ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଓ ନିର୍ମାଣ ଶ୍ରମିକ ଯୋଜନାର ଦୁଇଗୋଟି ପ୍ରଚାର ଅଭିଯାନ ସଚେତନତା ରଥର ଶୁଭାରମ୍ଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଜୁ ସ୍ୱାସ୍ଥ୍ୟ ଯୋଜନା ଓ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୁବିଧା ଗୁଡିକୁ ଲୋକେ ଜାଣିବା ସହ ଏ ଦିଗରେ ସଚେତନ ହୋଇ ଏହାର ଫାଇଦା ଯେଉଁ ଭଳି ସମସ୍ତେ ନେଇପାରିବେ, ସେହି ଉଦ୍ଦେଶ୍ୟ ନେଇ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ବ୍ୟାପି ସଚେତନତା ପାଇଁ ବାହାରିଥିବା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ମଣ୍ଡଳୀୟ ଶ୍ରମ ଆୟୁକ୍ତ ଗଜପତିର ଦୁଇଗୋଟି ପ୍ରଚାର ଅଭିଯାନ ସଚେତନତା ରଥକୁ ଜିଲ୍ଲାପାଳ ଅନୁପମ ସାହାଙ୍କ ଦ୍ୱାରା ସବୁଜ ପତାକା ଦେଖାଇ ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାପାଳ ବାହାରିଥିବା ଦୁଇଟି ପ୍ରଚାର ଅଭିଯାନ ସଚେତନତା ରଥ ଉପରେ ଅଧିକ ସୂଚନା ଦେଇ କହିଥିଲେଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ରଥ ମାଇକ ଯୋଗେ ଯୋଜନା କଣ ଏହା ଦ୍ୱାରା ଲୋକଙ୍କ ଫାଇଦା କଣ ହେବ ଏଥିପାଇଁ ଯେଉଁ ମାନେ ଯୋଗ୍ୟ କଣ ସବୁ ସୁବିଧା ମିଳିବ ହିତାଧିକାରୀମାନେ କେଉଁ ଠାରେ ଚିକିତ୍ସା ସୁବିଧା ପାଇବେ ଏହି ଯୋଡଜନା ଦ୍ୱାରା ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ସୁରକ୍ଷା ଭରସା ସହ ମହିଳା ସଦସ୍ୟଙ୍କ ନିମନ୍ତେ ୭ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁରକ୍ଷା ଭରସା ରହିଥିବା କହିଥିଲେ । ସେହିଭଳି ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସରକାରଙ୍କ ପକ୍ଷରୁ ନିର୍ମାଣ ଶ୍ରମିକ ମାନଙ୍କୁ କଣ ସବୁ ସରକାରୀ ସହାୟତା ଦିଆଯାଉଛି, ନିର୍ମାଣ ଶ୍ରମିକ ମାନଙ୍କ ବର୍ଗ ପ୍ରକାରେ ଦୈନିକ ଶ୍ରମିକ ମଜୁରୀ ତାଲିକା, ଓଡିଶା ଗୃହ ନିର୍ମାଣ ଶ୍ରମିକ ବୋର୍ଡ ପକ୍ଷରୁ ନିର୍ମାଣ ଶ୍ରମିକଙ୍କ ନିମନ୍ତେ ଯାହା ସବୁ ସୁବିଧା ରହିଛି ଯୋଜନାର ଟିକିନିଖି ସୁବିଧା ଉପରେ ଲୋକମାନଙ୍କୁ ଜଣାଇବା ପାଇଁ ଏବଂ ଲୋକ ଜାଣିବା ପରେ ଯୋଜନାର ଫାଇଦା କିପରି ନେଇ ଉପକୃତ ହେବେ  ସେଥିପାଇଁ ଏହି ଦୁଇଟି ରଥ ମାଇକ ଯୋଗେ ପ୍ରଚାର କରି ଯୋଜନା ସଂପର୍କିତ ସଚେତନତା ପ୍ରଚାର ପତ୍ର ବଣ୍ଟନ କରିବେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା:ବିପିନ ବିହାରୀ ପାଣିଗ୍ରାହୀ ସମସ୍ତ ବିଭାଗୀୟ ଏ.ଡିଏମ.ଓ ଓ କର୍ମଚାରୀ ଏବଂ ଶ୍ରମ ବିଭାଗ ଜିଲ୍ଲା ଶ୍ରମ ଅଧିକାରୀ ବେଣୁ ଗୋପାଳ ରାଓ ଓ ବିଭାଗୀୟ ଅନ୍ୟାନ୍ୟ କର୍ମଚାରୀମାନେ ଏବଂ କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault