ହେଡଲାଇନସ୍:

ଟ୍ରାଇ କମାଇଲା ଇ ରକନେକ୍ଟ ୟୁଜର ଚାର୍ଜ : କମିବ ମୋବାଇଲ ଶୁଳ୍କ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ନୂଆଦିଲ୍ଲୀ : ମୋବାଇଲ ବ୍ୟବହାରକାରୀ ଙ୍କ ପାଇଁ ଖୁସି ଖବର କାରଣ ଖୁବଶୀଘ୍ର କଲ ଦର କମିବ। କାରଣ ଦେଶର ଟେଲି ନିୟାମକ  କର୍ତୃପକ୍ଷ ଟ୍ରାଇ ଇ ର କନେକ୍ଟ ୟୁଜର୍ସ ଚାର୍ଜ ବା ଅନ୍ତଃସଂଯୋଗ ଚାର୍ଜ (ଆଇୟୁସି)କୁ ମିନିଟ୍ ପିଛା ୬ ପଇସାକୁ କମାଇ ଦେଇଛନ୍ତି । ଆସନ୍ତା ଅକ୍ଟୋବର ପହିଲାରୁ ଏହା ଲାଗୁ ହେବ । ଏବେ ମିନିଟ୍ ପିଛା ଆଇୟୁସି ୧୪ ପଇସା ରହିଛି । କେବଳ ସେତିକି ନୁହେଁ ଆସନ୍ତା ୨୦୨୦ ଜାନୁଆରୀ ପହିଲାରୁ ଆଇୟୁସିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରି ନେବାକୁ ଟ୍ରାଇ ନିଷ୍ପତ୍ତି ନେଇଛି । ଗୋଟିଏ ମୋବାଇଲ ସେବା ପ୍ରଦାନକାରୀ ଅନ୍ୟ ମୋବାଇଲ ସେବା ପ୍ରଦାନକାରୀର ନେଟ୍ୱାର୍କ ବ୍ୟବହାର ପାଇଁ ଯେଉଁ ଫି ପ୍ରଦାନ କରିଥାଏ ତାହାକୁ ଆଇୟୁସି କୁହାଯାଇଥାଏ । ଟ୍ରାଇର ଏହି ପଦକ୍ଷେପ ଯୋଗୁଁ ନୂଆ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀ ରିଲାଏନ୍ସ ଜିଓ ବିଶେଷଭାବେ ଲାଭବାନ ହେବ । ତେବେ ପୁରୁଣା କମ୍ପାନୀ ଭାରତୀ ଏୟାରଟେଲ, ଭୋଡାଫୋନ୍ ଏବଂ ଆଇଡିଆ ଆଦି କମ୍ପାନି କ୍ଷତି ସହିବେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଆଇୟୁସିକୁ ସମ୍ପୂର୍ଣ୍ଣ ଉଠାଇ ଦେବା ଲାଗି ଜିଓ ଦାବି କରିଆସୁଥିବାବେଳେ ଅନ୍ୟ କମ୍ପାନୀ ଗୁଡିିକ ଏହାକୁ ବୃଦ୍ଧି ସପକ୍ଷରେ ରହିଥିଲେ । ଏପରିକି କେତେକ କମ୍ପାନୀ ଆଇୟୁସିକୁ ମିନିଟ ପିଛା ୩୦ରୁ ୩୫ ପଇସା ସ୍ତରକୁ ବୃଦ୍ଧି କରିବା ପାଇଁ ·ପ ପ୍ରୟୋଗ କରି ଆସୁଥିଲେ । ଏହି ପ୍ରସଙ୍ଗରେ ଟ୍ରାଇ ଗତ ୧ ବର୍ଷ ହେଲା ବି·ର ବିମର୍ଶ ଚଳାଇଥିଲା । ନୂଆ ଏବଂ ପୁରୁଣା କମ୍ପାନୀ ଗୁଡିକ ଆଇୟୁସି ·ଚାର୍ଜ ହ୍ରାସକୁ ନେଇ ଅନେକ ସମୟରେ ମୁହାଁମୁହିଁ ପରିସ୍ଥିତିକୁ ମଧ୍ୟ ଆସି ଯାଇଥିଲେ  । ଆଇୟୁସି ହ୍ରାସ ଦ୍ୱାରା ଜିଓ ଲାଭରେ ରହିବ ଓ ପୂରୁଣା କମ୍ପାନି ଗୁଡିକର ଆୟ ହ୍ରାସ ପାଇବ ।

0
0
0
s2sdefault