ହେଡଲାଇନସ୍:

ବରିଷ୍ଠ  ନାଗରିକଙ୍କ ପାଇଁ ମାଗଣା ସାପ୍ତାହିକ ସ୍ୱାସ୍ଥ୍ୟପରୀକ୍ଷା ଏବଂ ସମସ୍ତଙ୍କ ପାଇଁ ଯୋଗ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

 ଭୁବନେଶ୍ୱର : ସହରର ସର୍ବପୁରାତନ ଓ ଅଗ୍ରଣୀ “ଭୁବନେଶ୍ୱର ରୋଟାରୀ କ୍ଳବ୍‍” ପକ୍ଷରୁ ଏକ ମିଳିତ ସୃଜନଶୀଳ ପ୍ରୟାସ କ୍ରମରେ ମାଗଣା ସାପ୍ତାହିକ ସ୍ୱାସ୍ଥ୍ୟ ପରୀକ୍ଷା ସେବାରେ ବରିଷ୍ଠ ନାଗରିକମାନଙ୍କୁ ସାମିଲ କରାଯାଇଥିବା ବେଳେ “ସମସ୍ତଙ୍କ ପାଇଁ ଯୋଗ” ଶ୍ରେଣୀରେ ସବୁ ବୟସ ବର୍ଗକୁ ମାଗଣାରେ ସାମିଲ କରାଯାଉଛି । ଏହା କ୍ଳବ୍‍ର ନିଜର ୟୁନିଟ୍‍ ୯ ସ୍ଥିତ ପରିସରରେ ପ୍ରଥମ କରି ହୋଇଅଛି । 

ଏହି କ୍ରମରେ “ରୋଟାରୀ ଇଣ୍ଟନ୍ୟାସନାଲ” ଧ୍ୟାନ ଦେବା ପାଇଁ ୭ଟି ଉପାଦାନକୁ ଚୟନ କରିଛି । ଯାହା ଉପରେ ବିଶ୍ୱବ୍ୟାପୀ ରହିଥିବା ରୋଟାରୀ କ୍ଳବ୍‍ମାନେ କାମ କରୁଛନ୍ତି । ସାଂପ୍ରତିକ ପ୍ରୟାସ ଦ୍ୱାରା ରୋଗ ପ୍ରତିଷେଧକ ଏବଂ ସହଳ ରୋଗ ଚିହ୍ନଟ ଓ ଚିକିତ୍ସା ପ୍ରସଙ୍ଗ ଉପରେ ଜୋର୍‍ ଦିଆଯାଉଛି । ଏହା ଦ୍ୱାରା ସମାଜକୁ ସୁସ୍ଥ ରଖିବାର ଆବଶ୍ୟକତାଗୁଡ଼ିକ ପୂରଣ ହେବା ସହ ସୁସ୍ଥ ଜୀବନଯାପନ ସୁଗମ ହୋଇପାରିବ । ଏଥିପାଇଁ ରକ୍ତ ଶର୍କରା ସ୍ତର, ରକ୍ତଚାପ ସ୍ତର, ଶରୀରର ଓଜନ ଆଦି ଯାଞ୍ଚ କରାଯାଇଛି । ଏଥିରେ ଫାର୍ମାସିଷ୍ଟ ଓ ସ୍ୱେଚ୍ଛାସେବୀ ଡାକ୍ତରମାନେ ପରାମର୍ଶ ଦେବାରେ  ସହଯୋଗ କରିଛନ୍ତି । ଏହି ସାପ୍ତାହିକ ସ୍ୱାସ୍ଥ୍ୟ ପରୀକ୍ଷା ପ୍ରତି ରବିବାର ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଚାଲିବ । ଭବିଷ୍ୟତରେ ଦାନ୍ତ; କର୍ଣ-ନାସା-ଗଳା ସମେତ ଇ.ସି.ଜି. ଯାଞ୍ଚ ମଧ୍ୟ କରିବାକୁ କ୍ଳବ୍‍ ଲକ୍ଷ୍ୟ ରଖିଛି । 

ସ୍ୱାସ୍ଥ୍ୟ ପରୀକ୍ଷା ଓ ଯୋଗ ଶ୍ରେଣୀର ଏହି ମିଳିତ କାର୍ଯ୍ୟକ୍ରମ ଜୁଲାଇ ୧୫ ତାରିଖ ରବିବାର ସକାଳ ୮ଟା ବେଳେ ଉଦ୍‍ଘାଟନ କରିଥିଲେ ପୂର୍ବତନ ଭାରତୀୟ ପ୍ରାଶାସନିକ ସେବା ଅଧିକାରୀ  ସହଦେବ ସାହୁ ଏବଂ ରୋଟାରୀ ଇଣ୍ଟରନ୍ୟାସନାଲ ଜିଲ୍ଲା ୩୨୬୨ର ଜିଲ୍ଲା ଗଭର୍ଣର ରୋଟାରିଆନ୍‍ ଭବାନୀ ପ୍ରସାଦ ଚୌଧୁରୀ । ଏଥିରେ   ପୂର୍ବତନ ଜିଲ୍ଲା ଗଭର୍ଣର  ଏନ୍‍.କେ. ମିଶ୍ର ଏବଂ କ୍ଳବ୍‍ ସଭାପତି  ତନ୍ମୟ ମହାନ୍ତି ତଥା ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।  ସାପ୍ତାହିକ ଯୋଗ ଶ୍ରେଣୀ ସମସ୍ତ ବୟସ ବର୍ଗ ପାଇଁ ୨୨ ଜୁଲାଇ ୨୦୧୮ ରବିବାର ଠାରୁ ଆନୁଷ୍ଠାନିକ  ଭାବେ ଆରମ୍ଭ କରିବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି ଏବଂ ଏହା କ୍ଳବ୍‍ ସଦସ୍ୟମାନଙ୍କ ଅବଦାନରେ କରାଯିବ । ଏଣୁ ସମସ୍ତ ଆଗ୍ରହୀ ନାଗରିକମାନେ ପ୍ରତି ରବିବାର ସକାଳ ୭ଟାରେ ରୋଟାରୀ ଭବନକୁ ଆସି ଏହି  କାର୍ଯ୍ୟକ୍ରମର ସୁଯୋଗ ନେବା ପାଇଁ କ୍ଳବ୍‍ ସଭାପତି ରୋଟାରିଆନ୍‍ ତନ୍ମୟ ମହାନ୍ତି ନିବେଦନ କରିଛନ୍ତି ।

 

 

0
0
0
s2sdefault