ହେଡଲାଇନସ୍:

କୋଲକାତା ଫେରନ୍ତା ଶିଶୁ ନାଟ୍ୟଦଳକୁ ସମ୍ବର୍ଦ୍ଧନା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପଦ୍ମପୁର/ନୀଳ ଦୀପ -ଗତ ଜୁନ ୧୭ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ କୋଲକାତାର ଏକାଡେମୀ ଅଫ ଫାଇନ ଆର୍ଟ ଠାରେ ଆନ୍ତର୍ଜାତୀୟ ଶିଶୁ ନାଟକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ନାଟକ ମହୋତ୍ସବରେ ଭାଗ ନେବାପାଇଁ  ପଦ୍ମପୁର ର ଅଗ୍ରଣୀ ନାଟ୍ୟ ସଂସ୍ଥା "ଲୁ" ର ଶିଶୁ କଳାକାର ମାନେ ଗତ ୧୫ ତାରିଖରେ କୋଲକାତା ଅଭିମୁଖେ ଯାତ୍ରା କରିଥିଲେ ।ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଓଡ଼ିଆ କଳାକାର ମନୋଜ ଦାସଙ୍କ ଚର୍ଚ୍ଚିତ ଗଳ୍ପ 'ଲୁଲୁର୍ଭା ପାହାଡ଼ରେ ଏକ ଅପରାହ୍ନ' ଉପରେ ଆଧାରିତ କେଶରଞ୍ଜନ ପ୍ରଧାନଙ୍କ ସମ୍ବଲପୁରୀ କୋଶଲୀ ନାଟକ "ଅଦଭୁତ ପର୍ବତ" କୁ ଜଗନ୍ନାଥ ସେଠଙ୍କ ନିର୍ଦ୍ଦେଶନାରେ ଶିଶୁ କଳାକାର ମାନେ ସଫଳତାର ସହିତ ମଞ୍ଚସ୍ଥ କରି ୨୧ ତାରିଖରେ ପଦ୍ମପୁର ଫେରିଆସିଛନ୍ତି । ଉଲ୍ଲେଖଯୋଗ୍ୟ ଯେ  ଏହି ନାଟକ ମହୋତ୍ସବରେ ପୄଥିବୀର ବିଭିନ୍ନ ପ୍ରାନ୍ତର ସମେତ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ୧୫ ଗୋଟି ଦଳ ମଧ୍ୟରୁ ଓଡ଼ିଶାରୁ ଏକ ମାତ୍ର ନାଟ୍ୟ ସଂସ୍ଥା "ଲୁ" କୁ ନାଟକ ମଞ୍ଚସ୍ଥ କରିବା ପାଇଁ ସୁଯୋଗ କରିବା ପାଇଁ ସୁଯୋଗ ମିଲିଥିଲା ।ସ୍ଥାନୀୟ ରି କ୍ରିଏସନ ସେଣ୍ଟର ଠାରେ ଏହି ଶିଶୁ କଳାକାର, ନାଟ୍ୟକାର, ନିର୍ଦ୍ଦେଶକ ତଥା ଅନ୍ୟାନ୍ୟ ସହଭାଗୀ କଳାକାର ମାନଙ୍କୁ ସହରର ବିଭିନ୍ନ ସଂସ୍ଥା ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଅଶୋକ କୁମାର ବହିଦାର,ରମେଶ କୁମାର ଗୁର୍ଲା,ସୁବ୍ରତ ପଟ୍ଟନାୟକ,ରାଜେଶ ଗୁର୍ଲା,ଅଞ୍ଜନ ପ୍ରଧାନ,ଗୋପବନ୍ଧୁ ଶିକା ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault