋଲି କହିଥିଲେ ।  ତେବେ ସାଂସଦଙ୍କ ଅନୁଯାୟୀ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିରେ ପ୍ରସ୍ତାବିତ ସଂଗ୍ରହାଳୟ ପ୍ରତିÂା ପାଇଁ ପ୍ରଶାସନିକ ସ୍ତରରେ  ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ସେ  ସମ୍ମତି ଦେଇଥିଲେ । ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ମାନସ ରଞ୍ଜନ ପାଢୀ, ବ୍ରିଟ୍ ଅଧ୍ୟକ୍ଷ ଗୌରୀ କୁମାର ରାଉତ, ପୌରପାଳ ଆଲୋକ କୁମାର ସାହୁ, ପଶ୍ଚିମବଙ୍ଗ ରକ୍ତତୀର୍ଥ ଅଭିଯାତ୍ରୀ ଦଳର ମୁଖ୍ୟ ଡକ୍ଟର ପ୍ରବାଳ ମୁଖାର୍ଜୀ, ସମ୍ପାଦକ ରାଜୀବ ମୁଖାର୍ଜୀ, ସର୍ବଭାରତୀୟ ସ୍ୱତନ୍ତ୍ର ସେନାନୀ ପରିବାର କଲ୍ୟାଣ ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତ୍ୟାନନ୍ଦ ଶର୍ମା ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଦେଶ ମୁକ୍ତି ପାଇଁ ଶହୀଦ ବୀରଙ୍କ ଆଦର୍ଶକୁ ଗ୍ରହଣ କରିବା ସହିତ ସେମାନଙ୍କର ସ୍ୱପ୍ନକୁ ସାକାର କରିବା ନିମନ୍ତେ ଅତିଥିମାନେ ଆହ୍ୱାନ ଦେଇଥିଲେ । ଉନ୍ନୟନ କମିଟର କାର୍ଯ୍ୟକାରୀ ସଭାପତି ସୁଜିତ୍ ଦେବ ଏଥିରେ ଅତିଥିଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ ଅଭିଭାଷଣ ଦେଇଥିଲେ । ସମ୍ପାଦକ ହରେନ ଚନ୍ଦ୍ର ରଣା ବିବରଣୀ ପାଠ କରିଥିବା ବେଳେ ବାରବାଟୀ ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ନିଗ୍ଧା ପଣ୍ଡା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ବାଘାଯତୀନଙ୍କ ବଳିଦାନ ଦିବସ ଉପଲକ୍ଷେ ପୂର୍ବରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ଅପରାହ୍ଣରେ ରକ୍ତତୀର୍ଥ ଅଭିଯାତ୍ରୀ ଦଳ,ବାଘାଯତୀନ ଉନ୍ନୟନ କମିଟର କର୍ମକର୍ତାଙ୍କ ସମେତ ବହୁ ସହରବାସୀ,ବୁଦ୍ଧିଜୀବୀମାନେ ବାଲେଶ୍ୱର ଜିଲ୍ଲା କାରଗାରର ପରିଦର୍ଶନ କରିଥିଲେ । ଜେଲ ମଧ୍ୟରେ ବାଘାଯତୀନଙ୍କ ଦୁଇ ସାଥୀ ନରେନ୍ଦ୍ର ଦାଶଗୁପ୍ତ, ମନୋରଞ୍ଜନ ସେନଗୁପ୍ତଙ୍କୁ ହୋଇଥିବା ଫାଶୀର ସ୍ଥଳ ଏବଂ ସମାଧିସ୍ଥଳରେ ଶ୍ରଦ୍ଧାସୁମନ ଅର୍ପଣ ସହ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ । ଉନ୍ନୟନ କମିଟର କର୍ମକର୍ତ୍ତାଙ୍କ ସମେତ ଅର୍ଚ୍ଚନା ନନ୍ଦୀ, କାରାପାଳ, କାରାମଙ୍ଗଳ ଅଧିକାରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

 

0
0
0
s2sdefault