ହେଡଲାଇନସ୍:

ଏପ୍ରିଲ ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପି ବଳାଙ୍ଗି ମହୋତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଳାଙ୍ଗୀ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଓ ବନ୍ଧୁ ମିଳନ  

 ସାଂସ୍କୃତିକ ଜାଗରଣ ଯାତ୍ରା ମାର୍ଚ୍ଚ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ

ମହୋତ୍ସବ ସ୍ଥଳକୁ ସ୍ଥାୟୀ ରାସ୍ତା ନିର୍ମାଣ ହେଉ ନଥିବାରୁ ଅସନ୍ତୋଷ 

ବାରିପଦା(ଦିଲ୍ଲୀପ ମହାନ୍ତି ) - ମୟୂରଭଞ୍ଜ ଜିଲ୍ଲାର ଅବଲୁପ୍ତ ପ୍ରାୟ ଭାଷା-ସାହିତ୍ୟ, କଳା-ସଂସ୍କୃତି ତଥା ପର୍ଯ୍ୟଟନର ବିକାଶ ନିମନ୍ତେ ୨୦୦୩ରୁ ବାରିପଦା ସହରର ଉପକଣ୍ଠ ମଧ୍ୟ ଦେଇ ପ୍ରବାହିତ ବୁଢାବଳଙ୍ଗ, ଚିପଟ ଓ ଇଟାଯୋଡି ନଦୀର ସଙ୍ଗମ ସ୍ଥଳରେ ପାଳିତ ହୋଇ ଆସୁଥିବା ରାଜ୍ୟସ୍ତରୀୟ ବଳାଙ୍ଗୀ ମହୋତ୍ସବ କମିଟି ତରଫରୁ  ବାରିପଦା ବନ ବିଭାଗ ଡାକ ବଙ୍ଗଳା ପରିସରରେ ଷୋଡଶ ରାଜ୍ୟସ୍ତରୀୟ ବଳାଙ୍ଗୀ ମହୋତ୍ସବ(ମୟୂରଭଞ୍ଜ ବାଲିମେଳା) -୨୦୧୮ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନ  ଅଧ୍ୟକ୍ଷ ତଥା ବରିଷ୍ଠ  ଆଇନଜିବୀ ଶ୍ରୀନିବାସ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ହୋଇଯାଇଛି । ବଳାଙ୍ଗୀ ମହୋତ୍ସବର ମୁଖ୍ୟ ଉପଦେଷ୍ଟା ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ , ବରିଷ୍ଠ ସାମ୍ବାଦିକ ଡଃ ବିଜୟ କୁମାର ଅଗ୍ରୱାଲା, ଡଃ କୁମୁଦ ରଞ୍ଜନ ରାଉତ, ହରି ନାରାୟଣ ମିଶ୍ର ଏବଂ ବଳାଙ୍ଗୀ ମହୋତ୍ସବ କମିଟିର ସଭାପତି ବିଶିଷ୍ଟ ସମାଜ ସେବୀ ରାଜକିଶୋର ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ବଳାଙ୍ଗୀ ମହୋତ୍ସବ ବିଗତ ୧୫ ବର୍ଷ ମଧ୍ୟରେ କିପରି ସମଗ୍ର ଜିଲ୍ଲାରେ ସାଂସ୍କୃତିକ ଜାଗରଣ ନିମନ୍ତେ କାର୍ଯ୍ୟ କରି ଆସୁଅଛି ସେ ଦିଗରେ ଆଲୋକପାତ କରାଇବା ସହ ମହୋତ୍ସବ ସ୍ଥଳକୁ ସ୍ଥାୟୀ ରାସ୍ତା ନିର୍ମାଣ ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉ ନ ଥିବାରୁ ଗଭୀର କ୍ଷୋଭ ପ୍ରକାଶ କହିଥିଲେ  । ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା  ସମ୍ପାଦକ ଶରତ ଚନ୍ଦ୍ର ନାୟକ ବାର୍ଷିକ ବିବରଣୀ ପାଠ ମାଧ୍ୟମରେ ମହୋତ୍ସବ କମିଟିର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ଆଲୋଚନା କରିବା ଅବସରରେ ଆଗାମୀ ମହୋତ୍ସବ ଏପ୍ରିଲ ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପି ପାଳିତ ହେବ । ଏଥି ସହିତ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନର ଅନ୍ୟତମ ନିର୍ମାତା ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ପ୍ରାତଃ ସ୍ମରଣୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ସ୍ମୃତି ଉଦ୍ୟେଶରେ ଏକ ସ୍ୱତନ୍ତ୍ର ରଥ ବଳାଙ୍ଗୀ କମିଟି ପକ୍ଷରୁ ଜିଲ୍ଲାର ସମସ୍ତ ସବଡିଭିଜନରେ ସାଂସ୍କୃତିକ ସମନ୍ୱୟ ନିମନ୍ତେ  ଅନୁଷ୍ଠିତ ହୋଇ  ଆସୁଥିବା ସାଂସ୍କୃତିକ ଜାଗରଣ ଯାତ୍ରା ସହ ଆସନ୍ତା ମାର୍ଚ୍ଚ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ୩ ଦିନଧରି ସମଗ୍ର ମୟୂରଭଞ୍ଜ ଜିଲ୍ଲା ପରିକ୍ରମା କରିବାର ନୂତନ କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ଉପସ୍ଥିତ ଥିବା ଜିଲ୍ଲା ଓକିଲ ସଂଘର ସଭାପତି ପ୍ରବୀର କୁମାର ବସା,  କମିଟିର ବରିଷ୍ଠ  କର୍ମକର୍ତା ଭାଗବତ ପଣ୍ଡା, ମୁର୍ଚ୍ଛନା ଦାସପଟ୍ଟନାୟକ, ବିଜୟ କୁମାର ମିଶ୍ର, କମଳେନ୍ଦୁ ଲାଲ ମହାନ୍ତ, ଦୀପକ କୁମାର ନାୟ, ପ୍ରମୁଖ ଆଗାମୀ ମହୋତ୍ସବ କିପରି ସୁସଂଗଠିତ ଭାବରେ ସମ୍ପାଦିତ ହୋଇ ପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ବୈଠକରେ ବାରିପଦା ତଥା ଜିଲ୍ଲାର ବିଭିନ୍ନ ଅଂଚଳରୁ ଶତାଧିକ ସଦସ୍ୟମାନେ ଯୋଗଦେଇ ଦେଇଥିବା ବେଳେ ସହସମ୍ପାଦକ ଡଃ ଶଶିଧର ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ ।   

 

0
0
0
s2sdefault