ହେଡଲାଇନସ୍:

ଆମ୍ରି ହସ୍ପିଟାଲ ତରଫରୁ ବିଏମସି କାର୍ଯ୍ୟାଳୟରେ ସୁସ୍ଥ ହୃଦୟ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ଵର(ଶାସକ ପ୍ରଶାସକ) : ବିଶ୍ଵ ହୃଦୟ ଦିବସ ଉପଲକ୍ଷେ, ସ୍ଥାନୀୟ ଭୁବନେଶ୍ଵର ମହାନଗର ନିଗମ କାର୍ଯ୍ୟାଳୟରେ ଏକ ସୁସ୍ଥ ହୃଦୟ ସ୍ବାସ୍ଥ୍ୟ ଶିବିର ଆମ୍ରି ହସ୍ପିଟାଲ ତରଫରୁ ଆୟୋଜନ କରାଯାଇଛି I ସମ୍ପ୍ରତି କରୋନା ମହାମାରୀ ସମୟରେ ମହାନଗର ନିଗମର କର୍ମଚାରୀ ମାନେ ବହୁ ସମୟ ଧରି ଜଣ ସାଧାରଣଙ୍କ ସେବାରେ ରହୁଛନ୍ତି ଏବଂ ଏଥିସହିତ ନିଜର ସ୍ବାସ୍ଥ୍ୟର ଯତ୍ନ ନେବା ନିତ୍ୟାନ୍ତ ଜରୁରୀ I  ଆମ୍ରି ହସ୍ପିଟାଲ ତରଫରୁ ଏହି ସୁସ୍ଥ ହୃଦୟ ସ୍ବାସ୍ଥ୍ୟ ଶିବିରରେ ୧୫୦ ରୁ ଉର୍ଦ୍ଧ କର୍ମଚାରୀ ମାନେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ I 

ଏହି ଅବସରରେ ଜନସାଧାରଣଙ୍କ ଉଦେଶ୍ୟରେ ସ୍ବତନ୍ତ୍ର କାର୍ଡିଆକ ପ୍ୟାକେଜ ଘୋଷଣା ହୋଇଥିଲା  ଯଥା: ହଠାତ ହୃଦରୋଗ ବା ହୃଦଘାତରୁ ଦୁରେଇ ରହିବା ପାଇଁ ହାପି ହାର୍ଟ କ୍ଳବ ମେମ୍ବରସିପ @ ୧୯୯୯ ଓ ସ୍ଵତନ୍ତ୍ର କାର୍ଡିଆକ ପ୍ୟାକେଜ @ ୨୯୯୯ /-. ଏହା ବ୍ୟତୀତ ଆମ୍ରି ହସ୍ପିଟାଲ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ହୃଦରୋଗ ବା ହୃଦଘାତ ରୋଗ ବିଷୟରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାନ ଆପଣାଇଛି I 

ଆମ୍ରି ହସ୍ପିଟାଲକୁ ସାଧୁବାଦ ଦେଇ ଭୁବନେଶ୍ଵର ମହାନଗର ନିଗମର ଉପ ଆୟୁକ୍ତ ଶ୍ରୀ ଶୁଭେନ୍ଦୁ କୁମାର ସାହୁ କହିଥିଲେ ଯେ " ଏହି କରୋନା ମହାମାରୀ ସମୟରେ ଆମ୍ରି ହସ୍ପିଟାଲର ଏଭଳି ଜନ ହିତକର କାର୍ଯ୍ୟ ସ୍ଵାଗତଯୋଗ୍ୟ I ଆଗାମୀ ଦିନରେ ଏହିଭଳି ସ୍ବାସ୍ଥ୍ୟ ଶିବିର ଅନ୍ୟାନ୍ୟ ସ୍ଥାନରେ ଚାଲୁ ରହିବ" I

0
0
0
s2sdefault