ହେଡଲାଇନସ୍:

ଏସ୍.ସି.ବିର ବିଭିନ୍ନ ବିଭାଗର ଉନ୍ନତିକରଣ ନେଇ ଉଚ୍ଚସ୍ତରୀୟ ବୈଠକ : ପୂର୍ଣ୍ଣକାର୍ଯ୍ୟକ୍ଷମ ହେବ ଟ୍ରମା କେୟାର ୟୁନିଟ୍  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) - କଟକସ୍ଥିତ ଏସ୍.ସି.ବି ମେଡିକାଲ କଲେଜ ଓ ହସପିଟାଲର ବିଭିନ୍ନ ବିଭାଗର ଉନ୍ନତିକରଣ ସହ ଅଧିକ ସୁବିଧା ଉପଲବ୍ଧ କରାଯିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ  ହୋଇଯାଇଛି । 

ଏସି.ସି.ବି ମେଡିକାଲ କଲେଜ ଓ ହସପିଟାଲରେ ଥିବା ଟ୍ରମା କେୟାର ୟୁନିଟକୁ  ସୁଦୃଢ କରାଯାଇ ଏହାକୁ ପୂର୍ଣ୍ଣକାର୍ଯ୍ୟକ୍ଷମ କରାଯିବ । ୨୪ ଘଂଟିଆ ଆବଶ୍ୟକ ସେବା ପ୍ରଦାନ ଉପଲବ୍ଧ ହେବ । ଅର୍ଥୋପେଡିକ୍ , ନ୍ୟୁରୋ ଓ ନ୍ୟୁରୋସର୍ଜରୀ ସେବା ବ୍ୟବସ୍ଥାରେ ବିକାଶ କରାଯିବ । ଏଥିପାଇଁ ଆବଶ୍ୟକ ଭିତିଭୂମି, ଯନ୍ତ୍ରପାତି , ମାନବସମ୍ବଳ ଆଦି ଉପଲବ୍ଧ କରାଯିବ । ଏ ନେଇ ଟ୍ରମାକେୟାର ୟୁନିଟ୍ର ଆବଶ୍ୟକତା ସଂପର୍କରେ ନିର୍ଦ୍ଧିଷ୍ଟ ପ୍ରସ୍ତାବ ଡି.ଏମ୍.ଇ.ଟି  ଆସନ୍ତା ୭ ଦିନ ମଧ୍ୟରେ ସରକାରଙ୍କୁ ପ୍ରଦାନ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ନିଦେ୍ର୍ଧଶ ଦେଇଛନ୍ତି । ସେହିପରି ଯକ୍ଷ୍ମା ଓ ଛାତି( ପଲ୍ମୁନାରୀ) ଏବଂ ଏଣ୍ଡୋକ୍ରାଇନୋଲୋଜି ବିଭାଗର ମଧ୍ୟ ଉନ୍ନତି କରଣ କରାଯିିବ । ଏ ନେଇ ଯକ୍ଷ୍ମା ଓ ଛାତି ବିଭାଗ ପାଇଁ ଆସିଥିବା ପ୍ରସ୍ତାବକୁ ତ୍ୱରାନ୍ୱିତ କରିବା ସହିତ ଏଣ୍ଡୋକ୍ରାଇନୋଲୋଜି ବିଭାଗ ପାଇଁ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ଏସ୍.ସି.ବି.ମେଡିକାଲ କଲେଜ ଓ ହଲପିଟାଲରେ ରୋଗୀ ସେବାକୁ ଅଧିକ ଲୋକାଭିମୁଖୀ  କରି ସାଧାରଣ ଲୋକ ଯେପରି ସହଜରେ ଚିକିତ୍ସା ସେବା ପାଇ ପାରିବେ ସେ ଦିଗରେ ଯତ୍ନବାନ ହେବା ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଛି । 

ସଚିବାଳୟ ଠାରେ ଅନୁଷ୍ଠିତ  ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଧା , ରାଜ୍ୟ ମେଡିକାଲ ନିଗମ ଏମ୍.ଡି ଅର୍ଚ୍ଚନା ପଟ୍ଟନାୟକ , ଅତିରିକ୍ତ ସଚିବ ହରିବଲ୍ଲଭ ମିଶ୍ର , ଡି.ଏମ୍.ଇ.ଟି ଡାଃ ସୋନାମାଲି ବାଗ୍ , ଏସ୍.ସି.ବି ଡିନ୍ ତଥା ପ୍ରିନ୍ସିପାଲ ପ୍ରଫେସର ଡାଃ ସିଦ୍ଧାର୍ଥ ଦାଶ , ଏଣ୍ଡୋକ୍ରାଇନୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାଃ ଏ.କେ.ବଳିଆରସିଂହ , ଯକ୍ଷ୍ମା ଓ ଛାତି ବିଭାଗ ମୁଖ୍ୟ ପ୍ରଫେସର ଡାଃ ମନୋରଞ୍ଜନ ପଟ୍ଟନାୟକ ,ଯୁଗ୍ମ ଡି.ଏମ୍.ଇ.ଟି ଡାଃ ଉମାକାନ୍ତ ଶତପଥୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ

0
0
0
s2sdefault