ହେଡଲାଇନସ୍:

ଚିତ୍ରଗୁପ୍ତ ଦେବଙ୍କୁ ପୁଜିବାକୁ ଜୋରସୋର ରେ ପ୍ରସ୍ତୁତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବଲାଙ୍ଗିରରୁ ନୀରୋଜ କୁମାର ମିଶ୍ର  : ଆସନ୍ତା ଅକ୍ଟୋବର ୨୧ ଓ  ୨୨ ଦୁଇଦିନ ଧରି ବଲାଙ୍ଗୀର ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି (କରଣ ସମାଜ) ତରଫରୁ ସ୍ଥାନୀୟ ନରସିଂହ ମନ୍ଦିର ପରିସରରେ ଥିବା ଚିତ୍ରଗୁପ୍ତ ଦେବଙ୍କ ମନ୍ଦିରରେ ଚିତ୍ରଗୁପ୍ତ ଦେବଙ୍କର ବାର୍ଷିକ ପୂଜା  ସମାଜର ବାର୍ଷିକଅଧିବେଶନ  ଆୟୋଜନ କରିବାକୁ ଜୋରସୋରରେ ପ୍ରସ୍ତୁତିଚାଲିଛି  ।୨୧ ତାରିଖ ଦିନସକାଳେ ବଲାଙ୍ଗୀର ଜନସାଧାରଣଙ୍କର ମଂଗଳକାମନାକରି ମହିଳାମାନଙ୍କର ଏକ କଳସ ଶୋଭାଯାତ୍ରା  ହେବାସହିତ ପୂଜାର୍ଚ୍ଚନାସହ ଦୁଇଦିନିଆ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ କଳସସ୍ଥାପନରୁ ବୋଲି ଆୟୋଜକ ଙ୍କ ସୁତ୍ରରୁପ୍ରକାଶ  । 

ପ୍ରଥମ ଦିନ ଛାତ୍ରଛାତ୍ରୀ ତଥା ମହିଳାମାନଙ୍କର ବିଭିନମ୍ନ ପ୍ରତିଯୋଗିତାର ଆୟୋଜନ କରାଯିବାସହିତ ବଲାଙ୍ଗୀର ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି (କରଣ ସମାଜ) ର ବାର୍ଷିକ ଅଧିବେଶନରେ  ଅଖିଳ ଭାରତ କାୟସ୍ଥ ମହାସଭାରାଜ୍ୟଶାଖାସଭାପତି ରତ୍ନଭୂଷଣ ପୃଷେଠ  ମୁଖ୍ୟ ଅତିଥି ଓ ସମ୍ବାଦର ପଶ୍ଚିମ ଓଡିଶାସଂସ୍କରଣ ମହାପ୍ରବନ୍ଧକ ଅରବିନ୍ଦ ଦାସ ମୁଖ୍ୟବକ୍ତା ଭାବରେ ଯୋଗ ଦେବେ  । ସାଧ୍ୟ ଅଧିବେଶନରେ  ସଂଗୀତ ରୁପକ କାର୍ଯ୍ୟକ୍ରମ ଚିତ୍ରଗୀତି ର ଆୟୋଜନ ହେବ  ।ଏଥିରେ ବିଶିଷ୍ଟ କଣ୍ଠ ଶିଳ୍ପୀ ଇଂ ରଂଜିତ ମହାନ୍ତି, ସଂସ୍କୃତି ପଟନାୟକ, ବନ୍ଦନାପଟନାୟକ,ବର୍ଷା ବହିଦାର, ସୁପରିଚିତା ମହାନ୍ତି, ଅପରୂପା ମହାନ୍ତି ଗିତ ପରିବେଷଣ କରବାସାହିତ ନୃତ୍ୟ ବିଚିତ୍ରା ଅନୁଷ୍ଟିତ ହେବ  । ଚଳିତ ବର୍ଷ ପ୍ରଦିପ କୁମାର କୁଅଁର ସପତ୍ନିକ  କର୍ତ୍ତା ଭାରେ ପୂଜାକର୍ମ ସଂପାଦନ କରିବାକୁ ସ୍ଥିର ହୋଇଥିବା ବେଳେ ପୁରସ୍କାର ବିତରଣୀ ସଭାରେ  କ୍ରୀଡାବିତ, ଦୋ୍ରଣାଚାର୍ଯ୍ୟ ପୁରସ୍କାର ବିଜୟୀ ଆର୍ତ୍ତତ୍ରାଣ ମହାନ୍ତିଓ ପ୍ରକୃତିପ୍ରେମୀ ଶୁଭେନ୍ଦୁପଟନାୟକଙ୍ଲୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି  । କାର୍ଯ୍ୟକ୍ରମରେ ସମଗ୍ର ଜିଲ୍ଲାର କରଣ ଶ୍ରଦ୍ଧାଳୁ ଙ୍କ ସମେତ ସହସ୍ରାଧିକ ଜନସାଧାରଣ ଯୋଗ ଦେବାକୁ ଅନୁରୋଧ କରାଯାଇଥିବା ବେଳେ  କାର୍ଯ୍ୟକ୍ରମକୁ ସଫଳକରିବାକୁ ସଭାପତିବିକ୍ରମାନନ୍ଦ ବହଦାର, ଉପସଭାପତି ଅଶୀମପଟନାୟକ,  ଉପସଭାପତି କାଞ୍ଚନମଣି ଦାନୀ, ସଂପାଦକ ସୁବାଷ ମହାନ୍ତି,ସହସଂପାଦକ  ଜୟରାମ ପଟନାୟକ, ଦୀଲିପପୃଷେଠ , କୋଷାଧ୍ୟକ୍ଷ ମାନସରଂଜନ ବହିଦାର, ବରିÂ ସଦସ୍ୟ ରାଜାରାମ ପଟନାଉୟକ, ପୀ୍ରତମ ବକକ୍ସୋ, ଗୌରଚନ୍ଦ୍ର ପୃଷେଠ, ରବିନାରାୟଣ ବହିଦାର, ସଂଗ୍ରାମ କେଶରୀ ବହିଦାର,ପ୍ରିୟରଂଜନ ମହାନ୍ତି, ସନ୍ଦୀପକୁମାର କୁଅଁର,ସଂକର ପ୍ରସାଦ ପଟନାୟକ,ରବୀନ୍ଦ୍ର ପଟନାୟକ,ମହାବୀର ପଟନାୟକ, ପ୍ରଦୀପ ପଟନାୟକ, ଆନନ୍ଦ ପଟନାୟକ, ବିଶଅ୍ବରଂଜନ ପଟନାୟକ,ନିରୋଦ ଚନ୍ଦ୍ର ବକ୍ସି,ସ୍ୱରୂପ କୁମାର କୁଅଁର,ାନୁପ ସାହାଣି,ଶାସ୍ତ୍ରୁ ପଟନାୟକ  ପ୍ରମୁଖ ଅନୁରୋଧ ଜଣାଇଛନ୍ତି  ।

 

0
0
0
s2sdefault