ହେଡଲାଇନସ୍:

ଛୋଟ ଗାଁର ବଡ କାହାଣୀ :   କୌଣସି ସ୍ଲୋଗାନ ନୁହେ, ନିଜେ ଚାହିଁଲେ ବଦଳିବ : କିଏ ଖୋଲାରେ ମଳତ୍ୟାଗ କରିଦେବ ଜଳାଶୟ ଚାରିପାଖ ଜଗୁଛନ୍ତି ଯୁବ ବ୍ରିଗେଡ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

ଗାଁରେ ଥିବା ଜଳାଶୟଗୁଡିକର ଆଖପାଖରେ ବା ପୋଖରୀ-ନଈ ହୁଡାରେ ଯେପରି କେହି ମଳତ୍ୟାଗ ନକରନ୍ତି ତାହା ନିଶ୍ଚିତ କରିବା ପାଇଁ ଅଂଟା  ଭିଡିଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ଠେକୁଆପଲ୍ଲୀର କିଛି ଯୁବକ  ।  ନିଜ ଗାଁର ପରିବେଶକୁ ସ୍ୱଚ୍ଛ ରଖିବା ଲାଗି ଓ ଗାଁରେ ଖୋଲାରେ ମଳତ୍ୟାଗ ବାଣ୍ଡ କରାଇବା ପାଇଁ  ସବୁ ଜଳାଶୟ ଚାରିପାଖ ଓ ଗାଁ ରାସ୍ତା କଡା ଉପରେ ସତର୍କ ନଜର ରଖିଛନ୍ତି  ଯୁବ ବାହିନୀ ।

ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ର କହ୍ନେଇପୁର ପଂଚାୟତରେ ଥିବା ଠେକୁଆପଲ୍ଲୀ ଗାଁର ୧୦୫ ପରିବାର ରହୁଛନ୍ତି । ସମସ୍ତେ ପ୍ରାୟତଃ ଅନୁସୂଚିତ ଜାତି ବର୍ଗର । ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକ ଦିନ ମଜୁରିଆ କାମ କରନ୍ତି ।କିଛି ମାସ ତଳେ ସେହି ଗାଁ କମିଟି ନିଷ୍ପତ୍ତି ନେଇଥିଲା ଯେ ଗାଁ ର ପରିବେଶକୁ ସଫା ଓ ଦୁର୍ଗନ୍ଧ ମୁକ୍ତ ରଖିବେ ଓ ଏଥିପାଇଁ ଏକ ୧୦ଜଣିଆ ଯୁବ ବ୍ରିଗେଡ ଗଠନ କରିଥିଲେ ଗାଁର ପରିମଳ ବ୍ୟବସ୍ଥା ତଦାରଖ କରିବା ପାଇଁ । କେହି ଯଦି ବାଇଚାନ୍ସ ପୋଖରୀ ହୁଡା ମୁହାଁ ହେଲେ ବା ଖୋଲାରେ ମଳତ୍ୟାଗ କରିବାକୁ ଉଦ୍ୟମ କଲେ ତେବେ ଏହି ଯୁବ ବାହିନୀ ସେମାନଙ୍କୁ ବାରଣ କରିଥାନ୍ତି  । ଗାଁର ଆବର୍ଜ୍ଜନା ସୁପରିଚାଳନା ପାଇଁ ଗାଁରେ ଦୁଇଟି ଡଷ୍ଟବିନ୍ ରଛନ୍ତି ।

ଗାଁ କମିଟିର ମୁଖ୍ୟ ବିପ୍ରଚରଣ ଦାସଙ୍କ କହିବା ଅନୁଯାୟୀ,  ଦୁଇମାସ ତଳେ ଏହି ଯୁବ ବ୍ରିଗେଡ ଗଠନ କରଯାଇଛି  । କାରଣ ଆମ ଗାଁ ରାସ୍ତା ଦେଇ ଯାଉଥିବା ଲୋକମାନେ ରାସ୍ତାକଡରେ ମଳତ୍ୟାଗ ହେଉଥିବା ଦେ ଆମକୁ ସମାଲୋଚନା କରନ୍ତି । ସେମାନେ ଗାଁ ବାଟ ଦେଇ ଗଲାବେଳେ ନାକରେ ହାତଦେଇ ଯାଉଥିବା ଦେ ଆମକୁ ଅପଦସ୍ଥ ଲାଗୁଥିଲା । ପ୍ରଥମେ ଯେତେବେଳେ ଆମେ ଲୋକଙ୍କୁ ଖୋଲାରେ ଝାଡା ନଫେରିବା ପାଇଁ କହିଲୁ ସେମାନେ ଆମ ଉପରେ ରାଗିଲେ  ।  ହେଲେ ଏବେ ଯେତେବେଳେ ଗାଁଦାଣ୍ଡ ସଫା ଦେଖାଯାଉଛି ସେମାନେ ଏବେ ଆମକୁ ପ୍ରଶଂସା କରୁଛନ୍ତି  ବୋଲି କହିଛନ୍ତି ଗ୍ରାମ୍ୟ କମିଟିର ଉପସଭାପତି ଶିବ ଦାସ  ।

କହ୍ନେଇପୁର ସରପଂଚ ପଫୁଲ୍ଲ କୁମାର ସାହୁଙ୍କ କହିବା ଅନୁଯାୟୀ, ସବୁ ପରିବାର ସେମାନଙ୍କ ପାଇଖାନା ତିଆରି କରିବାକୁ କାର୍ଯ୍ୟାଦେଶ  ଦିଆଯାଇଛି । ସେଥିମଧ୍ୟରୁ ୫୫ଟି ପାଇଖାନା ତିଆରି ସରିଲାଣି । ବାକି ୫୦ଟି ପାଇଖାନା ମୌସୁମୀ କାରଣରୁ ବିଳମ୍ବିତ ହୋଇଛି । ସେଗୁଡିକ ଖୁବଶୀଘ୍ର କାମ ସରିଯିବ । ଗାଁର ଯୁବକମାନେ ଏହି ପାଇଖାନା ନିର୍ମାଣ ପାଇଁ ପ୍ରଶାସନକୁ ସବୁ ପ୍ରକାର ସହଯୋଗ କରୁଛନ୍ତି ବୋଲି କହିଛନ୍ତ ଖଲିକୋଟ ବିଡିଓ ରଜନୀକାନ୍ତ ସ୍ୱାଇଁ କହିଛନ୍ତି  । ଲୋକଙ୍କ ମନରେ ଆଗ୍ରହ, ଲୋକ ପ୍ରତିନିଧି ଓ ପ୍ରଶାସନର ସହଯୋଗ ହେଲେ କିଛି ଅସମ୍ଭବ ରହିବନି, ଏହା ତାହାର ଜ୍ୱଳନ୍ତ ନମୂନା ।

 

 

0
0
0
s2sdefault